୫୫ ଦିନରେ ରୁଷ-ୟୁକ୍ରେନ୍‌ ଲଢ଼େଇ; ୟୁକ୍ରେନ୍‌ ଉପରେ ପରମାଣୁ ପକାଇବ ରୁଷ !

କିଭ୍‌: ଥମୁନି ରୁଷ-ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ । ଆଜି ଯୁଦ୍ଧର ୫୫ ଦିନରେ ମଧ୍ୟ ଲଢ଼େଇ ଜାରି ରହିଛି । ଦୁଇ ଦେଶର ଯୁଦ୍ଧ ଉପରେ ରୋକ୍‌ ଲଗାଇବାକୁ ଅନେକ ଦେଶ ଅପିଲ କରିଛନ୍ତି । ହେଲେ କୌଣସି ସ୍ଥାୟୀ ସାମାଧାନ…
Read More...

ହଠାତ୍ ବଦଳିଲା ଗହମ ଦାମ୍

ଇନ୍ଦୋର: ଚଳିତ ବର୍ଷ ଗହମ ଦାମ୍‌ରେ ବିଶେଷ ଧରଣର ପରିବର୍ତ୍ତନ ଆସିଛି । ମାଲଓ୍ୱା ଚାଷୀଙ୍କ ପାଇଁ ଏକ ଲାଭଦାୟକ ଚାଷ ପାଲଟିଛି ଗହମ । ହେଲେ ବର୍ତ୍ତମାନ ରୁଷ ଓ ୟୁକ୍ରେନ୍‌ ଯୁଦ୍ଧ ହେତୁ ଉଭୟ ଦେଶର ଗହମ ବାଣିଜ୍ୟ ଅହେତୁକ…
Read More...

ମାହାଙ୍ଗା ଗଣହତ୍ୟା: ଆସିଲା ଶବବ୍ୟବଚ୍ଛେଦ ରିପୋର୍ଟ

ମାହାଙ୍ଗା: ବହୁ ଚର୍ଚ୍ଚିତ ମାହାଙ୍ଗା କୁସୁପୁର ଗଣହତ୍ୟା ମାମଲାରେ ୫ ମୃତକଙ୍କ ଶବବ୍ୟବଚ୍ଛେଦ ରିପୋର୍ଟ ଆସିଛି । ରିପୋର୍ଟରେ ଶବ ଗୁଡିକର ଦେହର ବିଭିନ୍ନ ଅଙ୍ଗରେ କ୍ଷତ ଚିହ୍ନ ରହିଥିବା କୁହାଯାଇଛି । ହତ୍ୟାକାଣ୍ଡରେ…
Read More...

ଐତିହାସିକ ଚନ୍ଦନ ଯାତ୍ରା ପାଇଁ ଆସିଲା ଡଙ୍ଗା

ଗଞ୍ଜାମ: ଗଞ୍ଜାମ ସହରରେ ହେବାକୁ ଥିବା ମଦନ ମୋହନ ଗୋପାଳ ସ୍ୱାମୀଙ୍କ ୨୧ଦିନିଆ ଐତିହାସିକ ଚନ୍ଦନ ଯାତ୍ରା ପାଇଁ ପ୍ରସ୍ତୁତି କାର୍ଯ୍ୟ ଜୋରଦାର ଚାଲିଥିବା ଦେଖିବାକୁ ମିଳିଛି । ଆସନ୍ତା ତିନି ତାରିଖ ଅକ୍ଷୟ ତୃତୀୟାରୁ…
Read More...

ପୁଣି ବଢ଼ିଲା ସୁନା-ରୁପା ଦର; ଜାଣନ୍ତୁ ଆଜିର ଦାମ୍‌

ନୂଆଦିଲ୍ଲୀ: ପୁଣି ଭାରତୀୟ ବଜାରରେ ବଢ଼ିଲା ସୁନା-ରୁପା ଦର । ଗତକାଲି ଅର୍ଥାତ୍‌ ସୋମବାର ଦିନ ଭାରତୀୟ ବଜାରରେ ସୁନା-ରୁପା ଦର ବୃଦ୍ଧି ପାଇଛି । କାଲି ଦିଲ୍ଳୀରେ ସୁନା ମୂଲ୍ୟ ୧୦ ଗ୍ରାମ୍‌ ପ୍ରତି ୫୪୨ ଟଙ୍କା…
Read More...

ଚୋରାକାଠ ଚାଲାଣବେଳେ ଜବତ, ୬ ଅଭିଯୁକ୍ତ ଗିରଫ

ବୌଦ୍ଧ: ତାପମାତ୍ରା ଅହେତୁକ ଭାବରେ ବୃଦ୍ଧି ପାଇଚାଲିଥିବା ବେଳେ ଜଙ୍ଗଲରେ ନିଆଁ ଲଗାଇବା ସହିତ ବ୍ୟାପକ ମାତ୍ରାରେ ଜଙ୍ଗଲ ଧ୍ୱଂଶ ଏହାର ମୁଖ୍ୟ କାରଣ ବୋଲି କୁହାଯାଉଅଛି । ତେଣୁ ବନ ବିଭାଗ ପକ୍ଷରୁ ଜଙ୍ଗଲର ସୁରକ୍ଷା…
Read More...

ଆଇନ ସଚେତନତା ଶିବିର ଅନୁଷ୍ଠିତ

ବୌଦ୍ଧ: ବୌଦ୍ଧଜିଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଏକ ଆଇନସେବା ସଚେତନତା ଶିବିର ବୌଦ୍ଧ ବଘିଆପଡା ସ୍ଥିତ ଶିଳ୍ପ ତାଲିମ କେନ୍ଦ୍ରଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ  ଆଇନର ସିଆରପିସିରେ ଥିବା ବ୍ୟବସ୍ଥାମାନ…
Read More...

ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଏବେ ଭୂତକୋଠି !

ବେଗୁନିଆ: ବେଗୁନିଆ ତହସିଲ କାର୍ଯ୍ୟାଳୟ ସାମନାରେ ଥିବା ମିନି ଆଇ ଟି ଆଇ ବିଲଡିଂ ପରିସରରେ ୪୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ବିଲଡିଂଟି ବ୍ୟବହାର ଅଭାବରୁ ଏବେ…
Read More...

ଲଖିମପୁର ଖେରୀ ହିଂସା ମାମଲା; ପୁଣି ଜେଲ ଯିବେ ଆଶିଷ ମିଶ୍ର !

ଲଖନଉ: ବହୁ ଚର୍ଚ୍ଚିତ ଉତ୍ତରପ୍ରଦେଶର ଲଖିମପୁର ଖେରୀ ହିଂସା ମାମଲା । ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରଙ୍କୁ ପୁଣି ଏକ ଝଟକା ଲାଗିଛି । ସୁପ୍ରମିକୋର୍ଟ ଆଶିଷଙ୍କ ଜାମିନ ରଦ୍ଦ କରିଥିବା ବେଳେ ପୁଣି ଥରେ ସେ ଜେଲ ଯିବେ…
Read More...

ବଢ଼ିଲା ଓମ୍‌ଫେଡ ଦର

ଭୁବନେଶ୍ୱର: ପୁଣି ଗରିବ ଓ ବଧ୍ୟବିତ୍ତଙ୍କ ଉପରେ ମହଙ୍ଗାମାଡ଼ । ଖାଇବା ତେଲ, ପେଟ୍ରୋଲ, ଡିଜେଲ ଓ ଅତ୍ୟାବଶ୍ୟକୀୟ ଦର ଅହେତୁକ ବୃଦ୍ଧି ପାଇଥିବା ବେଳେ ବର୍ତ୍ତମାନ ପୁଣି ଓମ୍‌ଫେଡ କ୍ଷୀର ଦର ବୃଦ୍ଧି କରାଯାଇଛି ।…
Read More...

ଗୁଜରାଟ ଗସ୍ତରେ ପ୍ରଧାନମନ୍ତ୍ରୀ; ଆଜି ଆନ୍ତର୍ଜାତୀୟ ପାରମ୍ପରିକ ଚିକିତ୍ସାକେନ୍ଦ୍ରର କରିବେ ଉଦ୍‌ଘାଟନ

ନୂଆଦିଲ୍ଲୀ: ଗୁଜରାଟ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗତକାଲିଠୁ ତିନିଦିନିଆ ଗୁଜରାଟ ଗସ୍ତରେ ପ୍ରଧାନମନ୍ତ୍ରୀ ଥିବାବେଳେ ଆଜି ଆନ୍ତର୍ଜାତୀୟ ପାରମ୍ପରିକ ଚିକିତ୍ସାକେନ୍ଦ୍ରର ଉଦ୍‌ଘାଟନ କରିବେ ।…
Read More...

କନ୍ଧମାଳର ୬୬୮ ଗ୍ରାମକୁ ସ୍ୱାସ୍ଥ୍ୟସେବା ଅପହଞ୍ଚ

ଫୁଲବାଣୀ : ସ୍ୱାସ୍ଥ୍ୟସେବା ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ପାଣି ଭଳି ଖର୍ଚ୍ଚ କରୁଥିଲେ ମଧ୍ୟ କର୍ମଚାରୀ ଅଭାବ ସହିତ ଗମନାଗମନ ସୁବିଧା ନଥିବାରୁ ଆଜି ମଧ୍ୟ କନ୍ଧମାଳ ଜିଲାର ୬୬୮ ଗ୍ରାମକୁ ସ୍ୱାସ୍ଥ୍ୟସେବା…
Read More...

ବିଶ୍ବବ୍ୟାଙ୍କର ଆକଳନ : ଯୁଦ୍ଧ ଯୋଗୁଁ ବିକାଶ ପ୍ରଭାବିତ ହେବ

ୱାଶିଂଟନ : ରୁଷ୍‌ ଓ ୟୁକ୍ରେନ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ଯୋଗୁଁ ବିଶ୍ବର ବିକାଶ ପ୍ରଭାବିତ ହେବ ବୋଲି ବିଶ୍ବବ୍ୟାଙ୍କ ପକ୍ଷରୁ ଆକଳନ କରାଯାଇଛି। ବିଶ୍ବବ୍ୟାଙ୍କର ଅଭିବୃଦ୍ଧି ଆକଳନକୁ ୪.୧%ରୁ ୩.୨%କୁ ହ୍ରାସ…
Read More...

କରୋନା ଚତୁର୍ଥ ଲହର ଭୟ ; ପୁଣି ତୁଣ୍ଡି ପିନ୍ଧିବା ବାଧ୍ୟତାମୂଳକ ହେଲା

ନୂଆଦିଲ୍ଲୀ : ଦେଶରେ କରୋନା ଚତୁର୍ଥ ଲହର ଆସିବାର ଆଶଙ୍କା ପ୍ରକାଶ ପାଇଛି। ଦୈନିକ ସଂକ୍ରମଣ ବୃଦ୍ଧିକୁ ନେଇ ଏହି ଆଶଙ୍କା ବଢିଛି। ଏହି ଆଶଙ୍କାକୁ ନେଇ କେତେକ ଅଞ୍ଚଳରେ କରୋନାର କଟକଣାକୁ ପୂନର୍ବାର ଲାଗୁ କରାଯାଇଛି।…
Read More...

ଭିଜିଲାନ୍ସ ଭେଳିକି : ଚାର୍ଜସିଟ୍‌ ଦାଖଲରେ ବିଫଳ, ସ୍ଥଳ ବିଶେଷରେ ଅଭିଯୁକ୍ତଙ୍କୁ ପୁନଃନିଯୁକ୍ତି ଓ ପଦୋନ୍ନତି

କଟକ : ଭିଜିଲାନ୍ସ ଦ୍ବାରା ଗିରଫ ହୋଇ ଜେଲରେ ଥିବା ପୁଲିସ୍‌ ସିଗ୍‌ନାଲ ବିଭାଗର ପୂର୍ବତନ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ (ଏଏସପି) ତ୍ରିନାଥ ମିଶ୍ରଙ୍କୁ ସୋମବାର ଜାମିନ ମିଳିଛି । ଏହି ସର୍ତ୍ତମୂଳକ ଜାମିନ ପ୍ରଦାନ…
Read More...

ବନ୍ଦୀଙ୍କ ଖାଦ୍ୟ ଖର୍ଚ୍ଚ ବୃଦ୍ଧି

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ କାରାଗାରରେ ଥିବା ବନ୍ଦୀଙ୍କ ଦୈନିକ ଖାଦ୍ୟ ଖର୍ଚ୍ଚ ବୃଦ୍ଧି କରାଯାଇଛି। ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ପୂର୍ବରୁ ଦିଆଯାଉଥିବା ଦୈନିକ ଖର୍ଚ୍ଚ ପର୍ଯ୍ୟାପ୍ତ େହଉ ନ…
Read More...

୪୦ ଟପିଲା ଦ୍ଵୈତନଗରୀ ପାରଦ

ଭୁବନେଶ୍ବର :  ସପ୍ତାହେ ଧରି ସାରା ରାଜ୍ୟରେ ତାପମାତ୍ରା କ୍ରମାଗତ ଭାବେ ବଢ଼ି ଚାଲିଥିବାବେଳେ ସୋମବାର ଦ୍ଵୈତନଗରୀ ନଗରୀ ଭୁବନେଶ୍ବର ଓ କଟକର ତାପମାତ୍ରା ୪୦ଡିଗ୍ରୀ ଅତିକ୍ରମ କରିଛି। ଚଳିତ ବର୍ଷର ଏପର୍ଯ୍ୟନ୍ତ…
Read More...

ମାରିଉପୋଲରେ ୟୁକ୍ରେନ ସୈନ୍ୟଙ୍କ ଆତ୍ମସମର୍ପଣ

କିଭ୍‌ : ରୁଷ୍‌ ଓ ୟୁକ୍ରେନ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ୫୪ ଦିନରେ ପହଞ୍ଚିଛି। ସୋମବାର ରୁଷ୍‌ ସେନା ପୂର୍ବ ୟୁକ୍ରେନର କ୍ରେମିନା ନାମକ ଆଉ ଏକ ସହରକୁ ଅକ୍ତିଆର କରିଛି। ଲୁହାନସ୍କ ନିକଟରେ ଥିବା କ୍ରେମିନା ସହରରେ…
Read More...

ଯାଞ୍ଚ ହେବ ବିଦ୍ୟାଳୟ ବସ୍‌

ଭୁବନେଶ୍ୱର : ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପରିବହନ କାର୍ଯ୍ୟରେ ନିେୟାଜିତ ବସ ଓ ଅନ୍ୟ ହାଲୁକା ଯାନର ଯାଞ୍ଚ କରିବାକୁ ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସଟିଏ) ନିର୍ଦେଶ ଦେଇଛନ୍ତି…
Read More...

ମଙ୍ଗଳବାର ରାଶିଫଳ(୧୯/୦୪/୨୦୨୨)

ମେଷ : ବିଜ୍ଞ ବ୍ୟକ୍ତିଭାବେ ନିଜର ପରିଚୟ ସୃଷ୍ଟି କରିପାରନ୍ତି। କ୍ଷମାଶୀଳ ହେବେ। ସାମାନ୍ୟ ଅସୁସ୍ଥ ଅନୁଭବ କରିପାରନ୍ତି। ଆର୍ଥିକ ସ୍ଥିତି ଦୁର୍ବଳ ରହିବ। ସାରାଦିନ ସତର୍କରେ ଚଳିବାକୁ ପଡ଼ିବ। ବୃଷ : ସାଧନାରେ…
Read More...

ପୁଣି ସୋନିଆଙ୍କୁ ଭେଟିଲେ ପ୍ରଶାନ୍ତ

ନୂଆଦିଲ୍ଲୀ : ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ସୋମବାର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିଛନ୍ତି। ଗତ ୩ ଦିନ ମଧ୍ୟରେ ସୋନିଆଙ୍କ ସହିତ ପ୍ରଶାନ୍ତଙ୍କର ଏହା ଦ୍ବିତୀୟ ସାକ୍ଷାତ। ସୋନିଆଙ୍କ ୧୦ ଜନପଥ…
Read More...

ଆମ୍‌ୱେ ଇଣ୍ଡିଆର ୭୫୭ କୋଟି ସମ୍ପତ୍ତି ଜବତ କଲା ଇଡି

ନୂଆଦିଲ୍ଲୀ : ଆମ୍‌ୱେ ଇଣ୍ଡିଆ ଏଣ୍ଟରପ୍ରାଇଜେସ୍‌ ପ୍ରାଇଭେଟ୍ ଲିମିଟେଡର ୭୫୭.୭୭ କୋଟି ଟଙ୍କାର ସମ୍ପତ୍ତିକୁ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଜବତ କରିଛି । ଏହି କମ୍ପାନୀ ବିଭିନ୍ନ ପ୍ରକାର ମାର୍କେଟିଂ ଦୁର୍ନୀତିରେ…
Read More...

ବଟ୍‌ଲରଙ୍କ ଶତକ, ଚହଲଙ୍କ ହ୍ୟାଟ୍ରିକ୍‌ ; ରାଜସ୍ଥାନ ବିଜୟୀ

ପୁଣେ : ଚଳିତ ଆଇପିଏଲ୍‌ରେ ଜୋସ୍‌ ବଟ୍‌ଲର ବ୍ୟକ୍ତିଗତ ୨ୟ ଶତକ ହାସଲ କରିଛନ୍ତି। ପୁଣି ୟୁଜବେନ୍ଦ୍ର ଚହଲ ଚଳିତ ସଂସ୍କରଣରେ ପ୍ରଥମ ହ୍ୟାଟ୍ରିକ୍ ନେଇଛନ୍ତି। ଫଳରେ ସୋମବାରର ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍‌ସ ବିଜୟୀ…
Read More...

କେଲୁଆପଲ୍ଲୀ ପଞ୍ଚାୟତ ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟ ପଞ୍ଚାୟତ ସଶକ୍ତିକରଣ ପୁରସ୍କାର ଲାଗି ମନୋନୀତ

ଗୋପାଳପୁର : ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ କେଲୁଆପଲ୍ଲୀ ପଞ୍ଚାୟତ ଚଳିତ ବର୍ଷ କେନ୍ଦ୍ର ସରକାରଙ୍କ ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟ ପଞ୍ଚାୟତ ସଶକ୍ତି କରଣ  ପୁରସ୍କାର ପାଇବା ନିମନ୍ତେ ମନୋନୀତ ହୋଇଥିବା ଜଣାପଡିଛି।…
Read More...

