www.samajalive.in
Thursday, December 11, 2025
14.1 C
Bhubaneswar

ଚିନ୍ତାକଳ୍ପ : ଗୁଣଗ୍ରାହିତା

ଆବ୍ରାହମ ଲିଙ୍କନ, ଆମେରିକାର ଲୋକପ୍ରିୟ ରାଷ୍ଟ୍ରପତିଙ୍କ ମଧ୍ୟରୁ ଅଗ୍ରଗଣ୍ୟ। ଆଜି ମଧ୍ୟ ଆମେରିକାବାସୀ ଶ୍ରଦ୍ଧା, ସମ୍ମାନ ସହକାରେ ତାଙ୍କର ନାମୋଚ୍ଚାରଣ କରିଥାନ୍ତି। ରାଷ୍ଟ୍ରପତି ଭାବରେ ଦାୟିତ୍ବ ନିର୍ବାହ କରିବା ସମୟରେ ଆମେରିକାର ବଦ୍‌ମାସ ପ୍ରକୃତିର ଜଣେ ନେତା ଲିଙ୍କନଙ୍କ ସହ ଶତ୍ରୁଭାବାପନ୍ନ ଥିଲେ ଓ ସର୍ବଦା ତାଙ୍କର ସମାଲୋଚନା କରୁଥିଲେ। ଲିଙ୍କନଙ୍କ ଲୋକପ୍ରିୟତା ତାଙ୍କ ପକ୍ଷେ ଅସହ୍ୟ ଥିଲା। ହଠାତ୍‌ ଦିନେ ଲିଙ୍କନ ସେହି ସମାଲୋଚକ-ନେତାଙ୍କୁ ପ୍ରତିରକ୍ଷା ବିଭାଗ ଭଳି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ପ୍ରଦାନ କରିଥିବା ଘୋଷଣା କରିଦେଲେ। ଦୁଷ୍ଟ ସ୍ବଭାବର ଜଣେ ବ୍ୟକ୍ତିଙ୍କୁ ଏଭଳି ଏକ ଦାୟିତ୍ବପୂର୍ଣ୍ଣ ପଦ ଦେବାରେ ବ୍ୟଥିତ ହୋଇ ଲିଙ୍କନଙ୍କର ଜଣେ ଶୁଭଚିନ୍ତକ ତାଙ୍କ ପାଖକୁ ଆସି ଅଭିଯୋଗ କରିଥିଲେ- ‘ଆପଣ ଏ କ’ଣ କଲେ, ଏଭଳି ଆତ୍ମଘାତୀ ନିଷ୍ପତ୍ତି କାହିଁକି ନେଲେ? ସେହି ଲୋକ ସର୍ବଦା ଆପଣଙ୍କ ବିରୋଧରେ ବହୁତ ଆପତ୍ତିଜନକ କଥା କହିଥାଏ। ଏପରି କି ଆପଣଙ୍କୁ ଗରିଲା (ବଣମଣିଷ) ବୋଲି ଅଭିହିତ କରିଥାଏ।’
ଲିଙ୍କନ ହସି ହସି କହିଥିଲେ- ‘ଆପଣ ଚିନ୍ତା କରନ୍ତୁ ନାହିଁ। ସବୁ କିଛି ମୁଁ ଭଲ ଭାବରେ ଜାଣିଛି।’ ‘ଆଚ୍ଛା! ସେ ତ ନିଜ ଭାଷଣରେ, ଆଲୋଚନା ସମୟରେ ଜନତାଙ୍କ ସମ୍ମୁଖରେ ଆପଣଙ୍କର ନିନ୍ଦା କରିଥାନ୍ତି’- ଆଗନ୍ତୁକ ମିତ୍ର କହିଥିଲେ।
‘ସେ ସବୁ ମଧ୍ୟ ମୋତେ ମାଲୁମ୍‌ ଅଛି’- କହିଥିଲେ ଲିଙ୍କନ। ‘ଆପଣଙ୍କୁ ଯଦି ସବୁ କିଛି ମାଲୁମ ଅଛି ତେବେ ଏପରି ଏକ ମହତ୍ତ୍ବପୂର୍ଣ୍ଣ ବିଭାଗର ଗୁରୁଦାୟିତ୍ବ ତାଙ୍କ ଉପରେ ଦେଲେ କାହିଁକି’- କ୍ରୋଧ ପ୍ରକାଶ କରି ମିତ୍ର କହିଥିଲେ। ଶାନ୍ତସ୍ବରରେ ଲିଙ୍କନ କହିଥିଲେ- ‘ତେବେ କ୍ଷତି କ’ଣ ହେଲା?’ ସ୍ତବ୍ଧ ହୋଇଯାଇଥିଲେ ମିତ୍ର ଏହା ଶୁଣି। ଲିଙ୍କନଙ୍କ ମୁଖମଣ୍ଡଳରେ ସ୍ବାଭାବିକ ହସ ଲକ୍ଷ୍ୟ କରି ସେ ଚିଡ଼ି ଯାଇଥିଲେ ଅତି ମାତ୍ରାରେ। ଲିଙ୍କନ ବୁଝାଇ କହିଥିଲେ- ‘ ଆପଣ ମୋର ନିଷ୍ପତ୍ତିକୁ ଠିକ୍‌ ଭାବରେ ବୁଝିପାରି ନାହାନ୍ତି। ତେଣୁ ମୋର ଏହି ସିଦ୍ଧାନ୍ତକୁ ଅନୁଚିତ, ବିପଜ୍ଜନକ, ଅହିତକର ବୋଲି କହୁଛନ୍ତି। ମୋ ବିଚାରରେ ପ୍ରତିରକ୍ଷା ବିଭାଗ ଦାୟିତ୍ବ ନେବାପାଇଁ ସେ ହିଁ ଉପଯୁକ୍ତ ବ୍ୟକ୍ତି। ଦେଶର ପ୍ରତିରକ୍ଷା ନେଇ ସେ ବିଭିନ୍ନ ସମୟରେ ମୋ ସହ ଆଲୋଚନା କରିଥାନ୍ତି, ଏହା ଆପଣ ଜାଣିନାହାନ୍ତି। ତାଙ୍କର ଏଭଳି ସୁଗୁଣକୁ ମୁଁ କଦାପି ଉପେକ୍ଷା କରି ପାରିବି ନାହିଁ। ମୋ ବିଚାରରେ ସମାଲୋଚନା ବ୍ୟତୀତ ତାଙ୍କର ଅଧିକତର ଗୁଣ ଦେଶହିତମୂଳକ। ମୁଁ ଏଭଳି ଏକ ଦେଶଭକ୍ତଙ୍କୁ କିପରି ଉପେକ୍ଷା କରିପାରିବି? ସେ ଜଣେ ସଫଳ ଦେଶଭକ୍ତ- ଏଥିରେ ତିଳେ ମାତ୍ର ଦ୍ବି-ରୁକ୍ତି ନାହିଁ।’ ଏହା ଶୁଣି ମିତ୍ର ଚକିତ ହୋଇ ଚୁପ୍‌ଚାପ ଚାଲିଯାଇଥିଲେ।

Hot this week

୪ ଦଶନ୍ଧି ପରେ ବଡ଼ ଗୋପାଳଜୀଉ ମନ୍ଦିର ଫେରିବ ବିଗ୍ରହ

ଭୁବନେଶ୍ବର : ୧୯୮୩ରେ ଘଟିଥିବା ଏକ ଅଷ୍ଟଧାତୁ ମୂର୍ତ୍ତି ଚୋରି ମାମଲାରେ...

ନୂତନ କର୍ମକର୍ତ୍ତାଙ୍କ ସହ ବିଜେପିର ବୈଠକ

ଭୁବନେଶ୍ବର : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସୁଫଳ...

କ୍ଷମା ମାଗିଲେ ଇଣ୍ଡିଗୋର ଅଧ୍ୟକ୍ଷ ବିକ୍ରମ ମେହେଟ୍ଟା, କହିଲେ..

ନୂଆଦିଲ୍ଲୀ : ଇଣ୍ଡିଗୋ ଏୟାରଲାଇନ୍ସ ଏକ ବଡ଼ ସଙ୍କଟର ସମ୍ମୁଖୀନ ହୋଇଥିଲା...

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

‘ଜୀବେ ଦୟା’ ଜୈବ ବିବିଧତାର ଆଦର୍ଶ

ଆମ ପରିବେଶରେ ଥିବା ବିଭିନ୍ନ ପ୍ରକାରର ଉଦ୍ଭିଦ, ପ୍ରାଣୀ ଓ ଅନ୍ୟାନ୍ୟ...

Related Articles

Popular Categories