www.samajalive.in
Monday, December 8, 2025
20.1 C
Bhubaneswar

୧୦୦କୋଟିର ନିକଟତର ‘ଗଲିବୟ’

ମୁମ୍ବଇ : ଭାଲେଣ୍ଟାଇନ୍ସ ଡେ’ ଅବସରରେ ମୁକ୍ତିଲାଭ କରିଥିବା ରଣବୀର ସିଂହ-ଆଲିୟା ଭଟ୍ଟଙ୍କ ଅଭିନୀତ ଚଳଚ୍ଚିତ୍ର ‘ଗଲିବୟ’ ବକ୍ସ ଅଫିସରେ ଲଗାତର ଭାବେ ଉଲ୍ଲେଖନୀୟ ଆୟ କରିଚାଲିଛି। ସୋମବାର ସୁଦ୍ଧା ଚଳଚ୍ଚିତ୍ର ୮୦କୋଟିରୁ ଊର୍ଦ୍ଧ୍ବ ଆୟ କରିଥିବା ବେଳେ ୬ଷ୍ଠ ଦିନ ଅର୍ଥାତ୍‍ ମଙ୍ଗଳବାର ଏହା ପ୍ରାୟ ୭କୋଟି ଟଙ୍କା ଆୟ କରିଛି। ତେବେ ମୁକ୍ତିଲାଭ ହେବାର ୬ଦିନ ମଧ୍ୟରେ ଚଳଚ୍ଚିତ୍ରର ମୋଟ୍‍ ଆୟ ପ୍ରାୟ ୮୮କୋଟିରେ ପହଞ୍ଚିଛି। ଏଥିସହିତ ଖୁବ୍‍ଶୀଘ୍ର ଏହା ୧୦୦କୋଟି ଛୁଇଁବ ବୋଲି ଆଶା କରାଯାଉଛି। ଟ୍ରେଡ଼ ଆନାଲିଷ୍ଟ ତରଣ ଆଦର୍ଶଙ୍କ କହିବା ଅନୁସାରେ, ୬୦ରୁ ୭୦କୋଟି ଟଙ୍କା ବ୍ୟୟରେ ନିର୍ମିତ ‘ଗଲିବୟ’ ମାତ୍ର ୪ଦିନରେ ହିଁ ତା’ର ବଜେଟ୍‍ ଉଠାଇସାରିଛି। ଏଥିସହିତ ଅନେକ ରେକର୍ଡ଼ ମଧ୍ୟ ସୃଷ୍ଟି କରିଛି।

ଉଲ୍ଲେଖଯୋଗ୍ୟ, ‘ଗଲିବୟ’ର ନିର୍ଦ୍ଦେଶନା ଭାର ଜୋୟା ଅଖ୍‍ତର୍‍ ବହନ କରିଛନ୍ତି। ଚଳଚ୍ଚିତ୍ରରେ ରଣବୀର ଓ ଆଲିୟାଙ୍କ ବ୍ୟତୀତ ସିଦ୍ଧାନ୍ତ ଚୁତୁର୍ବେଦୀ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ଏହି ଚଳଚ୍ଚିତ୍ରକୁ ୩୩୫୦ ପରଦାରେ ମୁକ୍ତିଲାଭ କରାଯାଇଛି। ସେହପରି ବିଶ୍ୱବ୍ୟାପୀ ଏହା ୪୧୦୧ ପରଦାରେ ମୁକ୍ତିଲାଭ କରିଛି।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories