www.samajalive.in
Saturday, December 6, 2025
23.1 C
Bhubaneswar

ଆଝାରକୁ ମୁକ୍ତ କରିଥିବା ଲୋକେ ମୋତେ ଦେଶଦ୍ରୋହୀ କହୁଛନ୍ତି : ସିଧୁ

ନୂଆଦିଲ୍ଲୀ : ପ୍ରବଳ ହୋହଲ୍ଲା ମଧ୍ୟରେ ସୋମବାର ପଞ୍ଜାବ ବିଧାନସଭାର ବଜେଟ କାଳୀନ ଅଧିବେଶନ ଶେଷ ହୋଇଛି। ତେବେ ପଞ୍ଜାବ ବିଧାନସଭାରେ ଶିରୋମଣି ଅକାଳୀ ଦଳ ନେତାମାନେ କଂଗ୍ରେସ ନେତା ତଥା କ୍ୟାବିନେଟ ମନ୍ତ୍ରୀ ନବଜୋତ ସିଂହ ସିଧୁଙ୍କ ପାକିସ୍ତାନ ଗସ୍ତ ଫଟୋକୁ ଦେଖାଇଥିଲେ। ଏହାକୁ ନେଇ ସିଧୁ କ୍ରୋଧିତ ହୋଇ ଅକାଳୀ ଦଳ ଏବଂ ବିଜେପି ଉପରେ ବର୍ଷିଥିଲେ। ସେ ୧୯୯୯ କାନ୍ଦାହାର ବିମାନ ଅପହରଣ କଥାକୁ ଉଲ୍ଲେଖ କରି କହିଥିଲେ ଯେ ଯେଉଁ ଲୋକମାନେ ୨୦ ବର୍ଷ ତଳେ ଆତଙ୍କବାଦୀ ମସୁଦ ଆଝାରକୁ ପାକିସ୍ତାନକୁ ହସ୍ତାନ୍ତର କରିଥିଲା, ସେହି ଲୋକ ଆଜି ମୋତେ ଦେଶଦ୍ରୋହୀ କହୁଛନ୍ତି।
ସୂଚନା ଅନୁସାରେ ପଞ୍ଜାବ ବିଧାନସଭା ସାମ୍ନାରେ ଅକାଳୀ ଦଳର ବିଧାୟକମାନେ ସୁଧୁଙ୍କ ପୁତ୍ତଳିକା ଦାହ କରିଥିଲେ। ଏହାପରେ ଅକାଳୀ ଦଳ ନେତା ମାଜିଠିଆଙ୍କ ନେତୃତ୍ୱରେ ଦଳର ଅନ୍ୟ ବିଧାୟକମାନେ ଗୃହ ମଧ୍ୟକୁ ଯାଇ ସିଧୁଙ୍କ ପାକିସ୍ତାନ ଗସ୍ତ ଏବଂ ଜେନେରାଲା ବାଜୱାଙ୍କ ସହ ଫଟୋକୁ ଦେଖାଇଥିଲେ। ସେଠାରେ ଅକାଳୀ ଦଳର ନେତାମାନେ ସିଧୁଙ୍କ ବିରୋଧରେ ସ୍ଳୋଗାନମାନ ଦେଇଥିଲେ।
ଏହାପରେ ସିଧୁ କହିଥିଲେ ଯେ ମୋ ବୟାନକୁ ଲୋକାମାନେ ନିଜ ଫାଇଦା ପାଇଁ ବ୍ୟବହାର କରୁଛନ୍ତି। ଦେଶଭକ୍ତି ସବୁଠୁ ବଡ଼ ଧର୍ମ। ମୁଁ ସର୍ବଦା ଦେଶ ସହ ରହିଛି ଓ ରହିବି।
ପ୍ରକାଶଯୋଗ୍ୟ ଯେ ୨୦୧୮ରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଶପଥ ଗ୍ରହଣ ଉତ୍ସବକୁ ସିଧୁ ଯାଇଥିଲେ। ସେଠାରେ ସେ ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ବାଜୱାଙ୍କୁ ଆଲିଙ୍ଗନ କରିଥିଲେ। ସେତେବେଳେ ଏହା ବିବାଦୀୟ ହୋଇଥିଲା। ଏବେ ପୁଲୱାମାରେ ଆତଙ୍କବାଦୀ ଆକ୍ରମଣକୁ ନେଇ ସିଧୁଙ୍କ ମନ୍ତବ୍ୟ ବିବାଦୀୟ ହୋଇପଡ଼ିଛି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories