ଗାନ୍ଧୀନଗର : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଗୁରୁବାର ଗୁଜରାଟର ଭାଲସାଦରେ ଶୋଭାଯାତ୍ରା କରିଥିବାବେଳେ ଏଠାରେ ତାଙ୍କୁ ଜଣେ ମହିଳା ଚୁମା ଦେଇଥିଲେ। ଶୋଭାଯାତ୍ରା ବେଳେ କେତେକ ମହିଳା ଫୁଲମାଳ ଓ ଫୁଲ ଧରି ରାହୁଲଙ୍କୁ ସ୍ବାଗତ କରିବା ଲାଗି ଠିଆ ହୋଇଥିଲେ। ମହିଳାଙ୍କ ସ୍ବାଗତକୁ ଗ୍ରହଣ କରିବା ଲାଗି ରାହୁଲ ଅଟକି ଯାଇଥିଲେ। ଏହି ସମୟରେ ଜଣେ ବୟସ୍କ ମହିଳା ରାହୁଲଙ୍କ ମୁଣ୍ଡ ନୁଆଁଇ ଗାଲରେ ଚୁମା ଦେଇଥିଲେ। ଗୁରୁବାର ଭାଲେଷ୍ଟାଇନ ଡେ’ ଥିବାରୁ ରାହୁଲଙ୍କୁ ମହିଳା ଚୁମା ଦେବାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ବହୁଳ ପ୍ରଚାର ଓ ପ୍ରସାର ହୋଇଛି। ୨୦୧୭ ବିଧାନସଭା ନିର୍ବାଚନ ପରେ ରାହୁଲ ପ୍ରଥମ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରାଜ୍ୟ ଗୁଜରାଟରେ ନିର୍ବାଚନ ପ୍ରଚାର କରିଛନ୍ତି।
Popular Categories



