ପ୍ରକଳ୍ପ ସଖୀ ଅଧୀନରେ ୪୦୦୦ରୁ ଅଧିକ ମହିଳାଙ୍କ ଦ୍ୱାରା ବିକଶିତ ହସ୍ତ କଳା ଘୁମୁରା ଉତ୍ସବରେ ପ୍ରଦର୍ଶୀତ
କଳାହାଣ୍ଡି : ୨୭ତମ କଳାହାଣ୍ଡି ଉତ୍ସବ- ଘୁମୁରା ୨୦୨୫ରେ ବେଦାନ୍ତ ଲାଞ୍ଜିଗଡ଼ ଲାଞ୍ଜିଗଡ ପକ୍ଷରୁ କରାଯାଇଥିବା ଷ୍ଟଲ୍ରେ କମ୍ପାନୀ ପକ୍ଷରୁ କରାଯାଇଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟକୁ ପ୍ରଦର୍ଶୀତ କରାଯାଇଛି ।
ବେଦାନ୍ତ ଷ୍ଟଲରେ ଆଦିକଳା ପ୍ରକଳ୍ପ ର ହାତତିଆରି ସାମଗ୍ରୀ ପ୍ରଦର୍ଶନ କରାଯାଇଥିଲା । ଏହା ସଉରା ଏବଂ ଢୋକ୍ରା କଳାକୁ ପୁନରୁଦ୍ଧାର କରିବା ସହିତ ସ୍ଥାୟୀ ଜୀବିକା ମାଧ୍ୟମରେ ୨୦୦ରୁ ଅଧିକ ଗ୍ରାମୀଣ ପରିବାରକୁ ସହଯୋଗର ହାତ ବଢାଇଛି । ଗ୍ରାମୀଣ ମହିଳାଙ୍କ ପାଇଁ ବେଦାନ୍ତର ଦ୍ୱାରା ପରିଚାଳିତ ସଖୀ ପ୍ରକଳ୍ପ ଅଧୀନରେ ୪୦୦୦ରୁ ଅଧିକ ମହିଳା ଉପକୃତ ହେଉଛନ୍ତି ।
ଏହାବ୍ୟତୀତ ବେଦାନ୍ତର ଅତ୍ୟାଧୁନିକ କାରଖାନାରେ ବକ୍ସାଇଟ୍ ପଥରକୁ ଉଚ୍ଚମାନର ଆଲୁମିନିୟମ ଉତ୍ପାଦରେ ପରିଣତ କରିବାର ପ୍ରଣାଳୀ ଦର୍ଶକମାନଙ୍କ ପାଇଁ ପ୍ରଦର୍ଶନ କରାଯାଇଥିଲା ।
ଳାହାଣ୍ଡି ସାଂସଦ ମାଲବିକା ଦେବୀ ଓ ଜିଲ୍ଲାପାଳ ସଚିନ ପାୱାର ବେଦାନ୍ତର ଷ୍ଟଲକୁ ଉଦ୍ଘାଟନ କରିଥିଲେ ।
Comments are closed.