www.samajalive.in
Saturday, December 6, 2025
23.1 C
Bhubaneswar

ମ୍ୟାଚ୍ ଖେଳିବାକୁ ମନା କଲେ ସାଇନା

ଗୁଆହାଟି : ଏଠାରେ ଆୟୋଜିତ ଜାତୀୟ ସିନିୟର ବ୍ୟାଡମିଣ୍ଟନ୍‌ ଚମ୍ପିଆନସିପ୍‌ରେ ଗୁରୁବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗତଥରର ମହିଳା ସିଙ୍ଗଲ୍‌ସ ଚମ୍ପିଆନ୍ ସାଇନା ନେହୱାଲ୍‌ଙ୍କ ଗୁରୁବାର ମ୍ୟାଚ୍‌ ଥିବା ବେଳେ ବ୍ୟାଡମିଣ୍ଟନ୍‌ କୋର୍ଟର ଅବସ୍ଥା ଭଲ ନ ଥିବା ଦର୍ଶାଇ ମ୍ୟାଚ୍‌ ଖେଳିବାକୁ ମନା କରି ଦେଇଥିବା ଜଣାପଡ଼ିଛି।
ଗୁରୁବାର ମହିଳା ସିଙ୍ଗଲ୍‌ସର ପ୍ରିକ୍ବାର୍ଟରରେ ସାଇନାଙ୍କ ମୁକାବିଲା ଶ୍ରୁତି ମୁନ୍‌ଦାଦାଙ୍କ ସହ ହେବାର ଥିଲା। ତେବେ ବ୍ୟାଡମିଣ୍ଟନ୍ କୋର୍ଟର ଚଟାଣ ଆବଡାଖାବଡ଼ା ଥିବା ଯୋଗୁଁ ସାଇନା ମ୍ୟାଚ୍‌ ଖେଳିବାକୁ ମନା କରି ଦେଇଥିଲେ। ଆଗାମୀ ଦିନରେ ଅଲ୍‌ ଇଂଲଣ୍ଡ ବ୍ୟାଡମିଣ୍ଟନ୍‌ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବାକୁ ଯାଉଥିବା ବେଳେ ଏଭଳି ଆବଡ଼ାଖାବଡା ଚଟାଣରେ ମ୍ୟାଚ୍ ଖେଳି ଆହତ ହେବାକୁ ଚାହାନ୍ତି ନାହିଁ ବୋଲି ସାଇନା ମତ​‌ ଦେଇଥିଲେ। ଏହି ଘଟଣାରେ ହସ୍ତକ୍ଷେପ କରି ଭାରତୀୟ ବ୍ୟାଡମିଣ୍ଟନ୍‌ ଆସୋସିଏସନ୍‌ ସମ୍ପାଦକ ଓରାମ ରସିଦ୍‌ ସାଇନାଙ୍କ ସହ ଆଲୋଚନା କରି ଖେଳସୂଚୀରେ ପରିବର୍ତ୍ତନ କରାଇଥିଲେ। ଏ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ସାଇନାଙ୍କ ପତି ପାରୁପଲ୍ଲୀ କଶ୍ୟପ୍‌ କହିଥିଲେ ସାଇନା ଖେଳିବାକୁ ଥିବା ବ୍ୟାଡମିଣ୍ଟନ୍‌ କୋର୍ଟର ଚଟାଣରେ ଲାଗିଥିବା କାଠ କେତେକ ସ୍ଥାନରୁ ବାହାରି ଆସିଥିଲା। ଫଳରେ ଆହତ ହେବା ଆଶଙ୍କା କରି ସାଇନା ମ୍ୟାଚ୍ ଖେଳିବାକୁ ମନା କରି ଦେଇଥିଲେ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories