ଝାନ୍ସୀ : ଜାମ୍ମୁ-କାଶ୍ମୀରର ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଜବାବ ଦେବାକୁ ସେନାକୁ ଆବଶ୍ୟକ ସ୍ଥାନ ଓ ସମୟ ବାଛିବା ଲାଗି ଅନୁମତି ଦିଆଯାଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ପାକିସ୍ତାନର ନାମ ନ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପଡୋଶୀ ରାଷ୍ଟ୍ର ଅତ୍ୟନ୍ତ ହତୋତ୍ସାହିତ ହୋଇ ଏପରି କାଣ୍ଡ ଘଟାଇଛି। ଆକ୍ରମଣ ଘଟାଇଥିବା ପଡୋଶୀ ରାଷ୍ଟ୍ର ଏବେ ନିଜର ଦୈନିକ ଆବଶ୍ୟକତା ମେଣ୍ଟାଇବା ଲାଗି ଅନ୍ୟ ରାଷ୍ଟ୍ର ନିକଟରେ ହାତ ପତାଉଛି। ଶୁକ୍ରବାର ଉତ୍ତରପ୍ରଦେଶ ବୁଲନ୍ଦଖଣ୍ଡ ଅଞ୍ଚଳରେ ପ୍ରତିରକ୍ଷା କରିଡରର ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ ପ୍ରଧାନମନ୍ତ୍ରୀ ଜନସଭାକୁ ଏହା କହିଛନ୍ତି।
ଭବିଷ୍ୟତ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ଥାନ, ସମୟ ବାଛିବାକୁ ସେନାକୁ ଦିଆଯାଇଛି ଅନୁମତି: ପ୍ରଧାନମନ୍ତ୍ରୀ
Popular Categories



