www.samajalive.in
Saturday, December 13, 2025
23.1 C
Bhubaneswar

ଏସ୍‌ୟୁଭି ନୁହେଁ; ସେଡାନ୍‌ ବ୍ୟବହାର କରିଥିଲା ଆଦିଲ

ନୂଆଦିଲ୍ଲୀ : ପୁଲୱାମାର ଭୟଙ୍କର ଆତ୍ମଘାତୀ ଆତଙ୍କବାଦୀ ଆକ୍ରମଣ ସମ୍ବନ୍ଧରେ ପୁଲିସ ନୂତନ ତଥ୍ୟ ପାଇଛି। ଆତ୍ମଘାତୀ ଆତଙ୍କବାଦୀ ଅଦିଲ ଦାର ଏସ୍‌ୟୁଭି ନୁହେଁ; ବରଂ ଏକ ସେଡାନ ଗାଡି ଦ୍ବାରା ଏହି ବିସ୍ଫୋରଣ ଘଟାଇଥିଲା। ପୂର୍ବ ସୂଚନା ଅନୁସାରେ ସେ ବସ୍‌ଗୁଡିକୁ ଧକ୍କା ​‌େ​‌ଦଇ ନ ଥିଲା; ବରଂ ବସ୍‌ ସମ୍ମୁଖକୁ ଆସି ବିସ୍ଫୋରଣ ଘଟାଇଥିଲା ବୋଲି ଜଣାପଡିଛି। ବିସ୍ଫୋରଣରେ ୬୦ କିଲୋଗ୍ରାମ ଶକ୍ତିଶାଳୀ ଆରଡିଏକ୍ସ ବ୍ୟବହାର କରାଯାଇଥିଲା। ଏହାର ପ୍ରଭାବରେ ୧୫୦ ମିଟର ପରିଧି ମଧ୍ୟରେ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ସମ୍ପୃକ୍ତ ଯବାନମାନଙ୍କ ଶରୀର ୮୦ ମିଟର ଦୂରକୁ ଛିଟିକି ପଡିଥିଲା। ବସ୍‌ଟି ଖଣ୍ଡବିଖଣ୍ଡିତ ହୋଇ କେବଳ ଷ୍ଟିଲ ଅବଶେଷ ରୂପେ ପରିଣତ ହୋଇଥିଲା। ଘଟଣାସ୍ଥଳଠାରୁ ୧୦୦ ମିଟର ଦୂର ପର୍ଯ୍ୟନ୍ତ ମଧ୍ୟ ଯବାନଙ୍କ ଦେହାବଶେଷ ପଡିଥିବା ଦେଖିବାକୁ ମିଳିଛି। ବଡ଼ଧରଣର ବିସ୍ଫୋରଣ ଘଟାଇବା ଉଦ୍ଦେଶ୍ୟରେ ଏହି ବିସ୍ଫୋରକ ସ୍ବତନ୍ତ୍ର ଢଙ୍ଗରେ ପ୍ରସ୍ତୁତ କରାଯାଇଥିଲା। ଆରଡିଏକ୍ସ ପ୍ରସ୍ତୁତ କରିବାକୁ ଅଦିଲକୁ କିଏ ବିସ୍ଫୋରକ ସାମଗ୍ରୀ ଯୋଗାଇଲା ତାହା ଜଣାପଡି ନାହିଁ। ସିଆରପିଏଫ୍‌ ଗାଡି ଯିବା ପୂର୍ବରୁ ଉକ୍ତ ସ୍ଥାନର ଯାଞ୍ଚ କରାଯାଇଥିଲା। ଏହାସତ୍ତ୍ବେ ଅଦିଲ ସେଠାରେ କିଭଳି ପହଞ୍ଚିଲା ତାହା ମଧ୍ୟ ତଦନ୍ତ କରାଯାଉଛି। ପାକିସ୍ତାନରେ ମୁକ୍ତ ଭାବେ ବୁଲୁଥିବା ମାସୁଦ ଆଝାର ନେତୃତ୍ବାଧୀନ ଜୈସ-ଇ-ମହମ୍ମଦ ମାସାଧିକ ସମୟ ପୂର୍ବରୁ ଏହି ଆକ୍ରମଣ ଯୋଜନା କରିଥିବା ତଦନ୍ତକାରୀ ଅନୁମାନ କରୁଛନ୍ତି।

Hot this week

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଢାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

Related Articles

Popular Categories