www.samajalive.in
Friday, December 5, 2025
27.1 C
Bhubaneswar

ସୂଚନା, ଶିକ୍ଷା ଓ ମନୋରଞ୍ଜନର ଏକମାତ୍ର ମାଧ୍ୟମ: ରେଡ଼ିଓ

ବିଭିନ୍ନ ସ୍ଥାନରେ ବିଶ୍ୱ ରେଡିଓ ଦିବସ ପାଳିତ ହୋଇଯାଇଛି। ପ୍ରତିବର୍ଷ ଫେବୃୟାରୀ ୧୩ ତାରିଖ ଦିନ ରେଡିଓ ଦିବସ ପାଳନ କରାଯାଇଥାଏ। ରେଡିଓ ସୂଚନା ଓ ମନୋରଞ୍ଜନର ଏକ ଉତ୍ତମ ମାଧ୍ୟମ ତଥା ଦୂରଦୂରାନ୍ତ ଅଞ୍ଚଳ ପାଇଁ ଯୋଗାଯୋଗରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ସାଧାରଣ ଲୋକଙ୍କୁ ସୂଚନା, ଶିକ୍ଷା ଏବଂ ମନୋରଂଜନ ଯୋଗାଇବା କ୍ଷେତ୍ରରେ ରେଡିଓର କୌଣସି ବିକଳ୍ପ ନଥିବାରୁ ରେଡିଓ ବ୍ୟବହାରକୁ ସମଗ୍ର ବିଶ୍ୱରେ ପ୍ରୋତ୍ସାହିତ କରିବା ପାଇଁ ଏହି ଦିବସ ପାଳନ କରାଯାଉଛି। ୟୁନେସ୍କୋ ପକ୍ଷରୁ ଆଜିର ଦିନକୁ ରେଡିଓ ଦିବସ ଭାବେ ପାଳନ କରିବା ପାଇଁ ୨୦୧୨ ମସିହାରୁ ସଭ୍ୟ ରାଷ୍ଟ୍ରମାନଙ୍କୁ ଅନୁରୋଧ କରାଯାଇଥିଲା। ଏହି ଅବସରରେ ଭୁବନେଶ୍ୱର ଭଞ୍ଜକଳା ମଣ୍ଡପଠାରେ ଦୁଇଦିନିଆ ବିଶ୍ୱ ରେଡିଓ ମେଳା ଆୟୋଜିତ ଆରମ୍ଭ ହୋଇଛି। ଜାପାନ, ଆମେରିକା, ବାଂଲାଦେଶର ବିଭିନ୍ନ ବେତାର ସଂସ୍ଥାର କର୍ମକର୍ତ୍ତାମାନଙ୍କ ସହିତ ଆମ ଦେଶର ରେଡିଓ ପ୍ରସାରଣ କ୍ଷେତ୍ରରେ କାର୍ୟ୍ୟ କରୁଥିବା ଏବଂ ଅବସରପ୍ରାପ୍ତ ବହୁ ବିଶିଷ୍ଟ ବ୍ୟକ୍ତି ଏଥିରେ ଯୋଗ ଦେଇଛନ୍ତି। ଚଳିତ ବର୍ଷର ରେଡିଓ ଦିବସର ବାର୍ତ୍ତା ରହିଛି ‘ବିଶ୍ୱ ରେଡିଓ ଦିବସ – ଆଲୋଚନା, ସହିଷ୍ଣୁତା ଓ ଶାନ୍ତି’। ବିଶ୍ୱ ରେଡିଓ ଦିବସ ଅବସରରେ ଜାତିସଂଘ ସେକ୍ରେଟେରି ଜେନେରାଲ ଆଣ୍ଟୋନିଓ ଗୁଟେରସ୍‍ ତାଙ୍କର ବାର୍ତ୍ତା ଦେଇ କହିଛନ୍ତି, ରେଡିଓ ହେଉଛି ଏକ ଶକ୍ତିଶାଳି ମାଧ୍ୟମ। ସେ କହିଛନ୍ତି, ଏପରିକି ଆଜିର ଡିଜିଟାଲ୍‍ ଯୋଗାଯୋଗ ବିଶ୍ୱରେ ରେଡିଓ ଅନ୍ୟ ଗଣମାଧ୍ୟମଗୁଡ଼ିକ ତୁଳନାରେ ଅଧିକ ଲୋକମାନଙ୍କ ନିକଟରେ ପହଞ୍ଚି ପାରୁଛି। ଲୋକମାନଙ୍କୁ କ୍ଷମତାପନ୍ନ କରିବାରେ ଏହାର ଭୂମିକା ମଧ୍ୟ ଅତୁଳନୀୟ।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories