www.samajalive.in
Thursday, December 11, 2025
23.1 C
Bhubaneswar

ମନ୍ତ୍ରୀପଦ ଛାଡିବାକୁ ରାଜଭରଙ୍କ ଘୋଷଣା

ଲକ୍ଷ୍ନୌ : ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ବ ଉତ୍ତରପ୍ରଦେଶ ବିଜେପି ସରକାରର ମେଣ୍ଟ ସହଯୋଗୀ ଦଳ ଏସବିଏସପି ମୁଖ୍ୟ ଓମ୍‌ ପ୍ରକାଶ ରାଜଭର ମନ୍ତ୍ରୀ ପଦ ଛାଡିବାକୁ ଗୁରୁବାର ଘୋଷଣା କରିଛନ୍ତି। ବିଜେପି ଠାରୁ ମେଣ୍ଟ ସମ୍ପର୍କ ଛିନ୍ନ କରିବାକୁ ଧମକ ଦେବାର କିଛି ଦିନ ପରେ ରାଜଭର ମନ୍ତ୍ରୀ ପଦ ଛାଡିବାକୁ ଘୋଷଣା କରିଛନ୍ତି। ସୁହେଲଦେବ ଭାରତୀୟ ସମାଜ ପାର୍ଟି (ଏସବିଏସପି)ର ଉତ୍ତରପ୍ରଦେଶ ବିଧାନସଭାରେ ୪ଜଣ ବିଧାୟକ ଅଛନ୍ତି। ଗତ ସପ୍ତାହରେ ଏସବିଏସପି କହିଥିଲା ଯେ ଫେବୃଆରୀ ୨୪ ତାରିଖ ପୂର୍ବରୁ ଯଦି ସାମାଜିକ ନ୍ୟାୟ କମିଟିର ସୁପାରିସ କାର୍ଯ୍ୟକାରୀ ନ ହୁଏ ତେବେ ଦଳ ଏନଡିଏରୁ ଓହରିଯିବ। ଏସବିଏସପି ସାଧାରଣ ସମ୍ପାଦକ ଅରୁଣ ରାଜଭର କହିଥିଲେ ‘ବିଜେପି ଯଦି ଆମର ଦାବିକୁ ପୂରଣ ନ କରେ ତେବେ ଆମେ ମେଣ୍ଟରୁ ଓହରିଯିବୁ ଓ ଆଗାମୀ ଲୋକସଭା ନିର୍ବାଚନରେ ରାଜ୍ୟର ୮୦ଟି ଆସନରୁ ପ୍ରାର୍ଥୀ ଦେବୁ। ଏପରି କି ବିଜେପି ବି​‌ରୋଧୀ ମେଣ୍ଟ ଏସପି-ବିଏସପି ସହିତ ହାତ ମିଳାଇବାକୁ ପଛାଇବୁ ନାହିଁ।’ ଫେବୃଆରୀ ୨୪ ପରେ ବିଜେପି ସହିତ ଏସବିଏସପିର କୌଣସି ସମ୍ପର୍କ ରହିବ ନାହିଁ। ଲୋକସଭା ନିର୍ବାଚନର ୬ ମାସ ପୂର୍ବରୁ ସାମାଜିକ ନ୍ୟାୟ କମିଟିର ସୁପାରିସ କାର୍ଯ୍ୟକାରୀ ନେଇ ବିଜେପି ତାଙ୍କୁ ପ୍ରତିଶ୍ରୁତି ଦେଇଥିଲା। ମାତ୍ର ରାଜ୍ୟ ସରକାର ଏହାକୁ ପୂରଣ କରିବାରେ ବିଫଳ ହୋଇଛି।
ଗତବର୍ଷ ମେ’ରେ ସାମାଜିକ ନ୍ୟାୟ କମିଟି ରାଜ୍ୟ ସରକାରଙ୍କୁ ପଛୁଆ ଜାତିଙ୍କୁ ତିନିଟି ବର୍ଗରେ ଭାଗ କରିବାକୁ ସୁପାରିସ କରିଥିଲା। ପଛୁଆ ଜାତିଙ୍କୁ ପିଛଡା (ପଛୁଆ), ଅତି ପିଛଡା (ଅତି ପଛୁଆ) ଓ ସର୍ବାଧିକ ପିଛଡା (ସବୁଠାରୁ ପଛୁଆ) ଭଳି ତିନିଟି ବର୍ଗରେ ଭାଗ କରିବାକୁ ସୁପାରିସ କରିଥିଲା। ତେବେ ଏହି ସୁପାରିସକୁ ରାଜ୍ୟର ବିଜେପି ସରକାର କାର୍ଯ୍ୟକାରୀ କରି ନାହାନ୍ତି।

Hot this week

୪ ଦଶନ୍ଧି ପରେ ବଡ଼ ଗୋପାଳଜୀଉ ମନ୍ଦିର ଫେରିବ ବିଗ୍ରହ

ଭୁବନେଶ୍ବର : ୧୯୮୩ରେ ଘଟିଥିବା ଏକ ଅଷ୍ଟଧାତୁ ମୂର୍ତ୍ତି ଚୋରି ମାମଲାରେ...

ନୂତନ କର୍ମକର୍ତ୍ତାଙ୍କ ସହ ବିଜେପିର ବୈଠକ

ଭୁବନେଶ୍ବର : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସୁଫଳ...

କ୍ଷମା ମାଗିଲେ ଇଣ୍ଡିଗୋର ଅଧ୍ୟକ୍ଷ ବିକ୍ରମ ମେହେଟ୍ଟା, କହିଲେ..

ନୂଆଦିଲ୍ଲୀ : ଇଣ୍ଡିଗୋ ଏୟାରଲାଇନ୍ସ ଏକ ବଡ଼ ସଙ୍କଟର ସମ୍ମୁଖୀନ ହୋଇଥିଲା...

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

‘ଜୀବେ ଦୟା’ ଜୈବ ବିବିଧତାର ଆଦର୍ଶ

ଆମ ପରିବେଶରେ ଥିବା ବିଭିନ୍ନ ପ୍ରକାରର ଉଦ୍ଭିଦ, ପ୍ରାଣୀ ଓ ଅନ୍ୟାନ୍ୟ...

Related Articles

Popular Categories