www.samajalive.in
Monday, December 8, 2025
17.1 C
Bhubaneswar

ପାକିସ୍ତାନ ବିଦେଶ ମନ୍ତ୍ରାଳୟ ୱେବସାଇଟ୍‍ ହ୍ୟାକ

ଇସଲାମାବାଦ : ପାକିସ୍ତାନ ବିଦେଶ ମନ୍ତ୍ରାଳୟର ୱେବସାଇଟ୍‍ ରବିବାର ହ୍ୟାକ ହୋଇଯାଇଛି। ମନ୍ତ୍ରାଳୟର ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ପାକିସ୍ତାନ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ମୋହମ୍ମଦ ଫୈଜଲଙ୍କ କହିବା ଅନୁସାରେ ପାକିସ୍ତାନ ବାହାର ଦେଶଗୁଡ଼ିକରେ ମନ୍ତ୍ରାଳୟର ଅଫିସିଆଲ ୱେବସାଇଟ୍‍ ଖୋଲି ହେଉନି। ଭାରତ ଦ୍ୱାରା ଏହି ହ୍ୟାକିଂ ହୋଇଥିବା ସନ୍ଦେହ କରାଯାଉଛି। ପାକିସ୍ତାନ ଆଇଟି ବିଶେଷଜ୍ଞ ଦଳ ୱେବସାଇଟକୁ ଖୋଲିବାକୁ ପ୍ରୟାସ ଜାରି ରଖିଥିବା ସେ କହିଛନ୍ତି। ଅଷ୍ଟ୍ରେଲିଆ, ସାଉଦିଆରବ, ବ୍ରିଟେନ ଏବଂ ନେଦରଲ୍ୟାଣ୍ଡରେ ପାକିସ୍ତାନ ବିଦେଶ ମନ୍ତ୍ରାଳୟ ୱେବସାଇଟ ଖୋଲି ହେଉନି। ପୁଲୱାମାରେ ଆତ୍ମଘାତୀ ଆତଙ୍କବାଦୀ ଆକ୍ରମଣର ୩ ଦିନ ପରେ ପାକିସ୍ତାନ ବିଦେଶ ମନ୍ତ୍ରାଳୟର ୱେବସାଇଟ୍‍ ହ୍ୟାକ ହେବାର ଖବର ଆସିଛି। ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories