ନୂଆଦିଲ୍ଳୀ : ସାମାଜିକ ଗଣମାଧ୍ୟମରେ ଭାରତ ବିରୋଧୀ ପୋଷ୍ଟ ପାଇଁ ମଙ୍ଗଳବାର ଗୁରୁଗ୍ରାମସ୍ଥିତ ଜିଏସ୍ଟି ବିଶ୍ୱବିଦ୍ୟାଳୟରେ ପଢୁଥିବା ଜଣେ କାଶ୍ମୀର ଛାତ୍ରୀକୁ ବିଶ୍ୱବିଦ୍ୟାଳୟରୁ ନିଲମ୍ବନ କରାଯାଇଛି। ତାଙ୍କୁ ତୁରନ୍ତ ଛାତ୍ରୀନିବାସ ଛାଡ଼ି ଚାଲିଯବାକୁ କୁହାଯାଇଛି। ପୁଲୱାମାରେ ଆତ୍ମଘାତୀ ଆତଙ୍କବାଦୀ ଆକ୍ରମଣ ଘଟଣା ଉପରେ ଛାତ୍ରୀ ଜଣକ ଦେଶ ଓ ସେନା ବିରୋଧୀ ମନ୍ତବ୍ୟ ଦେଇଥିଲେ। ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୁଲୱାମା ଆକ୍ରମଣକୁ ଉଲ୍ଲେଖ କରି ଲେଖିଥିଲେ ଯେ କାଶ୍ମୀର ମହିଳାଙ୍କୁ ବଳାତ୍କାର କଲେ, ନିରୀହ ଲୋକଙ୍କୁ ହତ୍ୟା କଲେ, କାଶ୍ମୀର ଛୁଆଙ୍କୁ ଛୁଞ୍ôଚ ଦ୍ୱାରା ଅନ୍ଧ କଲେ ପ୍ରତିବଦଳରେ କ’ଣ ମିଳିବ। ଏହା ଏକ ଆତଙ୍କବାଦୀ ଆକ୍ରମଣ ଘଟଣା ନୁହେଁ, କାଶ୍ମର ଲୋକଙ୍କ ସହ ତମେ ଯାହା କରିଛ ଏହା ତାର ପ୍ରତିଜବାବ। ସେ ବିସ୍ଫୋରଣସ୍ଥଳର ଏକ ଫଟୋ ପୋଷ୍ଟ କରି ୪୦ ନୁହେଁ ୪୦୦ଙ୍କୁ ମାରିବା ଉଚିତ୍ ବୋଲି ଲେଖିଥିଲା।
ଏନେଇ ବିଶ୍ୱବିଦ୍ୟାଳୟର ଅନ୍ୟ ଛାତ୍ରଛାତ୍ରୀମାନେ କର୍ତ୍ତୃପକ୍ଷଙ୍କୁ ଲିଖିତ ଭାବେ ଜଣାଇଥିଲେ। ବିଶ୍ୱବିଦ୍ୟାଳୟ ପକ୍ଷରୁ ତତ୍କାଳ ପ୍ରଭାବରେ ଛାତ୍ରୀଙ୍କୁ ଦେଶ ବିରୋଧୀ ମନ୍ତବ୍ୟ ପାଇଁ ନିଲମ୍ବିତ କରାଯାଇଛି। ଛାତ୍ରୀ ଜଣକ ରେଡୁଓଲୋଜି ଏବଂ ଇମେଜିଂ ଟେକ୍ନୋଲୋଜି (ବିଆରଆଇଟି)ରେ ସ୍ନାତକ କରୁଥିଲେ।
ଦେଶ ବିରୋଧୀ ପୋଷ୍ଟ ପାଇଁ ବିଶ୍ୱବିଦ୍ୟାଳୟରୁ ଡାକ୍ତରୀ ଛାତ୍ରୀ ନିଲମ୍ବିତ
Popular Categories



