ଖୁଣ୍ଟା : ମୟୁରଭଞ୍ଜ ଜିଲା ଖୁଣ୍ଟା ଥାନା ତଥା ଉଦଳା ରେଞ୍ଜ ଅନ୍ତର୍ଗତ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ୪ ଶିକାରୀ ଓ ବନ କର୍ମଚାରୀ ମୁହାଁମୁହିଁ ହୋଇଥିବା ବେଳେ ସେମାନେ ଖସିଯିବାରେ ସଫଳ ହୋଇଛନ୍ତି। ସେମାନେ ଛାଡିଯାଇଥିବା ୨ଗୋଟି ଗୁଳି ଭର୍ତ୍ତିି ଦେଶୀ ବନ୍ଧୁକ ବନ ବିଭାଗ ଜବତ କରିଛି। ବଣିଆବସା ଫରେଷ୍ଟର ରଞ୍ଜିତ ଦଣ୍ଡପାଟ ନିଜ କର୍ମଚାରୀଙ୍କ ସହିତ ଶୁକ୍ରବାର ପାଟ୍ରୋଲିଂରେ ଶିମିଳିପାଳ ଭିତରକୁ ଯାଇଥିବା ବେଳେ ଅପରାହ୍ନରେ ବଫର ଅଞ୍ଚଳର ୧୮ ନଂ କର୍ମ୍ପାଟମେଣ୍ଟ ଗାମୁଛାବିଛା ପାହାଡ ନିକଟରେ ୪ ଶିକାରୀଙ୍କ ସହିତ ଭେଟ ହୋଇଥିଲା। ବନ କର୍ମଚାରୀ ମାନେ ସେମାନଙ୍କୁ କାବୁ କରିବା ପୂର୍ବରୁ ଶିକାରୀ ମାନେ ଦୁଇଗୋଟି ବନ୍ଧୁକ ଛାଡି ଚକମା ଦେଇ ଖସିଯିବାରେ ସମର୍ଥ ହୋଇଥିଲେ। ଶିକାରୀ ମାନେ ହାତୀକୋଟ ଓ ବଣିଆଦର ବାଟଦେଇ ନିସିଦ୍ଧାଞ୍ଚଳରେ ପ୍ରବେଶ କରିଥିବା ଅନୁମାନ କରାଯାଉଛି। ଏହି ଘଟଣା ପରେ ଶିକାରୀ ମାନଙ୍କୁ ନିୟନ୍ତ୍ରଣ ପାଇଁ କଡାକଡି କରାଯିବାକୁ ଦାବି ହେଉଛି।
Popular Categories


