www.samajalive.in
Saturday, December 6, 2025
26.1 C
Bhubaneswar

ନାବାଳିକା ଛାତ୍ରୀଙ୍କୁ ବଳତ୍କାର ଅଭିଯୋଗ : ଏଏସ୍‍ଆଇଙ୍କୁ ଚାକିରିରୁ ନିଲମ୍ବିତ କଲେ ଏସପି

ବରଗଡ : ବରଗଡ ଜିଲା ସୋହଲା ଥାନା ଅନ୍ତର୍ଗତ ଜଣେ ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ ବଳତ୍କାର ହୋଇଥିବା ଅଭିଯୋଗରେ ସୋହେଲା ଥାନା ଏଏସଆଇ ଓ ଅନ୍ୟ ଜଣେ ଯୁବକଙ୍କୁ ଚାକିରିରୁ ଏସପି ନିଲମ୍ବିତ କରିଥିବା ଜଣାପଡିଛି। ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ ବଳତ୍କାର ହୋଇଥିବା ଅଭିଯୋଗରେ ପିଡୀତାଙ୍କ ବାପା ରବିବାର ଥାନାରେ ଏକ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ଭିତ୍ତି କରି ପୁଲିସ ତଦନ୍ତ ଚଳାଇଥିଲା।

ସୂଚନାଯୋଗ୍ୟ, ଗତ ୮ତାରିଖ ସକାଳ ସାଢେ ୬ଟାରେ ପୀଡିତା ଜଣଙ୍କ ନାବାଳିକା ଟ୍ୟୁସନ୍‌କୁ ଯାଇଥିବା ବେଳେ ଆଉ ଘରକୁ ଫେରି ନଥିଲେ । ଏନେଇ ପରିବାର ଲୋକ ମେଲଛାମୁଣ୍ଡା ଥାନାରେ ଅଭିଯୋଗ କରିବା ପରେ ରବିବାର ରାତି ପ୍ରାୟ ୮ଟାରେ ପୁଲିସ ନିଖୋଜ ନାବାଳିକାକୁ ସୋହେଲାରୁ ଉଦ୍ଧାର କରି ପରିବାର ଲୋକଙ୍କ ଜିମା ଦେଇଥିଲା। ମେଲଛାମୁଣ୍ଡା ଗ୍ରାମର ରିକୁ ନାଗ ନାମକ ଜଣେ ଯୁବକ ତାଙ୍କୁ ଏକ ବାଇକରେ ସୋହେଲା ନେଇଥିଲେ । ରିକୁ ସୋହେଲା ଥାନା ଏଏସ୍‌ଆଇ ବନମାଳୀ କୁଅଁରଙ୍କ ଠାରୁ ତାଙ୍କ ଭଡ଼ା ଘରର ଚାବି ଆଣିବା ପରେ ସେଠାରେ ତାଙ୍କୁ ଦୁଷ୍କର୍ମ କରିଥିଲେ । ପରେ ପୀଡିତାଙ୍କୁ ତାଲା ମାରି ରିକୁ ସେଠାରୁ ଫେରାର ହୋଇ ଯାଇଥିଲେ । ଏହାପରେ ଏଏସ୍‌ଆଇ ଶ୍ରୀ କୁଅଁର ସଂଧ୍ୟାରେ ଆସି ଦୁଷ୍କର୍ମ ଉଦ୍ୟମ କରିଥିଲେ ବୋଲି ପୀଡିତା ବୟାନ ଦେଇଛନ୍ତି ।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories