www.samajalive.in
Monday, December 8, 2025
20.1 C
Bhubaneswar

ଫ୍ରାନ୍‌ସ ‘ଏ’କୁ ୩-୨ରେ ହରାଇଲା ଭାରତ ‘ଏ’

ଗୋରଖପୁର : ଉତ୍ତର ପ୍ରଦେଶର ଏହି ସହରରେ ରବିବାର ଖେଳା ଯାଇଥିବା ମହିଳା ହକି ମ୍ୟାଚ୍‌ରେ ଭ୍ରମଣକାରୀ ଫ୍ରାନ୍‌ସ ‘ଏ’ ଦଳକୁ ୩-୨ ଗୋଲ୍‌ରେ ଭାରତ ‘ଏ’ ଦଳ ପରାସ୍ତ କରିଛି। ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ଭାରତ ୩-୧ ଗୋଲ୍‌ରେ ଆଗୁଆ ଥିବା ସତ୍ତ୍ବେ ଫ୍ରାନ୍‌ସ ଗୋଟିଏ ଗୋଲ୍ ସୁଝାଇ ଦେଇଥିଲା। ତେବେ ଭାରତୀୟ ଖେଳାଳି ଲଢ଼ୁଆ ପ୍ରଦର୍ଶନ କରି ଆଉ ଗୋଲ୍ ହେବାକୁ ଦେଇନଥିଲେ। ପ୍ରଥମ ମ୍ୟାଚ୍‌ରେ ଫ୍ରାନ୍‌ସ ‘ଏ’ ଦଳ ବିଜୟୀ ହୋଇଥିବା ବେଳେ ୨ୟ ମ୍ୟାଚ୍‌କୁ ଭାରତ ‘ଏ’ ଜିତିବା ପରେ ୪ ମ୍ୟାଚ୍‌ର ସିରିଜ୍ ଏବେ ୧-୧ ସ୍ଥିତିରେ ରହିଛି। ମଙ୍ଗଳବାର ଲକ୍ଷ୍ନୌରେ ୩ୟ ମ୍ୟାଚ୍ ଖେଳାଯିବ।
ମ୍ୟାଚ୍ ଆରମ୍ଭରୁ ଫ୍ରାନ୍‌ସ ‘ଏ’ ଓ ଭାରତ ‘ଏ’ ଦଳ ମଧ୍ୟରେ ସଂଘର୍ଷପୂର୍ଣ୍ଣ ମୁକାବିଲା ହୋଇଥିଲା। ତେବେ ଫ୍ରାନ୍‌ସ ‘ଏ’ ୧୪ ମିିନିଟରେ ଆଗୁଆ ହୋଇ ଯାଇଥିଲା। ଫ୍ରାନ୍‌ସ ‘ଏ’ର ମିକାଏଲା ଲାହ୍‌ଲା ଫିଲ୍‌ଡ ଗୋଲ୍ ଦେଇଥିଲେ। ୧୯ ମିନିଟରେ ଭାରତ ଗୋଲ୍ ସୁଝାଇ ଦେଇଥିଲା। ଓଡ଼ିଆ ଖେଳାଳି ମାରିଆନା କୁଜୁର ଏହି ଗୋଲ୍‌ଟି ଦେଇଥିଲେ। ପରେ ଭାରତୀୟ ଷ୍ଟ୍ରାଇକର ଲାଲରେମ୍‌ସିଆମି ଏକ ଫିଲ୍‌ଡ ଗୋଲ୍‌ଦେଇ ଭାରତକୁ ୨-୧ରେ ଆଗୁଆ କରିଥିଲେ। ୩୪ ମିନିଟରେ ଭାରତ ୩ୟ ଗୋଲ୍ ଦେଇଥିଲା। ମମ୍‌ତାଜ ଖାଁ ଏହି ଗୋଲ୍‌ଟି ଦେଇଥିଲେ। ୫୮ ମିନିଟ​‌େ​‌ର ଫ୍ରାନ୍‌ସର ଗୁସ୍ୟେ ଭାନ୍ ବୋଲ୍‌ହୁଇସ୍ ପେନାଲ୍‌ଟି କର୍ଣ୍ଣରରୁ ୨ୟ ଗୋଲ୍ ଦେଇଥିଲେ।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories