www.samajalive.in
Saturday, December 6, 2025
26.1 C
Bhubaneswar

ଥାଇଲାଣ୍ଡ ନିର୍ବାଚନରେ ରାଜକୁମାରୀଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥୀତ୍ୱ ନାକଚ

ବ୍ୟାଙ୍ଗକକ୍‍ : ପରମ୍ପରା ଭାଙ୍ଗି ଥାଇଲାଣ୍ଡ ନିର୍ବାଚନରେ ପ୍ରାଧାନମନ୍ତ୍ରୀ ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ରାଜାଙ୍କ ବଡ଼ ଭଉଣୀ ତଥା ରାଜକୁମାରୀ ଶିରିବଧନା ବର୍ଣ୍ଣାବତୀଙ୍କ ପ୍ରାର୍ଥୀତ୍ୱକୁ ସୋମବାର ଥାଇଲାଣ୍ଡ ନିର୍ବାଚନ କମିଶନ ନାକଚ କରିଦେଇଛନ୍ତି। ନିର୍ବାଚନ କମିଶନ ରାଜା ମହା ବାଜିରାଲଙ୍ଗ୍‌କର୍ଣ୍ଣଙ୍କ କଥା ‘ରାଜକୀୟତା ରାଜନୀତିଠାରୁ ଊଦ୍ଧ୍ୱ’କୁ ଉଲ୍ଲେଖ କରି ରାଜକୁମାରୀଙ୍କ ପ୍ରାର୍ଥୀତ୍ୱକୁ ନାକଚ କରିଦେଇଥିବା ସୂଚନା ମିଳିଛି । ନିର୍ବାଚନ କମିଶନ ପକ୍ଷରୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀଙ୍କ ତାଲିକା ଜାରି କରାଯାଇଛି। ଏଥିରେ ୬୭ବର୍ଷୀୟା ରାଜକୁମାରୀ ଉବଲରତନ ରାଜକନ୍ୟା ଶିରିବଧନା ବର୍ଣ୍ଣାବତୀଙ୍କ ନାମ ନାହିଁ। ରାଜକୁମାରୀ ଥାଇ ରକ୍ଷା ଚାର୍ଟ ପାର୍ଟିରୁ ପ୍ରାର୍ଥିପତ୍ର ଦାଖଲ କରିଥିଲେ।

ରାଜକନ୍ୟା ପ୍ରଧାନମନ୍ତ୍ରୀ ଥାକ୍‌ସିନ ସିନାବାତ୍ରାଙ୍କ ବିରୋଧରେ ପ୍ରତିଦ୍ବନ୍ଦ୍ବିତା କରିବେ ବୋଲି ଘୋଷଣା କରିଥିଲେ । ୧୯୩୨ରୁ ଥାଇଲାଣ୍ଡରେ ସାମ୍ବିଧାନିକ ରାଜତନ୍ତ୍ର ପ୍ରଚଳିତ ରହିଛି। ପ୍ରଧାନମନ୍ତ୍ରୀ ପଦ ପାଇଁ ମାର୍ଚ୍ଚ ୨୪ରେ ନିର୍ବାଚନ ହେବ ।

Hot this week

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

Related Articles

Popular Categories