www.samajalive.in
Saturday, December 6, 2025
14.1 C
Bhubaneswar

ବୃନ୍ଦାବନରେ ସ୍କୁଲପିଲାଙ୍କୁ ୩ଶହ କୋଟିତମ ଭୋଜନ ପ୍ରଦାନ କଲେ ପ୍ରଧାନମନ୍ତ୍ରୀ

 

ବୃନ୍ଦାବନ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ପୁଷ୍ଟିକର ଆହାର ଏବଂ ସୁସ୍ଥ ବାଲ୍ୟାବସ୍ଥା ହେଉଛି ନୂତନ ଭାରତର ମୂଳଦୁଆ।
ବୃନ୍ଦାବନ ଚନ୍ଦ୍ରୋଦୟ ମନ୍ଦିରରେ ଅକ୍ଷୟ ପାତ୍ର ଫାଉଣ୍ଡେସନ ଦ୍ୱାରା ୩ ଶହ କୋଟିତମ ଭୋଜନ ପ୍ରଦାନ କାର୍ୟ୍ୟକ୍ରମର ଶୁଭାରମ୍ଭ କରି ପ୍ରଧାନମନ୍ତ୍ରୀ ଏହା କହିଛନ୍ତି। ଏହି ଅବସରରେ ଏକ ଫଳକ ଉନ୍ମୋଚନ ପରେ ପ୍ରଧାନମନ୍ତ୍ରୀ ବିଦ୍ୟାଳୟର ପିଲାମାନଙ୍କୁ ୩ଶହ କୋଟିତମ ଭୋଜନ ପ୍ରଦାନ କରିଥିଲେ। ଏହି ଅବସରରେ ସେ କହିଛନ୍ତି ଯେ ସରକାର ରାଷ୍ଟ୍ରୀୟ ପୋଷଣ ମିଶନ, ମିଶନ ଇନ୍ଦ୍ରଧନୁଷ ଏବଂ ସ୍ବଚ୍ଛ ଭାରତ ମିଶନ ଭଳି ଯୋଜନାଗୁଡିକ ମାଧ୍ୟମରେ ପିଳାଙ୍କ ପୋଷଣ, ଟୀକାକରଣ ଏବଂ ସ୍ବଚ୍ଛତା ଉପରେ ବିଶେଷ ଧ୍ୟାନ ଦେଇଛନ୍ତି।

- Advertisement -

ସେ  ଇସ୍କନର ଆଚାର୍ଯ୍ୟ ଶ୍ରୀଳ ପ୍ରଭୁପାଦଙ୍କ ବିଗ୍ରହରେ ପୁଷ୍ପାଞ୍ଜଳି ଅର୍ପଣ କରିଛନ୍ତି। ପ୍ରତିଷ୍ଠାନ ଦ୍ୱାରା ୩ଶହ କୋଟିତମ ଭୋଜନ  ପ୍ରଦାନକୁ ସ୍ମରଣୀୟ କରିବା ଅବସରରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ସୂଚନାଯୋଗ୍ୟ ଅକ୍ଷୟ ପାତ୍ର ଫାଉଣ୍ଡେସନ ମଧ୍ୟାହ୍ନ ଭୋଜନ ଯୋଜନାର ଏକ ପରିଚାଳନାକାରୀ ଭାଗୀଦାର ଭାବେ କାର୍ଯ୍ୟ କରେ।

ଏହାର ୧୯ ବର୍ଷର ଯାତ୍ରା ମଧ୍ୟରେ ଅକ୍ଷୟ ପାତ୍ର ପ୍ରତିଷ୍ଠାନ ୧୨ଟି ରାଜ୍ୟର ୧୪,୭୦୨ ବିଦ୍ୟାଳୟର ୧୬.୬ ଲକ୍ଷ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ପ୍ରଦାନ କରୁଛି। ୨୦୧୬ ରେ ଭାରତର ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୂଖାର୍ଜୀଙ୍କ ଉପସ୍ଥିତିରେ ଅକ୍ଷୟ ପାତ୍ର ୨ଶହ କୋଟି ମିଲ ପ୍ରଦାନ କରାଯିବା ନେଇ ଏକ ସ୍ମାରକୀ କାର୍ଯ୍ୟକ୍ରମ ପାଳନ କରିଥିଲା।

ଲକ୍ଷ ଲକ୍ଷ ପିଲାମାନଙ୍କୁ ଗୁଣାତ୍ମକ, ସ୍ୱାସ୍ଥ୍ୟକର ତଥା ପୃଷ୍ଟିକର ଖାଦ୍ୟ ପ୍ରଦାନ କରିବା ନେଇ ଏହି ପ୍ରତିଷ୍ଠାନ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ (ଏମଏଚଆରଡି) ଏବଂ ରାଜ୍ୟ ସରକାରମାନଙ୍କ ସହ ମିଶି କାର୍ଯ୍ୟ କରୁଛି।

ମଧ୍ୟାହ୍ନ ଭୋଜନ ଯୋଜନାକୁ ବିଶ୍ୱରେ ଏପରି ଧରଣର ଏକ ବୃହତ୍ କାର୍ଯ୍ୟକ୍ରମ ଭାବେ ଗ୍ରହଣ କରାଯାଇଥାଏ।  ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ବିଦ୍ୟାଳୟମାନଙ୍କରେ ନାମଲେଖା, ଉପସ୍ଥାନ, ଅଧାରୁ ପାଠପଢ଼ା ଛାଡୁଥିବା ହାରକୁ ବନ୍ଦ କରି ପାଠ ପଢ଼ା ଜାରି ରଖିବା ନେଇ ପ୍ରୋତ୍ସାହନ ଏବଂ ୬-୧୪ ବର୍ଷ ବୟସ ବର୍ଗର ପିଲାମାନଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆଣିବା ।

ନୂଆଦିଲ୍ଲୀରେ ’ସେଲ୍ଫ ଫର ସୋସାଇଟି’ ଆପର ଶୁଭାରମ୍ଭ କରିବା ଅବସରରେ ୨୦୧୮ଅକ୍ଟୋବର ୨୪ ରେ ପ୍ରଧାନମନ୍ତ୍ରୀ ଅକ୍ଷୟ ପାତ୍ର ପ୍ରତିଷ୍ଠାନ ସମ୍ବନ୍ଧରେ ପ୍ରକାଶ କରିଥିଲେ। ସେ କହିଥିଲେ ଯେ, ‘ଅକ୍ଷୟ ପାତ୍ର ହେଉଛି ଏକ ସାମାଜିକ ଷ୍ଟାର୍ଟ-ଅପ, ଯାହାକି ସ୍କୁଲ ପିଲାମାନଙ୍କୁ ଖାଦ୍ୟ ପ୍ରଦାନ କରିବା ନେଇ ଏକ ଆନ୍ଦୋଳନରେ ପରିଣତ ହୋଇଛି।’

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories