www.samajalive.in
Friday, December 5, 2025
26.1 C
Bhubaneswar

ସମ୍ବଲପୁରର ଝିଅ ରାଜସ୍ଥାନରୁ ଉଦ୍ଧାର : ଜଣେ ଗିରଫ

ସମ୍ବଲପୁର : ସମ୍ବଲପୁରର ଧମା ଅଞ୍ଚଳର ନିବାସୀ ନିମାଇଁ ବାଗଙ୍କର ଝିଅ ପ୍ରେମଶିଲା ବାଗ(୨୨) ଗତ ମାସରେ ନିଖୋଜ ହୋଇଯାଇଥିବାର ଅଭିଯୋଗ ସମ୍ବଲପୁର ଜିଲା ଧମା ଥାନାରେ ଗତ ମାସ ୧୮ ତାରିଖ ଦିନ କରିଥିଲେ। ଝିଅ ନିଖୋଜ ହେବା ପରେ ନିମାଇଁ ସମ୍ବଲପୁର ଗୁଜୁରାତି କଲୋନୀର ନିବାସୀ ବିଷ୍ଣୁପ୍ରିୟା ସାହୁ ଓ ସୋନପୁର ଜିଲା ତରଭା ଥାନା ଅର୍ନ୍ତଗତ ନାରାୟଣପୁର ଗ୍ରାମର ନିଳମଣି ନାୟକଙ୍କ ଉପରେ ସନ୍ଦେହ ବ୍ୟକ୍ତ କରିଥିଲେ। ନିମାଇଁଙ୍କ ଅଭିଯୋଗକୁ ଆଧାର କରି ସମ୍ବଲପୁର ପୁଲିସ ଏକ ସ୍ୱତନ୍ତ୍ର ଦଳ ଗଠନ କରି ବହୁ ଖୋଜାଖୋଜି ପରେ ରାଜସ୍ଥାନ ରାଜ୍ୟର ଝୁନଝୁନ ଜିଲାର ଚିରୱା ଥାନା ଅର୍ନ୍ତଗତ ସୋଲାନ ଠାରୁ ପ୍ରେମଶିଳାଙ୍କୁ ଉଦ୍ଧାର କରିବା ସହିତ ସୁଖବିର ସିଂହ ଜାଟ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଏ ସର୍ମ୍ପକରେ ସମ୍ବଲପୁର ଟାଉନ ଥାନାରେ ବୁଧବାର ଦିନ ସନ୍ଧ୍ୟା ସମୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇ ଏସଡିପିଓ ଭବାନୀ ଉଦଗାତା କହିଛନ୍ତି ଯେ, ପ୍ରେମଶିଳା ଭୁବନେଶ୍ୱରରେ କାର୍ଯ୍ୟ ଅନ୍ୱେଷଣରେ ଥିବା ବେଳେ ତାଙ୍କୁ ସେଠାରୁ ଅପହରଣ କରି ନିଆଯାଇଥିଲା। ଅପହରଣକର୍ତ୍ତା ମାନେ ପ୍ରେମଶିଳାଙ୍କୁ ରାଜସ୍ଥାନକୁ ନେଇ ଝୁନଝୁନୁ ଜିଲାର ବଗାର ଥାନାକ୍ଷେତ୍ର ଅଧିନସ୍ଥ ଛୋଟା ବୁଲୁଣ୍ଡା ଗ୍ରାମରେ ଜଣେ ମହିଳାଙ୍କୁ ଦେଢ଼ ଲକ୍ଷ ଟଙ୍କାରେ ବିକ୍ରି କରିଦେଇଥିଲେ। ପ୍ରେମଶିଳାଙ୍କୁ ଅଭିଯୁକ୍ତ ସୁଖବିର ସିଂହ ଜାଟଙ୍କ ସହିତ ଜୋରଜବରଦସ୍ତି ବିବାହ ସେହି ମହିଳା ଜଣକ କରାଇଥିଲେ। ସମ୍ବଲପୁର ପୁଲିସ ପ୍ରେମଶିଳା ଚିତୱା ରାଜସ୍ଥାନରେ ରହିଥିବାର ଖବର ପାଇ ଏକ ସ୍ୱତନ୍ତ୍ର ଦଳ ସହିତ ପ୍ରେମଶିଳାଙ୍କ ମାଁ ଓ ବାପାଙ୍କ ସହିତ ରାଜସ୍ଥାନ ଯାଇଥିଲା। ରାଜସ୍ଥାନ ପୁଲିସର ସାହଯ୍ୟରେ ପ୍ରେମଶିଳାଙ୍କୁ ଉଦ୍ଧାର କରାଯିବା ସହିତ ଅଭିଯୁକ୍ତ ସୁଖବିରଙ୍କୁ ସମ୍ବଲପୁର ଅଣାଯାଇଛି। ଏ ସଂକ୍ରାନ୍ତରେ ଟାଉନ ପୁଲିସ ଥାନାରେ ମାମଲା ନଂ ୩୨/୨୦୧୯ ରୁଜୁ କରାଯାଇଛି। ଏହି ମାମଲାରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତ ମାନଙ୍କୁ ପୁଲିସ ଖୋଜୁଛି ଏବଂ ତଦନ୍ତ ଜାରି ରହିଛି ବୋଲି ଏସଡିପିଓ ଉଦଗାତା କହିଛନ୍ତି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories