www.samajalive.in
Saturday, December 6, 2025
23.1 C
Bhubaneswar

ଡାକ୍ତରଖାନାରେ ଭର୍ତ୍ତି ହେଲେ ସୋନୁ ନିଗମ

ମୁମ୍ବଇ : ବଲିଉଡ୍‌ର ଜଣାଶୁଣା ଗାୟକ ସୋନୁ ନିଗମ ଅସୁସ୍ଥ ହୋଇ ପଡିଛନ୍ତି। ଏବେ ସେ ନେପାଳର କାଠମାଣ୍ଡୁରେ ଥିବା ଏକ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଜଣାପଡିଛି। ସୋନୁଙ୍କ ପିଠିରେ ଯନ୍ତ୍ରଣା ଅନୁଭବ ହୋଇଥିବାରୁ ତାଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଚିକିତ୍ସାଳୟର କର୍ପୋରେଟର କମ୍ୟୁନିକେସନ ଡେପୁଟି ଜେନେରାଲ ମ୍ୟାନେଜର ଆରପି ମେନାଲି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ସୋନୁଙ୍କୁ ଡାକ୍ତରଖାନାର ଭିଆଇପି ଲଜରେ ଭର୍ତ୍ତି କରାଯାଇଛି। ରିପୋର୍ଟ ଅନୁସାରେ ଡାକ୍ତର ପଙ୍କା ଜଲାନ ଏବଂ ଡାକ୍ତର ପ୍ରବିଣ ନେପାଲ ସୋନୁଙ୍କର ଚିକିତ୍ସା କରୁଛନ୍ତି।

ସୂଚନା ଅନୁସାରେ, ସୋନୁ ନିଗମ ଗତବର୍ଷ ଏକ ଗଣମାଧ୍ୟମ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସେଠାରେ ତାଙ୍କର ଏକ ମନ୍ତବ୍ୟକୁ ନେଇ ଚର୍ଚ୍ଚା ଜୋର ଧରିଥିଲା।   ନିଜର ତଥା ଭାରତୀୟ ଗାୟକଙ୍କ ସଙ୍ଗୀତମୟ ଜୀବନକୁ ନେଇ ଦୁଃଖ ପ୍ରକାଶ କରିଥିଲେ। ସେ କହିଥିଲେ, ଭାରତରେ ଗାୟକମାନଙ୍କ ସହ ବହୁତ ଅନ୍ୟାୟ କରାଯାଉଛି। ଏଠାରେ ମ୍ୟୁଜିକ୍‍ କମ୍ପାନୀମାନେ ଭାରତୀୟ ଗାୟକମାନଙ୍କ ଠାରୁ ଟଙ୍କା ନେଉଛନ୍ତି, ହେଲେ ପାକିସ୍ତାନୀ ଗାୟକଙ୍କ ସହ ଏପରି କରାଯାଉନାହିଁ। ପାକିସ୍ତାନର କୌଣସି ଗାୟକଙ୍କ ଠାରୁ ଗୋଟିଏ ବି ଟଙ୍କା ନିଆଯାଉନାହିଁ। ଏବେ ଭାରତୀୟ ଗାୟକମାନଙ୍କୁ ଗୀତ ଗାଇବା ପାଇଁ ମ୍ୟୁଜିକ କମ୍ପାନୀମାନଙ୍କୁ ଟଙ୍କା ଦେବାକୁ ପଡ଼ୁଛି, ତେବେ ଯାଇ ଗୀତ ଗାଇବାର ସୁଯୋଗ ମିଳୁଛି। ନିଜ କଥାକୁ ବ୍ୟାଖ୍ୟା କରିବାକୁ ଯାଇ ସୋନୁ କହିଥିଲେ, ‘ବେଳେବେଳେ ଅନୁଭବ ହୁଏ ଯଦି ମୁଁ ପାକିସ୍ତାନ ବାସିନ୍ଦା ହୋଇଥାଆନ୍ତି ତେବେ ଭଲ ହୋଇଥାଆନ୍ତା। କାରଣ ଭାରତୀୟ ମ୍ୟୁଜିକ କମ୍ପାନୀମାନେ ପାକିସ୍ତାନୀ ଗାୟକଙ୍କ ସହ ଏପରି କରିନଥାଆନ୍ତି’।

- Advertisement -

 

 

 

Hot this week

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

Related Articles

Popular Categories