ବିଦ୍ୟୁତ୍ ଗ୍ରୀଡକୁ ନେଇ ବଢୁଛି ଅସନ୍ତୋଷ; ପ୍ରତିଶ୍ରୁତି ଦେଇ ପ୍ରତାରଣା କରୁଛନ୍ତି ବିଧାୟିକା !
ଗୁଡଭେଲା: ନିର୍ବାଚନ ପରେ ଆସୁଛି ନିର୍ବାଚନ । ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦେଉଛନ୍ତି ନେତା କିନ୍ତୁ ଭୋଟ ହାତେଇବା ପରେ ସବୁ ପାଶୋରୀ ଦେଉଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷର ଦାନା ବନ୍ଧୁଛି । ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀରେ ରହିଛି ଗୁଡଭେଲା ବ୍ଳକ । ଏହି ବ୍ଳକରୁ ବିପୁଳ ପରିମାଣର ଭୋଟ ପାଇଁ ମନ୍ତ୍ରୀ ହୋଇଛନ୍ତି ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁ । ହେଲେ ରାହୁଳ ନଦୀ କୂଲରେ ବସାଯାଇଥିବା ୩୩/୧୧ ଗ୍ରୀଡ କାର୍ଯ୍ୟକ୍ଷମ ନହେବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି । ବ୍ଳକର ୮ଟି ପଞ୍ଚାୟତରେ ୫୮ଟି ଗାଁର ଲୋକେ ବହୁତ ଦିନ ଦାବି କଲାପରେ ୨୦୧୪ରେ ପ୍ରାୟ ୬ କୋଟି ଟଙ୍କା ଗ୍ରୀଡ ରାହୁଳ ନଦୀ କୂଳରେ ସ୍ଥାପନ ହେବା ବୋଲି ଜାଣିଲା ପରେ ଅଞ୍ଚଳରେ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରୀ ଲେଖିଯାଇଥିଲା ।
ହେଲେ ଆଜିକୁ ୭ ବର୍ଷ ପୂରିବାକୁ ବସିଲାଣି ଗ୍ରୀଡ଼ କାର୍ଯ୍ୟକ୍ଷମ ହୋଇ ପାରି ନଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛୁ । ସୂଚନାଯୋଗ୍ୟ ଯେ ୪୦ ବର୍ଷରୁ ଊର୍ଦ୍ଧ୍ଵ ହେବ ଖୁଣ୍ଟରେ ତାର ଟଣାଯାଇ ବିଦ୍ୟୁତ୍ ଯୋଗାଇ ଦିଆଯାଉଛି । ଯାହା ଫଳରେ ଲୋଭୋଲଟେଜ୍ ସମସ୍ୟା ସୃଷ୍ଟି ହେଉଛି । ଖରାଦିନ ଆସିବାରୁ ଗରମରେ ଡହକବିକଳ ହୋଉଛନ୍ତି ସାଧାରଣ ଜନତା । ଉଠାଜଳସେଚନ ମଧ୍ୟ ଠିକ ଭାବରେ ଚଳୁନଥିବାରୁ ହଜାର ହଜାର ହେକ୍ଟର ଚାଷ ଜମି ପ୍ରଭାବିତ ହୋଇଥାଏ । ସାମାନ୍ୟ ପବନ ହେଲେ ମଧ୍ୟ ବିଦ୍ୟୁତ୍ ସରବରାହ ବନ୍ଦ ରହୁଥିବାରୁ ଦିନ ଦିନ ଅନ୍ଧାରରେ ରହିବାକୁ ପଡିଛି । ବିଭିନ୍ନ କାରଣ ଦର୍ଶାଇ ୪ ବର୍ଷ ଧରି କାମ ବନ୍ଦ ହୋଇଥିଲା । ଗତ ବର୍ଷ ଫେବ୍ରୁଆରୀ ୨୦ ତାରିଖରେ ମନ୍ତ୍ରୀ ଟୁକୁନି ସାହୁଙ୍କୁ ଅଞ୍ଚଳ ଲୋକେ ଭେଟି ଏହି ବିଷୟରେ ଅବଗତ କରିବାରୁ ବିଭାଗ ଅଧିକାରୀଙ୍କ ସହ କଥାବାର୍ତ୍ତା ହେଲା ପରେ ମେ ମାସରେ କାର୍ଯ୍ୟକ୍ଷମ ହେବ ବୋଲି ପ୍ରତିଶ୍ରୁତି ଦେଇ କାମ ଆରମ୍ଭ ଥିଲେ ।ହେଲେ ଠିକାଦାର ମନମାନୀ ଯୋଗୁଁ ମେ ମାସରେ ମଧ୍ୟ କାମ ଶେଷ ନ ହେବାରୁ ୬ ଜୁଲାଇରେ ଟୁକୁନି ସାହୁ ନିଜେ ନିର୍ମାଣ ସ୍ଥଳକୁ ଆସି ଦେଖିବା ସହ ସେପ୍ଟେମ୍ବର ମାସରେ କାର୍ଯ୍ୟକ୍ଷମ ହେବୁ ବୋଲି ପ୍ରତିଶ୍ରୁତି ଦେଇଥିଲେ ।
ମନ୍ତ୍ରୀଙ୍କ ନିର୍ଦ୍ଦେଶ ମଧ୍ୟ ବେଖାତିର କରି ଆଜି ପର୍ଯ୍ୟନ୍ତ ତାହା ସଂପୂର୍ଣ୍ଣ ହୋଇ ପାରିଲା ନାହିଁ । ଗତ ଫେବୃଆରୀ ୪ ତାରିଖରେ ଗୁଡଭେଲାରେ ଜିଲ୍ଲା ପରିଷଦ ଭୋଟ ପ୍ରଚାର ସଭାରେ ପୁଣି ୨ ମାସ ଭିତରେ କାର୍ଯ୍ୟକ୍ଷମ ହେବ ବୋଲି ଭାଷଣରେ ଦେଇଥିଲେ । ତାହା ଭାଷଣରେ ରହିଗଲା । ଏହିପରି ଅବହେଳିତ ମନୋଭାବକୁ ନେଇ ଗୁଡଭେଲା ବ୍ଳକ ଅନ୍ତର୍ଗତ ଜାମୁଟ ଗ୍ରାମଠାରେ ଜାମୁଟ ସରପଞ୍ଚ ଭାବସିଂ ମାଝୀଙ୍କ ଅଧ୍ୟକ୍ଷତାରେ ଏକ ଚାଷୀ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଗୁଡଭେଲା ୩୩/୧୧ ବିଦ୍ବୂତ ଗ୍ରୀଡକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା । ସହ ବିରାମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ମହାଜେନପଡା ଠାରେ ସ୍ଥାପନ ହୋଇଥିବା ବୃହତ ଉଠାଜଳସେଚନ ପ୍ରକଳ୍ପରେ ଜାମୁଟ, ଯୋଗିମରା ଭଲି ଗାଁକୁ କାଗଜ ପତ୍ରରେ ପାଣି ମଡା ଯାଉଛି । ହେଲେ ପ୍ରକୃତରେ ଦେଖିଲେ ଜଣା ପଡୁଛି ଯେ ଗାଁର ସିମାକୁ ପାଇପ ନାଇନ୍ ମଧ୍ୟ ଛୁଇନାହିଁ । ଯାହା ଦ୍ୱାରା ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି । ଯାହାଦ୍ୱାରା ବିରାମୁଣ୍ଡା, ଜାମୁଟ,ଗମ୍ଭାରିଗୁଡା ପଞ୍ଚାୟତର ଲୋକଙ୍କୁ ନେଇ ଏକ ଆଞ୍ଚଳିକ କୃଷକ ବିକାଶ ମଞ୍ଚ ଗଠନ କରାଯାଇଛି । ଆଗାମୀ ଦିନରେ ଏହି ସବୁ ସମସ୍ୟାକୁ ନେଇ ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟଳୟକୁ ଘେରିବା ପାଇଁ ସଜବାଜ ହେଉଥିବା ସୂଚନା ମିଳିଛି ।
Comments are closed.