ମହାନଦୀ ବନ୍ଧ ଉଚ୍ଚା କରିବା ପାଇଁ ଦାବି

ଚୌଦ୍ୱାର:  ମହାନଦୀ କୂଳରେ ଅବସ୍ଥିତ କୟଳପଡ଼ା ପଞ୍ଚାୟତରେ ଚାଲିଥିବା ମହାନଦୀ ବାମପାଖ ତଟର ଅବକ୍ଷୟ ସୁରକ୍ଷା କାର୍ଯ୍ୟ ନିମ୍ନ ମାନର ହେଉଥିବା ଓ ଏହି କାର୍ଯ୍ୟପାଇଁ ନଦୀ ବନ୍ଧରୁ ମାଟି କାଢିବା ଦ୍ୱାରା ନଦୀ ବନ୍ଧର…
Read More...

ମେଡିକାଲ ଟ୍ରେଡ ଫେୟାର ‘ସଙ୍ଗମ’

ସମ୍ବଲପୁର :  ସମ୍ବଲପୁର ଜିଲା କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ ପକ୍ଷରୁ ପ୍ରଥମ ଥର ପାଇଁ ରାଜ୍ୟସ୍ତରୀୟ ଔଷଧ ଓ ଚିକିତ୍ସା ସାମଗ୍ରୀ ମେଳା ‘ସଙ୍ଗମ’ ଅନୁଷ୍ଠିତ ହୋଇଯାଇଛି । ସମ୍ବଲପୁରର ଅଇଁଠାପାଲି ସ୍ଥିତ ଏକ ହୋଟେଲ…
Read More...

ରାଜ୍ୟସ୍ତରୀୟ କ୍ୟାରମ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ସମ୍ବଲପୁର :  ସମ୍ବଲପୁରର ଦଲେଇପଡା ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ୪ ଦିନିଆ ରାଜ୍ୟସ୍ତରୀୟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଜିଲା କ୍ୟାରମ ଆସୋସିଏସନ ଓ ରାଜ୍ୟ କ୍ୟାରମ ଏସୋସିଏସନର ମିଳିତ ଆନୁକୂଲ୍ୟରେ ଏହି…
Read More...

୧୬୦ ଲିଟର ମଦ ଜବତ, ଜଣେ ଗିରଫ

ଆଠଗଡ : ଆଠଗଡ ଅବକାରୀ ବିଭାଗ ତିଗିରିଆ ଥାନା ଅନ୍ତର୍ଗତ ବିନ୍ଧାଣିମା ଛକରେ ଚଢାଉ କରି ୧୬୦ଲିଟର ଦେଶୀମଦ ଜବତ କରିବା ସହ ଏଥିରେ ସଂପୃକ୍ତ ଭେଗୁଆ ଗ୍ରାମର ବିଦ୍ୟାଧର ସାହୁଙ୍କୁ ଗିରଫ କରିଥିବା ଜଣାପଡିଛି । ରାସ୍ତାକଡ…
Read More...

ଅଟୋକୁ ଧକ୍କା ଦେଲା ଫଳ ବୋଝେଇ ଭ୍ୟାନ : ଗୁରୁତର ଅଟୋ ଚାଳକ କଟକ ସ୍ଥାନାନ୍ତର

ଆଠଗଡ :  ଆଠଗଡ ଥାନା ଅନ୍ତର୍ଗତ ପୁରୁଣା କଟକ-ସମ୍ବଲପୁର ରାସ୍ତାର କଲରାଗଡ ଛକ ନିକଟରେ ଏକ ଫଳ ପେଟି ବୋଝେଇ ପିକଅପ ଭ୍ୟାନ ଭୁବନେଶ୍ୱର ଯାଉଥିବା ଏକ ଅଟୋକୁ ଧକ୍କା ଦେବାରୁ ଅଟୋଟି ଭାଙ୍ଗି ଚୁରମାର ହୋଇଯାଇଥିବାବେଳେ…
Read More...

ଓଡିଆ ଭାଷା ସାହିତ୍ୟର ପ୍ରସାର ପ୍ରଚାର ଜରୁରୀ

ଆଠଗଡ :  ଓଡିଆ ଭାଷା ଓ ସାହିତ୍ୟ ଓଡିଶା ରାଜ୍ୟର ଅସ୍ମିତା ଓ ସ୍ୱାଭିମାନର ପ୍ରତୀକ। ଓଡିଆ ଭାଷାର ପ୍ରଚାର ପ୍ରସାର ପାଇଁ ସବୁବର୍ଗର ଲୋକ ଉଦ୍ୟମ କରିବା ଜରୁରୀ ବୋଲି ଆଠଗଡ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ…
Read More...

ସମନ୍ୱିତ,ହାଇଟେକ ଅନଲାଇନ ପୋର୍ଟାଲ ଉଦ୍‌ଘାଟନ କଲେ କେନ୍ଦ୍ର କୃଷିମନ୍ତ୍ରୀ

-କୃଷିଜାତ ସାମଗ୍ରୀର ରପ୍ତାନୀ /ଆମଦାନୀ ଓ କୀଟନାଶକ ପଞ୍ଜୀକରଣ କାରବାରକୁ ସୁଗମ କରିବା ପାଇଁ କେନ୍ଦ୍ର କୃଷିମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ ହେଲା ସମନ୍ୱିତ,ହାଇଟେକ ଅନଲାଇନ ପୋର୍ଟାଲ -ଡ୍ରୋନ ଦ୍ୱାରା କୀଟନାଶକ…
Read More...

ବଡ଼ମ୍ବାରେ ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଂଘର ବିଷୁବମିଳନ

ବଡ଼ମ୍ବା  : ସ୍ଥାନୀୟ ଭଟ୍ଟାରିକା ପାନ୍ଥ ନିବାସରେ ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଂଘ,ବଡ଼ମ୍ବା ଆନୁକୂଲ୍ୟରେ ବିଷୁବ ମିଳନ ଏବଂ ଓଡ଼ିଆ ନବବର୍ଷ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବଡ଼ମ୍ବା ସମେତ ନରସିଂହପୁର,…
Read More...

ଡ୍ରାଇଭର ମହାସଂଘର ଆନ୍ଦୋଳନରେ ସାମିଲ ପାଇଁ ବସ୍‍ ଅଟକାଇଲେ ଆନ୍ଦୋଳନକାରୀ

ପିପିଲି: ବିଭିନ୍ନ ଦାବି ନେଇ ଓଡିଶା ଡ୍ରାଇଭର ମହାସଂଘର ଆନ୍ଦୋଳନ ଚାଲିଥିବାବେଳେ ସୋମବାର ପିପିଲି ଟୋଲ୍‍ଗେଟ୍‍ ଠାରେ କେତେକ ଯାତ୍ରୀବାହୀ ବସ୍‍କୁ ମହାସଂଘର କେତେକ କର୍ମକର୍ତ୍ତା ଅଟକାଇଥିଲେ । ଏହାକୁ ନେଇ ସେଠାରେ…
Read More...

ଦ୍ବିପାକ୍ଷିକ କଥାବାର୍ତ୍ତା ପାଇଁ ମୋଦୀଙ୍କୁ ଚିଠି ଲେଖିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହବାଜ

ନୂଆଦିଲ୍ଲୀ : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟକୁ ଚିଠି ଲେଖିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହବାଜ ସରିଫ। ଚିଠିରେ ସରିଫ ଦୁଇଦେଶ ମଧ୍ୟରେ ଦ୍ବିପାକ୍ଷିକ କଥାବାର୍ତ୍ତା ଆରମ୍ଭ କରିବାକୁ କହିଥିବା…
Read More...

ଆସନ୍ତାବର୍ଷରୁ ୬ଟି ଦଳଙ୍କୁ ନେଇ ମହିଳା ଆଇପିଏଲ୍‌

ନୂଆଦିଲ୍ଲୀ : ୨୦୨୩ରୁ ବିସିସିଆଇ ମହିଳା ଆଇପିଏଲ୍‌ ଆୟୋଜନ କରିବାକୁ ଯାଉଛି। ଏହାର ଉଦ୍‌ଘାଟନୀ ସଂସ୍କରଣରେ ୬ଟି ଦଳ ଭାଗନେବେ ବୋଲି ଜାଣିବାକୁ ମିଳିଛି। ପୁରୁଷଙ୍କ ଆଇପିଏଲ୍‌ ପରି ମହିଳା ଆଇପିଏଲ୍‌ ମଧ୍ୟ…
Read More...

ସମାଜର ସାମୂହିକ ବିକାଶରେ ଗଣମାଧ୍ୟମ,ସାମାଜିକ କର୍ମୀ ଓ ଲୋକ ପ୍ରତିନିଧିଙ୍କ ଭୂମିକା ସମ୍ପର୍କିତ କର୍ମଶାଳା

ଜି ଉଦୟଗିରି : ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ସ୍ୱାତୀ ଆନୁକୁଲ୍ୟରେ ସମାଜର ସାମୂହିକ ବିକାଶରେ ଗଣମାଧ୍ୟମ,ସାମାଜିକ କର୍ମୀ ଓ ଲୋକ ପ୍ରତିନିଧିଙ୍କ ସମନ୍ଵୟରେ ବିକାଶ ସମ୍ଭବ ବୋଲି ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ…
Read More...

ପରଲୋକରେ ପ୍ରଫୁଲ୍ଲ କର

ଭୁବନେଶ୍ବର : କିମ୍ବଦନ୍ତୀ ସଙ୍ଗୀତ ସାଧକ, ପ୍ରଚ୍ଛଦପଟ ଗାୟକ, ଗୀତିକାର ଓ ସ୍ତମ୍ଭକାର ପଦ୍ମଶ୍ରୀ ପ୍ରଫୁଲ୍ଲ କର ଆଉନାହାନ୍ତି । ୮୩ ବର୍ଷ ବୟସରେ ଆଖି ବୁଝିଛନ୍ତି କମଳ ଦେଶର ରାଜକୁମର ଭାବେ ପରିଚିତ ଏହି ବର୍ଷିୟାନ୍‌…
Read More...

ଜଙ୍ଗଲ ଜଳୁଛି

ଭୁବନେଶ୍ବର : ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଆକାଶରୁ ନିଆଁ ଗଳୁଛି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଜନଜୀବନ ଅସ୍ତବ୍ୟସ୍ତ। ଏଣେ ପାର୍ବତ୍ୟାଞ୍ଚଳ ଓ ଘଞ୍ଚ ଜଙ୍ଗଲରୁ ବୋହୁଛି ନିଆଁଜଳା ପବନ। ପାରଦ ବଢ଼ିବା ସହ ଏବେ…
Read More...

କ୍ବାକ୍‌ଙ୍କ କାରନାମାକୁ ନେଇ ଚର୍ଚ୍ଚା; ରୋଗୀଙ୍କୁ ଫୋଡିଲେ ପଶୁ ଇଞ୍ଜେକ୍ସନ୍‌

ଠାକୁରମୁଣ୍ଡା : ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ ମହୁଲଡିହାରେ ଜଣେ ବ୍ୟକ୍ତିଙ୍କୁ ଅଣ୍ଟାବ୍ୟଥା ପାଇଁ ପଶୁଙ୍କ ପାଇଁ ଉଦ୍ଦିଷ୍ଟ ଇଞ୍ଜେକ୍ସନ ଦିଆଯିବା ଘଟଣା କୌତୁହଳ ସୃଷ୍ଟି କରିଛି। ଏଭଳି କରିଛନ୍ତି ଜଣେ…
Read More...

୧୩୮ ଡ୍ରାଇଭିଂ ଲାଇସେନ୍ସ ସ୍ଥଗିତ

ଭୁବନେଶ୍ବର : ସଡ଼କ ଦୁର୍ଘଟଣା ହ୍ରାସ କରିବା ଓ ମଦ୍ୟପ ଗାଡି ଚାଳକଙ୍କ ଉପରେ ଅଙ୍କୁଶ ଲଗାଇବା ପାଇଁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ପ୍ରତ୍ୟେକ ଜିଲାପାଳ ଓ ଏବଂ ପୁଲିସ ଅଧୀକ୍ଷକଙ୍କୁ ଏକ ମାସ ପାଇଁ ନିୟମିତ ଧରପଗଡ଼…
Read More...

ନର୍କ ପାଲଟିଛି ୟୁକ୍ରେନ ଶରଣାର୍ଥୀଙ୍କ ଜୀବନ : ଜଳୁଛି ମାରିଉପୋଲ, ଖାର୍କିଭ ଓ ବ୍ରୋଭାରୀ

କିଭ୍‍ : ୟୁକ୍ରେନ୍‍ ଉପରେ ରୁଷ୍‍ ଆକ୍ରମଣକୁ ୫୩ ଦିନ ଅତିବାହିତ ହୋଇଥିବାବେଳେ ସମ୍ପ୍ରତି ରୁଷ୍‍ ସୈନ୍ୟଙ୍କ ପାଇଁ ମୁଖ୍ୟ ଲକ୍ଷ୍ୟ ପାଲଟିଛି ମାରିଉପୋଲ। ରୁଷ୍‍ ସୈନ୍ୟମାନେ ମାରିଉପୋଲ ସହରର ପ୍ରାୟ ୮୦ଭାଗ ନିଜ ଅଧୀନକୁ…
Read More...

ଓଡ଼ିଶା ମ୍ୟୁଜିକ୍ ଆୱାର୍ଡ ୨୦୨୨’ : ପ୍ରଣବ ପଟ୍ଟନାୟକଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ

ଭୁବନେଶ୍ବର : ବ୍ରାଇଟ୍ ଓଡ଼ିଶା ଫାଉଣ୍ଡେସନ ପକ୍ଷରୁ ଉତ୍କଳ ମଣ୍ଡପଠାରେ ଦ୍ୱିତୀୟ ଓଡ଼ିଶା ମ୍ୟୁଜିକ୍ ଆୱାର୍ଡ-୨୦୨୨ ଅନୁଷ୍ଠିତ ହୋଇଯାଇଛି। ପୁରସ୍କାର ପ୍ରଦାନ ସାଙ୍ଗକୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମୁକ୍ତମଞ୍ଚରେ…
Read More...

ସଦର ବ୍ଲକ ମିଳିତ ଶିକ୍ଷକ ସମନ୍ୱୟ ସମିତି ଗଠିତ

କଟକ : କଟକ ସହର ଓ ସଦର ବ୍ଲକରେ କାର୍ଯ୍ୟରତ ବିଭିନ୍ନ ବର୍ଗର ପ୍ରାୟ ଏକ ହଜାର ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ସ୍ୱାର୍ଥରକ୍ଷା ଲାଗି ଏକ ଶିକ୍ଷକ ସମନ୍ୱୟ ସମିତି ଗଠିତ ହୋଇଛି । ବରିଷ୍ଠ ଶିକ୍ଷକ ସାଦତ ଅଲ୍ଲୀ ଖାନ୍ ଏହାର…
Read More...

ମିଲରଙ୍କ ପ୍ରହାର ; ଗୁଜରାଟର ରୋମାଞ୍ଚକର ବିଜୟ

ପୁଣେ : ଚଳିତ ଆଇପିଏଲ୍‌ରେ ରବିବାର ଡେଭିଡ୍‌ ମିଲରଙ୍କ ବିସ୍ଫୋରକ ଇନିଂସ ବଳରେ ବିଜୟୀ ହୋଇଛି ଗୁଜରାଟ ଟାଇଟାନ୍‌ସ। ଏହି ରୋମାଞ୍ଚକର ମ୍ୟାଚ୍‌ରେ ଚେନ୍ନଇ ସୁପର କିଙ୍ଗ୍‌ସ (ସିଏସ୍‌କେ)କୁ ୩ ୱିକେଟରେ ଗୁଜରାଟ ପରାସ୍ତ…
Read More...

କର୍ଣ୍ଣାଟକ ହୁବଲିରେ ହିଂସା ; ୪୬ ଗିରଫ

ବେଙ୍ଗାଲୁରୁ : ଏକ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଶନିବାର ମଧ୍ୟ ରାତିରେ କର୍ଣ୍ଣାଟକର ହୁବଲି ଥାନା ଅଞ୍ଚଳରେ ହିଂସାକାଣ୍ଡ ଘଟିଛି। ଏହି ହିଂସାକାଣ୍ଡରେ ୧୨ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି । ହିଂସାକୁ ନେଇ ପୁଲିସ…
Read More...

ଭାରତରେ ନାମଲେଖା ସୁଯୋଗ ଦାବିରେ ୟୁକ୍ରେନ ଫେରନ୍ତା ଛାତ୍ରଙ୍କ ବିକ୍ଷୋଭ

ନୂଆଦିଲ୍ଲୀ : ଯୁଦ୍ଧ ପ୍ରଭାବିତ ୟୁକ୍ରେନରୁ ଫେରିଆସିଥିବା ଭାରତୀୟ ଡାକ୍ତରୀ ଛାତ୍ରଛାତ୍ରୀମାନେ ରବିବାର ଦିଲ୍ଲୀର ଜନ୍ତରମନ୍ତରରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଯୁଦ୍ଧ ଯୋଗୁଁ ସେମାନଙ୍କ ପାଠପଢା ବନ୍ଦ ହୋଇଯାଇଛି।…
Read More...

ଗାନ୍ଧୀନଗରରେ ଜିଆଇଆଇଏସ ଶିଖର ବୈଠକ ; ଓଡ଼ିଶାରୁ ପ୍ରତିନିଧି ଭାବେ ଯୋଗ ଦେଉଛନ୍ତି ଜ୍ଞାନ ରଂଜନ ଦାଶ

ଭୁବନେଶ୍ବର : ଗୁଜରାଟର ଗାନ୍ଧୀନଗର ମହାତ୍ମା ମନ୍ଦିରଠାରେ ଆସନ୍ତା ବୁଧବାର ୨୦ ତାରିଖଠାରୁ ୨୨ ତାରିଖ ପର୍ଯ୍ୟନ୍ତ ଗ୍ଲୋବାଲ୍‍ ଆୟୁଷ ଇନଭେଷ୍ଟମେଣ୍ଟ ଆଣ୍ଡ ଇନୋଭେସନ୍‍ (ଜିଆଇଆଇଏସ) ଶିଖର ବୈଠକ ଅନୁଷ୍ଠିତ ହେବ।…
Read More...

ସୋମବାର ରାଶିଫଳ (୧୮/୦୪/୨୦୨୨)

ମେଷ : ବନ୍ଧୁମିଳନ ଘଟିବ। ବ୍ୟବସାୟ ଲାଭଜନକ ହେବ। ସମାଜ ସେବାରେ ନିଜକୁ ନିୟୋଜିତ କରିପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବେ। ପତ୍ନୀଙ୍କ ପରାମର୍ଶ ଶୁଭପ୍ରଦ ହେବ। ଅହଂଭାବକୁ ସମର୍ପି ଦେବେ। ବୃଷ : ବଦ୍‌ଖର୍ଚ୍ଚୀ…
Read More...

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧୋତ୍ସବ

ଆଠଗଡ : ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୫ତମ ଶ୍ରାଦ୍ଧୋତ୍ସବ ଆଠଗଡ ବିଜୁ ଜନତା ଦଳ ପକ୍ଷରୁ ପାଳନ କରାଯାଇଛି । ପ୍ରତ୍ୟୁଷରେ ବ୍ଲକ ବିଜେଡି ସଭାପତି ରବିନ୍ଦ୍ରନାଥ ରାଉତଙ୍କ ନେତୃତ୍ୱରେ…
Read More...

ବିନ୍ଧ୍ୟାବାସୀନି ଯାତ୍ରାରେ ଅବ୍ୟବସ୍ଥା….. ହୃଦଘାତ ପରେ ଟ୍ରାକ୍ଟରରେ ବୁହାହେଲେ କାହ୍ନା

ବୁର୍ଲା : ବରଗଡ଼ ଜିଲ୍ଲାର ସଂକ୍ରିଡ଼ାଗ୍ରାମ ନିକଟରେ ଚୈତ୍ରପୁର୍ଣ୍ଣୀମା ଉପଲକ୍ଷେ ବିନ୍ଧ୍ୟାବାସୀନି ଯାତ୍ରା ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ ଅଞ୍ଚଳରେ ପ୍ରାୟ ୫୦ ହଜାରରୁ ଅଧିକ ଲୋକ ଏହି ଯାତ୍ରାରେ ସମାଗମ ହୋଇଥିଲେ ।…
Read More...

ପଞ୍ଜାବ ପରାସ୍ତ ; ସନ୍‌ରାଇଜର୍ସର କ୍ରମାଗତ ୪ର୍ଥ ବିଜୟ

ମୁମ୍ବଇ : ଚଳିତ ଆଇପିଏଲ୍‌ରେ ତା’ର ଚମତ୍କାର ଫର୍ମ ଜାରିରଖି ପୂର୍ବ ଚମ୍ପିଆନ୍ ସନ୍‌ରାଇଜର୍ସ ହାଇଦରାବାଦ କ୍ରମାଗତ ୪ର୍ଥ ବିଜୟ ହାସଲ କରିଛି। ରବିବାର ପ୍ରଥମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗ୍‌ସକୁ ୭ ୱିକେଟରେ ସନ୍‌ରାଇଜର୍ସ…
Read More...

ଚାଲିଗଲେ କମଳ ଦେଶ ରାଜକୁମର

ଭୁବନେଶ୍ବର : ପ୍ରଫୁଲ କରଙ୍କ ଅନ୍ୟତମ ଲୋକପ୍ରିୟ ଗୀତ ଥିଲା କମଳ ଦେଶ ରାଜକୁମର... ହାତରେ ପୁଷ୍ପଧନୁ...ଲକ୍ଷେ ରାଜାର ମଉଡମଣି.. ମୋ ନାମ ଚନ୍ଦ୍ରଭାନୁ । ହେଲେ ଆଜି ସେହି  କମଳ ଦେଶ ରାଜକୁମାର ତାଙ୍କର ସଙ୍ଗୀତ…
Read More...

ପରଲୋକରେ ପ୍ରଫୁଲ୍ଲ କର

ଭୁବନେଶ୍ବର : ପ୍ରଖ୍ୟାତ ଗାୟକ ତଥା ସୁନାମଧନ୍ୟ ସଙ୍ଗୀତ ନିର୍ଦେଶକ ପ୍ରଫୁଲ୍ଲ କରଙ୍କର ୮୩ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି । ଭୁବନେଶ୍ବର  ସତ୍ୟନଗର ସ୍ଥିତ ତାଙ୍କ ବାସଭବନରେ ରବିବାର ରାତିରେ ପ୍ରଫୁଲ୍ଲ କରଙ୍କ…
Read More...

ଥିଲେ ସରପଞ୍ଚ…ଏବେ ପେଟ୍ରୋଲ ପମ୍ପରେ ଦିନ ମଜୁରିଆ ଶ୍ରମିକ

ଚିକିଟି : ଗ୍ରାମାଞ୍ଚଳର ବିକାଶ ପାଇଁ ପଞ୍ଚାୟତିରାଜ ବ୍ୟବସ୍ଥା ଗ୍ରହଣ କରାଯାଇଛି ଓ ପଞ୍ଚାୟତ ଜରିଆରେ ଜଣାସାଧାରଣଙ୍କ ସାମଗ୍ରୀକ ବିକାଶ ନିର୍ଣ୍ଣୟ ହୋଇଥାଏ, ଆଉ ତା’ର ଦାୟିତ୍ୱ ନେଇଥାନ୍ତି ସରପଞ୍ଚ। ସେ ଜଣାସାଧାରଣଙ୍କ…
Read More...

ୟୁକ୍ରେନ୍‌ ସୈନିକଙ୍କୁ ରୁଷର ଚେତାବନୀ: ଜୀବନ ବଞ୍ଚାଇବାକୁ ହେଲେ କର ଆତ୍ମସମର୍ପଣ

କିଭ୍‌: ଜାରି ରହିଛି ୟୁକ୍ରେନ୍‌ ଓ ରୁଷ ମଧ୍ୟରେ ଯୁଦ୍ଧ । ଦୁଇ ଦେଶ ମଧ୍ୟରେ ଫେବ୍ରୁଆରୀ ୨୪ରୁ ଯୁଦ୍ଧ ଆରମ୍ଭ ହୋଇଥିବା ବେଳେ ଲଢ଼େଇ ଥମିବାର ନା ଧରୁନାହିଁ । ନଜକୁ ରକ୍ଷା କରିବାକୁ ୟୁକ୍ରେନ୍‌ ମଧ୍ୟ ରୁଷିଆକୁ ପ୍ରତି…
Read More...

ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କଲେ ନବୀନ

ଭୁବନେଶ୍ୱର: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ । ଏହି ଅବସରରେ ବିଧାନସଭା ପରିସରରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ।…
Read More...

ହନୁମାନ ଜୟନ୍ତୀରେ ହିଂସାକାଣ୍ଡ; ୧୫ଜଣଙ୍କୁ ବାନ୍ଧିଲା ପୁଲିସ

ନୂଆଦିଲ୍ଲୀ: ହନୁମାନ ଜୟନ୍ତୀ ଅବସରରେ ନୂଆଦିଲ୍ଲୀର ଜାହାଙ୍ଗିରପୁରୀ ଅଞ୍ଚଳରେ ବ୍ୟାପକ ହିଂସାକାଣ୍ଡ ଘଟିଛି । ଗତକାଲି ସଂଧ୍ୟାରେ ଏହି ହିଂସାକାଣ୍ଡ ଘଟିଥିବା ବେଳେ ପ୍ରଶାସନ ପକ୍ଷରୁ ସଂପୃକ୍ତ ଅଞ୍ଚଳରେ ସୁରକ୍ଷା…
Read More...

କୁସୁପୁର ଗଣହତ୍ୟା ମାମଲା; ଜେଲ ଗଲା ସୈତାନ ଶିବ

ମାହାଙ୍ଗା: କୁସୁପୁର ଗଣହତ୍ୟା ମାମଲାରେ ଜେଲ ଗଲା ଅଭିଯୁକ୍ତ ଶିବ । ୩ ଦିନିଆ ରିମାଣ୍ଡ ସରିବା ପରେ ପୁଲିସ ଅଭିଯୁକ୍ତ ଶିବ ପ୍ରସାଦ ସାହୁକୁ ସାଲେପୁର ଜେଲକୁ ପଠାଇଦେଇଛି । ଶିବାକୁ ଆଉ ରିମାଣ୍ଡରେ ଆଣିବାକୁ ପୁଲିସ…
Read More...

ବିଜୁ ବାବୁଙ୍କ ତିରୋଧାନ ଦିବସ ପାଳିତ

ଗଞ୍ଜାମ: ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ଗଞ୍ଜାମରେ ପାଳିତ ହୋଇଯାଇଛି ।ଏହି ଅବସରରେ ବିଜୁ ଜନତା ଦଳ ପକ୍ଷରୁ ନେତା, କର୍ମୀ ଓ ନିର୍ବାଚତ ପ୍ରତିନିଧି ମାନେ…
Read More...

ପ୍ରତିଶୋଧ ପାଇଁ ମା’ ପୁଅକୁ ଗୋଡ଼ାଇ ଗୋଡ଼ାଇ ହାଣିଲେ

ଢେଙ୍କାନାଳ: ଗେଙ୍ଗୁଟିଆ ପଞ୍ଚାୟତ କନ୍ଧପାଳ ଗାଁରେ ଗୁଳିମାଡ଼ ଘଟଣା । ଘଟଣାକୁ ନେଇ ପ୍ରତିଶୋଧ ପରାୟଣ ହୋଇଛନ୍ତି ମୃତକଙ୍କ ପରିବାର । ଗୁଡ଼ିମାଡ଼ରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାର ପକ୍ଷରୁ ଅଭିଯୁକ୍ତର ସ୍ତ୍ରୀ ଓ ୮…
Read More...

ଜଗା ପାଖରେ ଉଡିଗଲା ପ୍ରାଣପକ୍ଷୀ

ପୁରୀ: ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ହେଲା ଶେଷ ଦର୍ଶନ ।  ଶ୍ରୀ ମନ୍ଦିରରେ ଦର୍ଶନ ବେଳେ ଚାଲିଗଲା ଜଣେ ଭକ୍ତଙ୍କ ଜୀବନ । ଏପରି ଏକ ଘଟଣା ଆଜି ଶ୍ରୀମନ୍ଦିରରେ ଘଟିଛି । ଛତିଶଗଡ଼ର ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ…
Read More...

ରାଜ୍ୟରେ ଆଉ ୧୦ କରେନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୧୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମିତ ୩ଜଣ ରହିଥିବା ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ…
Read More...

ଦେଶରେ ପୁଣି ଉପର ମୁହାଁ କରୋନା ଗ୍ରାଫ୍‌; ୧୧ଶହ ଟପିଲା ଦୈନିକ ସଂକ୍ରମଣ  

ନୂଆଦିଲ୍ଳୀ: ଦେଶରେ ପୁଣି ଚିନ୍ତା ବଢ଼ାଉଛି କରୋନା ସଂକ୍ରମଣ । ଦିନେ ସଂକ୍ରମଣ କମୁଛି ତ ପୁଣି ଦିନେ ସଂକ୍ରମଣ ବଢ଼ୁଥିବା ଦେଖିବାକୁ ମିଳୁଛି । ଗତ କିଛି ଦିନ ହେବ ୯ଶହରୁ ଏକ ହଜାର ମଧ୍ୟରେ ସଂକ୍ରମଣ ରହୁଥିବା ବେଳେ ଆଜି…
Read More...

କନ୍ଧପାଳ ଗାଁରେ ଫୁଟିଲା ଗୁଳି, ଜଣେ ମୃତ

ଢେଙ୍କାନାଳ: ସଦରଥାନା ଗେଙ୍ଗୁଟିଆ ପଞ୍ଚାୟତ କନ୍ଧପାଳ ଗାଁରେ ଗୁଳିମାଡ଼ ହୋଇଛି । ଗୁଳିମାଡରେ ୫୬ବର୍ଷିୟ ଦଳେଇ ନାୟକଙ୍କ ମୃତ୍ୟୁ ହୋଇଥିବା ବେଳେ ପୁର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୁଳିକାଣ୍ଡ ହୋଇଥିବା ସୂଚନା ମିଳିଛି ।…
Read More...

ବିଜୁ ବାବୁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ଆଜି ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ । ଏହି ଅବସରରେ ବିଜୁ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ୱିଟ୍‌ କରି ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଞ୍ଜଳି…
Read More...

ଭାରତ ଆସିବେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭାରତ ଗସ୍ତରେ ଆସିବେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ ଜନସନ । ଚଳତ ମାସ ୨୧ ତାରିଖରେ ବୋରିସ ଦୁଇ ଦିନିଆ ଭାରତ ଗସ୍ତରେ ଅସୁଥିବା ନେଇ ସୂଚନା ମିଳିଛି । ୨୧ ତାରିଖରେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ…
Read More...

ବିଲକୁ ଖସିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ ଗୋଡ଼ଭଗାରୁ ସୋନପୁରକୁ ସଂଯୋଗ କରୁଥିବା ୫୪ନଂ ରାଜ୍ୟ ରାଜପଥରେ ପୁଣି ଦୁର୍ଘଟଣା। କୁଜାପାଲି ଛକ ପାଖରେ  ଏକ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ବିଲ ଭିତରକୁ ପଶିଯାଇଛି । ଭାଗ୍ୟ ବଶତଃ…
Read More...

ବୌଦ୍ଧ ବ୍ଲକରେ ଶିକ୍ଷା ସମୀକ୍ଷା ବୈଠକ

ବୌଦ୍ଧ: ବୌଦ୍ଧ ବ୍ଲକସ୍ତରୀୟ ଶିକ୍ଷା ସମୀକ୍ଷା ବୈଠକ ବୌଦ୍ଧ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସଭାଗୃହଠାରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧୃବଚରଣ ଘିବେଲାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସିଆରସିସିମାନଙ୍କ…
Read More...

ସ୍କୁଲହତା ସାଜିଛି ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ

ବୌଦ୍ଧ:  ବୌଦ୍ଧ ଜିଲ୍ଲାରେ ବେଆଇନ ଭାବରେ ମଦ ବ୍ୟବସାୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଯାହାକୁ ନେଇ  ଜନସାଧାରଣରେ ଅସନ୍ତୋଷ ବୃଦ୍ଧି ପାଉଛି । ବେଆଇନ ମଦକାରବାରକୁ ରୋକିବାରେ ପ୍ରଶାସନର ଆନ୍ତରିକତାର ଅଭାବ…
Read More...

ପୌରାଧ୍ୟକ୍ଷା, ଉପାଧ୍ୟକ୍ଷ ଓ କାଉନସିଲରଙ୍କୁ ସମ୍ବର୍ଦ୍ଧନା

ଚୌଦ୍ୱାର: ଚୌଦ୍ୱାର ପୌରପାଳିକା ୬ ନମ୍ବର ୱାର୍ଡ଼ ଅନ୍ତର୍ଗତ ନୁନ୍‌ଟିକିରୀ ଗ୍ରାମବାସୀଙ୍କ ତରଫରୁ ନବ ନିର୍ବାଚିତ ପୌରାଧ୍ୟକ୍ଷା, ଉପାଧ୍ୟକ୍ଷ ଏବଂ ସ୍ଥାନୀୟ କାଉନସିଲରଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି   । ଗ୍ରାମ…
Read More...

ଆକ୍ରମଣରେ ଯୁବକ ଆହତ

ଚୌଦ୍ୱାର: ଚୌଦ୍ୱାର ଥାନା ଟିପିଏମ୍‌ ଫାଣ୍ଡି ଅନ୍ତର୍ଗତ ଚିତ୍ରେଶ୍ୱର ଗ୍ରାମରେ ଗଣ୍ଡଗୋଳ ଘଟି ଦୁଇଜଣ ଯୁବକଙ୍କ ଆକ୍ରମଣରେ ସେହି ଗ୍ରାମର କୈଳାସ ଚନ୍ଦ୍ର ବେହେରା ନାମକ ଜଣେ ଯୁବକ ଆହତ ହୋଇଥିବା ଚୌଦ୍ୱାର ଥାନାରେ ଅଭିଯୋଗ…
Read More...

ଦେଓମାଳି ହେବ ପର୍ଯ୍ୟଟନ ହବ୍‌

ପଟାଙ୍ଗି : କୋରାପୁଟ ଜିଲା ପଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତକୁ ଆଜି ମୁଖ୍ୟ ଶାସନ ସଚିବ ସୁରେଶ କୁମାର ମହାପାତ୍ର ଗସ୍ତ କରିଛନ୍ତି। ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସାଙ୍ଗକୁ ଶିକ୍ଷା, ସ୍ବାସ୍ଥ୍ୟ ଓ ଗମନାଗମନର…
Read More...

ଉତ୍କର୍ଷ କେନ୍ଦ୍ର ହେବ ଓୟୁଟିଆର : ୫ଟି ସଚିବ

ଭୁବନେଶ୍ୱର : ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ବବିଦ୍ୟାଳୟ (ଓୟୁଟିଆର)କୁ ଇଞ୍ଜିନିୟରିଂ ଶିକ୍ଷା କ୍ଷେତ୍ରରେ ଏକ ଉତ୍କର୍ଷ କେନ୍ଦ୍ର ରୂପେ ଗଢାଯିବ। ଭିତ୍ତିଭୂମି ବିକାଶ ସହ ଏଠାରେ ନୂତନ ପାଠ୍ୟକ୍ରମ ଖୋଲିବ। ଆଗାମୀ ୩…
Read More...

ସାମ୍ପ୍ରଦାୟିକ ହିଂସା ବୃଦ୍ଧି ; ପ୍ରଧାନମନ୍ତ୍ରୀ ନିରବ

ନୂଆଦିଲ୍ଲୀ : ଦେଶରେ ସାମ୍ପ୍ରଦାୟିକ ହିଂସା ଓ ଘୃଣା ମନ୍ତବ୍ୟ ବୃଦ୍ଧି ପାଉଛି। ସାମାଜିକ ଗଣମାଧ୍ୟମ ଜରିଆରେ ଏହା ବ୍ୟାପୁଛି। ଏହାଦ୍ବାରା ସାମ୍ପ୍ରଦାୟିକ ହିଂସା ବଢ଼ୁଛି। ଗତ କିଛି ଦିନର ଘଟଣା ପ୍ରବାହରୁ ଏହା ସ୍ପଷ୍ଟ…
Read More...

କଂଗ୍ରେସ ପାଇଁ ପ୍ରଶାନ୍ତ କିଶୋରଙ୍କ ଖସଡ଼ା

ନୂଆଦିଲ୍ଲୀ : ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର ଶନିବାର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ରାହୁଲ, ପ୍ରିୟଙ୍କା ଓ ଅନ୍ୟ ନେତୃବୃନ୍ଦଙ୍କ ସହ ଆଲୋଚନା କରିଛନ୍ତି। ଏହି ଆଲୋଚନାବେଳେ ସେ ୨୦୨୪ ସାଧାରଣ ନିର୍ବାଚନ…
Read More...

ସୁବର୍ଣ୍ଣପୁର ସବୁଠୁ ଉତ୍ତପ୍ତ ; ୪୦ ଡିଗ୍ରୀ ଉପରେ ୧୫ ସହର

ଭୁବନେଶ୍ବର : ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିବା ଦ୍ବାରା ଶନିବାର ୧୫ ସହରରେ ପାରଦ ୪୦ ଡିଗ୍ରୀ ଅତିକ୍ରମ କରିଛି। ପଶ୍ଚିମ ଓଡ଼ିଶାର ସମସ୍ତ ସହରରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିବାବେଳେ…
Read More...

ଇ-ସଞ୍ଜୀବନୀ କାର୍ଯ୍ୟକ୍ରମ ସଫଳତା

ଗୋପ : ସାରା ଦେଶରେ ଉନ୍ନତମାନର ସ୍ୱାସ୍ଥ୍ୟସେବା ଲାଗି କେନ୍ଦ୍ର ସରକାର ଆୟୁଷ୍ମାନ୍‌ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହି ଯୋଜନା ଅଧୀନରେ ଇ-ସଞ୍ଜୀବନୀ ଟେଲି ମେଡିସିନ୍‌ ସେବା କାର୍ଯ୍ୟକାରୀ କରାଯାଇଥିବାବେଳେ…
Read More...

ନିମ୍ନ ମାନର କାର୍ଯ୍ୟ ଅଭିଯୋଗ ; ୫୦ଲକ୍ଷ ଟଙ୍କାରେ ନିର୍ମାଣ ହେଉଥିବା ଗୃହର ସ୍ଥାୟୀତ୍ୱ ନେଇ ପ୍ରଶ୍ନ

ବେଗୁନିଆ : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ପରିସରରେ ନିର୍ମାଣ କରାଯାଉଛି ବ୍ଲକ ସ୍ତରୀୟ ମିଶନ ଶକ୍ତି ଗୃହ । ଏହି ଗୃହର ନିର୍ମାଣ କାର୍ଯ୍ୟ ପୂର୍ତ୍ତ ବିଭାଗ ପକ୍ଷରୁ କରାଯାଉଥିବାବେଳେ କାର୍ଯ୍ୟ ଆରମ୍ଭରୁ…
Read More...

ବର୍ଷା-ଅନୁଭବ ମାମଲାରେ ସାକ୍ଷ୍ୟ ଗ୍ରହଣ ଅସମାପ୍ତ ; ଅନୁଭବଙ୍କ ପକ୍ଷରୁ ଦୁଇ ପିଟିସନ ଦାଖଲ

କଟକ : ବର୍ଷା-ଅନୁଭବ ବିବାହ ବିଛେଦ ମାମଲାରେ କଟକ ପରିବାର ଅଦାଲତରେ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ସାକ୍ଷ୍ୟ ଗ୍ରହଣ ହୋଇଥିବାବେଳେ ଏହି ପ୍ରକ୍ରିୟା ଅସମାପ୍ତ ରହିଥିଲା। ତେବେ ମେ ୧୮ରେ ଅନୁଭବ ପୁଣି ସାକ୍ଷ୍ୟ…
Read More...

ଆର୍‌ସିବିକୁ ଜିତାଇଲେ କାର୍ତ୍ତିକ, ମ୍ୟାକ୍ସୱେଲ

ମୁମ୍ବଇ : ଚଳିତ ଆଇପିଏଲ୍‌ରେ ଶନିବାର ୨ୟ ମ୍ୟାଚ୍‌ରେ ବିଜୟୀ ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)। ଗ୍ଲେନ୍ ମ୍ୟାକ୍ସୱେଲ ଓ ଦିନେଶ କାର୍ତ୍ତିକଙ୍କ ଆକ୍ରମଣାତ୍ମକ ଅର୍ଦ୍ଧଶତକ ବଳରେ ଦିଲ୍ଲୀ…
Read More...

ଶେହବାଜଙ୍କ ପୁଅ ପଞ୍ଜାବ ମୁଖ୍ୟମନ୍ତ୍ରୀ

ଲାହୋର : ପାକିସ୍ତାନ ଅନ୍ତର୍ଗତ ପଞ୍ଜାବ ପ୍ରଦେଶ ବିଧାନସଭାରେ ଶନିବାର ନାହିଁ ନ ଥିବା ବିଭ୍ରାଟ ସୃଷ୍ଟି ହୋଇଛି । ପଦଚ୍ୟୁତ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଦଳ ପିଟିଆଇ ନେତାମାନେ ବିଧାନସଭା ଉପବାଚସ୍ପତି ମହମ୍ମଦ…
Read More...

ଉପନିର୍ବାଚନରେ ବିଜେପି ନିରାଶ : ଆସାନସୋଲରୁ ଜିତି ଲୋକସଭାକୁ ଗଲେ ଶତ୍ରୁଘ୍ନ ସିହ୍ନା

ନୂଆଦିଲ୍ଲୀ : ଦେଶର ୪ ରାଜ୍ୟରେ ଅନୁଷ୍ଠିତ ଲୋକସଭା ଓ ବିଧାନସଭା ନିର୍ବାଚନରେ ବିଜେପିକୁ ପରାଭବ ଭୋଗିବାକୁ ପଡ଼ିଛି। ଗୋଟିଏ ଲୋକସଭା ଓ ୪ଟି ବିଧାନସଭା ଉପନିର୍ବାଚନ ପାଇଁ ୧୨ରେ ମତଦାନ ହୋଇଥିବାବେଳେ ଶନିବାର ଫଳାଫଳ…
Read More...

ବିଶ୍ୱମ୍ଭରପୁର ଗ୍ରାମରେ ମହାବିଷୁବ ସଂକ୍ରାନ୍ତି ଉତ୍ସବ

ବଡ଼ମ୍ବା : ଏହି ବ୍ଲକ ଅନ୍ତର୍ଗତ ବିଶ୍ୱମ୍ଭରପୁର ଗ୍ରାମରେ ବାର୍ଷିକ ମହାବିଷୁବ ସଂକ୍ରାନ୍ତି ଉତ୍ସବ ପାଳନ କରାଯାଇଛି । ଏହି ଉପଲକ୍ଷେ ଗ୍ରାମର ଯୁବକସଂଘ ଏବଂ ଝାମୁଯାତ୍ରା କମିଟି ତରଫରୁ ଏକ ସାଂସ୍କୃତିକ ସଭା କରାଯାଇଥିଲା…
Read More...

ରାହୁଲଙ୍କ ଶତକ ; ମୁମ୍ବଇର କ୍ରମାଗତ ୬ଷ୍ଠ ପରାଜୟ

ମୁମ୍ବଇ : ଆଇପିଏଲ୍‌ ଇତିହାସରେ ସଫଳତମ ଦଳ ମୁମ୍ବଇ ଇଣ୍ଡିଆନ୍‌ସ ଚଳିତ ସଂସ୍କରଣରେ ତା’ର ପ୍ରଥମ ୬ଟିଯାକ ମ୍ୟାଚ୍‌ରେ ପରାସ୍ତ ହୋଇଛି। ଫଳରେ ଏହା ପ୍ଲେଅଫ୍‌ରେ ପହଞ୍ଚିବା ଆଶା ସଙ୍କଟରେ ପଡ଼ିଯାଇଛି। କେ.ଏଲ୍‌. ରାହୁଲଙ୍କ…
Read More...

ସାପ୍ତାହିକ ରାଶିଫଳ (୧୭ ରୁ ୨୩/୦୪/୨୦୨୨)

ମେଷ: ରବିବାର ଓ ସୋମବାର ଆୟ ବୃଦ୍ଧି ହେବ। ମଙ୍ଗଳବାର ଓ ବୁଧବାର ଅର୍ଥ ହାନି ହୋଇପାରେ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ ସାମାଜିକ କାର୍ଯ୍ୟରେ ଯୋଗ ଦେବେ। ମହିଳା ଓ ବିଦ୍ୟାର୍ଥୀ ରୁଚିଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ…
Read More...

ଆଠଗଡର ଅଧିଷ୍ଠାତ୍ରୀ ମା’ ବାଉତୀଙ୍କ ଝାମୁଯାତ୍ରା

ଆଠଗଡ : ପବିତ୍ର ଚୈତ୍ରପୂର୍ଣ୍ଣିମା ତିଥି ଅବସରରେ ଆଠଗଡର ଅଧିଷ୍ଠାତ୍ରୀ ମା’ ବାଉତୀଙ୍କର ଝାମୁଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଝାମୁଯାତ୍ରା ଦେଖିବା ପାଇଁ ସହର ତଥା ଆଖପାଖ ଗ୍ରାମାଞ୍ଚଳରୁ ଶହ ଶହ ଭକ୍ତ ଓ…
Read More...

୧୬ ନମ୍ବର ଜାତୀୟ ରାଜପଥ ପାଲଟିଛି ଟ୍ରକ ପାର୍କିଂ ଜୋନ୍

ଗୋପାଳପୁର : ଗମନା ଗମନ ସୁବିଧା ସହ ରାସ୍ତାରେ ଘଟୁଥିବା ଦୁର୍ଘଟଣା ରୋକିବା ପାଇଁ ସରକାର ସଡ଼କ ନିର୍ମାଣ ପାଇଁ  କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ କେଉଁଠି ଠିକା ସଂସ୍ଥାର ମନାମାନି ତ, କେଉଁଠି ପରିବହନ ବିଭାଗର…
Read More...

ରାମଚଣ୍ଡୀଙ୍କ ପୀଠରେ ୪୪ତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ

ବେଗୁନିଆ : ବେଗୁନିଆ ବ୍ଲକ ଗଡମାଣତୀରସ୍ଥିତ ମା’ ରାମଚଣ୍ଡୀଙ୍କ ପୀଠସ୍ଥଳୀରେ ୪୪ତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଗଡ଼ମାଣତୀର ସମେତ ବାରପଲ୍ଲୀ ଏବଂ ଗୋପାଳପୁର, କଡବ, ରାଉତପଡ଼ା ,ଗୋବିନ୍ଦପୁର…
Read More...

ଦଣ୍ଡ ଶୋଭାଯାତ୍ରା ବେଳେ ଯୁବକଙ୍କୁ ହତ୍ୟା ଘଟଣାରେ ୨ଗିରଫ

ନୟାଗଡ଼ : ମେରୁ ଉତ୍ସବ ପାଳନ ବେ‌ଳେ ଦଣ୍ଡ ଶୋଭାଯାତ୍ରା ନେଇ ନୟାଗଡ଼ ସହରରେ ବୁଧବାର ରାତିରେ ଯୁବକଙ୍କୁ ହତ୍ୟା ଘଟଣାରେ ପୁଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ ହେଲେ ଦେଉଳପଲ୍ଲୀ ଗ୍ରାମର…
Read More...

ଗାନ୍ଧୀ ପାର୍କରୁ ଲାଇଟ ଚୋରି ଅଭିଯୋଗରେ ୨ ଗିରଫ 

ବେଗୁନିଆ : ବାଘମାରୀ ଥାନା ସିମୋର ପଞ୍ଚାୟତ ଅନ୍ତର୍ଗତ ଗଁପୁର ଗ୍ରାମରେ ଥିବା ଗାନ୍ଧୀ ପାର୍କରୁ ଲାଇଟ ଚୋରି କରିବା ଅଭିଯୋଗରେ ବାଘମାରୀ ପୁଲିସ ଶନିବାର ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗତ ୧୦ ତାରିଖ…
Read More...

ଭୁର୍ଟିଗଡ଼ ଅଞ୍ଚଳରେ ପ୍ରବଳ ଝଡ଼ତୋଫାନ : ଭାଙ୍ଗିଲା ଗଛ, ଉଡ଼ିଲା ଛାତ, ରାସ୍ତା ଅବରୋଧ

ଲାଞ୍ଜିଗଡ଼ : ଲାଞ୍ଜିଗଡ଼ ବ୍ଲକ ଦୁର୍ଗମ ଭୁର୍ଟିଗଡ଼ ଗ୍ରାମପଞ୍ଚାୟତ ଅଞ୍ଚଳରେ ପ୍ରବଳ ଝଡ଼ତୋଫାନ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି । ଝଡ଼ତୋଫାନ ଯୋଗୁଁ ଭୁର୍ଟିଗଡ଼ ଗ୍ରାମପଞ୍ଚାୟତ ଅଞ୍ଚଳର ୨୦ରୁ ଅଧିକ ଘରର ଖପର,…
Read More...

ରବି ଋତୁ ପାଇଁ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାପାଳ ଡ଼ ଗାଭାଲି ପରାଗ ହର୍ଷଦ୍ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଜିଲ୍ଲା ସ୍ତରୀୟ ରବି ଋତୁ ପାଇଁ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ…
Read More...

ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଆଦିତ୍ୟ ପ୍ରତାପଙ୍କୁ ସମ୍ବର୍ଦ୍ଧନା

ଗୁରୁଡିଝାଟିଆ : ହିନ୍ଦ ମଜଦୁର ସଂଘର ରାଜ୍ୟ ଯୁବ ସଂଯୋଜକ ତଥା ନବନିର୍ବାଚିତ ଆରତୀ କାରଖାନା କର୍ମଚାରୀ ସଂଘର ସଭାପତି ଆଦିତ୍ୟ ପ୍ରତାପ ସ୍ୱାଇଁଙ୍କୁ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଆଜି ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ…
Read More...

ଡାକ୍ତରଖାନାରେ ଆହତ ଯବାନଙ୍କ ଦମ୍ଭୋକ୍ତି; ମୁଁ ମାରିବି ଆତଙ୍କବାଦୀଙ୍କୁ.. ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଳୀ: ଡାକ୍ତରଖାନା ଶଯ୍ୟାରେ ଦମ୍ଭ ଦେଖାଇଲେ ଆହତ ଯବାନ । ନିଜର ଆହତ ସ​ତ୍ତ୍ବେ ବି ଡାକ୍ତରଖାନାର ଶଯ୍ୟାରେ ଆତଙ୍କବାଦୀଙ୍କୁ ଜବାବ ଦିଆଯିବା ନେଇ କହୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି ।…
Read More...

ପ୍ରତିଶ୍ରୁତି ରଖିଲା ଆପ୍‌; ଦିଲ୍ଳୀ ପରେ ପଞ୍ଜାବରେ ଏବେ ମାଗଣା ବିଜୁଳି

ନୂଆଦିଲ୍ଲୀ: ବିଜଳିକୁ ନେଇ ଆପ୍‌ ସରକାରଙ୍କ ଆଉ ଏକ ପଦକ୍ଷେପ । ରାଜଧାନୀ ନୂଆଦିଲ୍ଲୀ ପରେ ପଞ୍ଜାବରେ ମାଗଣା ବିଜୁଳି ଘୋଷଣା କରିଛନ୍ତି ଆପ୍‌ ସରକାର । ପ୍ରତିଟି ଘରକୁ ୩ଶହ ୟୁନିଟ୍‌ ମାଗଣା ବିଜୁଳି ଯୋଗାଇବାକୁ ସରକାର…
Read More...

ଛୁଆ ପାଇଁ ଜୀବନ ଦେଇଦେଲା ମା’ ହରିଣ; ଦେଖନ୍ତୁ ଭିଡିଓ

ଭୁବନେଶ୍ୱର: କାହାଣୀ ନୁହେଁ… କି କୌଣସି ମିଛ ଭିଡିଓ ବି ନୁହେଁ । ଦେଖନ୍ତୁ ଥରେ ଏହି ଭିଡିଓକୁ ଆଉ ଗୋଟିଏ ମା’ର କର୍ତ୍ତବ୍ୟକୁ । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି । ମାତ୍ର ୨୮ ସେକେଣ୍ଡର ଭିଡିଓ…
Read More...

ଗରିବ ପରିବାର ପାଇଁ ନାହିଁ ସାହାରା; ଜେଜେମା ଭରସାରେ ସୋନାଲି

କଲମପୁର: ନାହିଁ ଯାହାର ମା’ ତାର କିଏ ବା ଅଛି ସାହା । ଏହି ଫଟୋରେ ଦେଖୁଥିବା ଅସହାୟ ଝିଅଟି ହେଉଛନ୍ତି ସୋନାଲି ଦଳାଇ । ବୟସ ୧୫ ବର୍ଷ । ଘରର ସୁନାଝିଅ ସାଜିଥିବା ସୋନାଲି ୪ ବର୍ଷ ତଳେ ଜନ୍ମକଲା ମା’ କୁ ହାରାଇଛନ୍ତି ।…
Read More...

ରାଜନୈତିକ ହିଂସା ଓଡ଼ିଶା ପାଇଁ ଚିନ୍ତାର କାରଣ: ଧର୍ମେନ୍ଦ୍ର

ଭୁବନେଶ୍ୱର: ଛେଣ୍ଡିପଦାରେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା ଘଟଣାରେ ଚିନ୍ତା ପ୍ରକଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଘଟଣାକୁ ନେଇ କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍‌ କରିବା ସହ ନିଜର ପ୍ରତିକ୍ରିୟା…
Read More...

ବିଦ୍ୟୁତ୍‌ ଗ୍ରୀଡକୁ ନେଇ ବଢୁଛି ଅସନ୍ତୋଷ; ପ୍ରତିଶ୍ରୁତି ଦେଇ ପ୍ରତାରଣା କରୁଛନ୍ତି ବିଧାୟିକା !

ଗୁଡଭେଲା: ନିର୍ବାଚନ ପରେ ଆସୁଛି ନିର୍ବାଚନ । ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦେଉଛନ୍ତି ନେତା କିନ୍ତୁ ଭୋଟ ହାତେଇବା ପରେ ସବୁ ପାଶୋରୀ ଦେଉଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷର ଦାନା ବନ୍ଧୁଛି । ବଲାଙ୍ଗୀର ଜିଲ୍ଲା…
Read More...

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ମା’-ପୁଅଙ୍କ ମୃତ୍ୟୁ

ବାସୁଦେବପୁର: ପୁଅକୁ ବଞ୍ଚାଇବାକୁ ଯାଇ ଚାଲିଗଲା ମା'ର ଜୀବନ । ନା କାଳର କବଳରୁ ବଞ୍ଚିପାରିଲା ପୁଅ ନା ବଞ୍ଚିପାରିଲା ମମତାମୟୀ ମା’ । ଭଦ୍ରକ୍ ଜିଲ୍ଲା ବାସୁଦେବପୁର ବ୍ଲକଦେ ଦେଖିବାକୁ ମିଳିଛି ଏମିତି କିଛି ।…
Read More...