www.samajalive.in
Sunday, December 7, 2025
14.1 C
Bhubaneswar

ଆଜି ଉପସ୍ଥାପନ ହେବ ସିଏଜି ରିପୋର୍ଟ

ନୂଆଦିଲ୍ଲୀ : ରାଫେଲ ଯୁଦ୍ଧ ବିମାନ ସମ୍ପର୍କରେ କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ (ସିଏଜି) ରିପୋର୍ଟ ସୋମବାର ଉପସ୍ଥାପନ କରାଯିବ। ଫ୍ରାନ୍ସ ସରକାରଙ୍କ ସହିତ ଭାରତ ସରକାରଙ୍କର ୫୯ହଜାର କୋଟି ଟଙ୍କାର ଏହି ବୁଝାମଣାକୁ ନେଇ ବିବାଦ ଲାଗି ରହିଥିବାବେଳେ ସିଏଜିଙ୍କ ରିପୋର୍ଟକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି। ବିଧି ବ୍ୟବସ୍ଥା ଅନୁଯାୟୀ ସିଏଜି ରିପୋର୍ଟ ଉପସ୍ଥାପନ ହେବା ପରେ ଏହାର ଏକ ନକଲ ରାଷ୍ଟ୍ରପତି ଓ ଗୋଟିଏ ନକଲ ଅର୍ଥ ମନ୍ତ୍ରଣାଳୟକୁ ଦିଆଯାଇଥାଏ। ରିପୋର୍ଟକୁ ସଂସଦରେ କେବେ ଉପସ୍ଥାପନ କରାଯିବ ତାର ଦିନ ସରକାର ଧାର୍ଯ୍ୟ କରିଥାନ୍ତି। ରିପୋର୍ଟ ସଂସଦରେ ଉପସ୍ଥାପନ ହେବା ପରେ ଏହାକୁ ପବ୍ଲିକ ଆକାଉଣ୍ଟସ୍ କମିଟି (ପିଏସି)ଙ୍କ ନିକଟକୁ ପଠାଯାଇଥାଏ। ପିଏସି ଏହା ଉପରେ ତର୍ଜମା କରିଥାନ୍ତି। କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ ଏବେ ପିଏସିର ଅଧ୍ୟକ୍ଷ ଅଛନ୍ତି। ରାଫେଲ ବୁଝାମଣା ଉପରେ ଅନୁଧ୍ୟାନ ପୂର୍ବକ ରିପୋର୍ଟ ପ୍ରସ୍ତୁତ ଲାଗି ସିଏଜି ଏକବର୍ଷ ସମୟ ନେଇଛନ୍ତି। ଫ୍ରାନ୍ସ ଠାରୁ ୩୬ଟି ଯୁଦ୍ଧ ବିମାନ କ୍ରୟ ଲାଗି ୨୦୧୬ ସେପ୍ଟେମ୍ବର ୨୩ରେ ଆନ୍ତଃ ସରକାରୀ ବୁଝାମଣା ହୋଇଥିଲା।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories