ସୁସ୍ଥ ଯକୃତ ପାଇଁ ପ୍ରତିଦିନ ସକାଳୁ ଆପଣାନ୍ତୁ ଏହି ଉପାୟ

ଭୁବନେଶ୍ବର : ଆଜି କାଲି ଫ୍ୟାଟି ଲିଭର ଏକ ସାଧାରଣ ସମସ୍ୟା ହୋଇଗଲାଣି । ଖାଦ୍ୟପେୟ, ଅନିୟମିତ ଦିନଚର୍ଯ୍ୟା ଓ କମ୍ ଶାରିରୀକ ପରିଶ୍ରମ ଯୋଗୁଁ ଏହି ସମସ୍ୟା ବଢିବାରେ ଲାଗିଛି । ଯକୃତ ବା ଲିଭରରେ ଅତିରିକ୍ତ ଫ୍ୟାଟ୍ ଜମିବା ପରେ ଫ୍ୟାଟି ଲିଭର ହୋଇଥାଏ । ଯାହା ଫଳରେ ଲିଭର ସଠିକ୍ ରୂପେ କାମ କରିପାରିନଥାଏ । ସଠିକ୍ ସମୟରେ ଏହାକୁ ଧ୍ୟାନ ନଦେଲେ ଏହା ଗମ୍ଭୀର ରୋଗର କାରଣ ହୋଇପାରେ । କିନ୍ତୁ କିଛି ଛୋଟ ଛୋଟ ଅଭ୍ୟାସ ଯୋଗୁଁ ଆପଣ ଏଥିରୁ ରକ୍ଷା ପାଇପାରିବେ । ଆସନ୍ତୁ ଜାଣିବା..

୧. ସକାଳେ ଖାଲି ପେଟରେ ଉଷୁମ ପାଣି ପିଇବା ଦ୍ବାରା ଲିଭର ଡିଟକ୍ସ ହେବାରେ ସାହାଯ୍ୟ ମିଳିଥାଏ । ଏହା ପାଚନ ପ୍ରକ୍ରିୟାକୁ ମଜଭୁତ କରିଥାଏ । ଆପଣ ଉଷୁମ ପାଣିରେ ଲେମ୍ବୁ ରସ ଓ ମହୁ ମିଶାଇ ମଧ୍ୟ ପିଇପାରିବେ । ଏହା ଦ୍ବାରା ଯକୃତର ଅତିରିକ୍ତ ଚର୍ବି କମିଥାଏ ।

୨. ସକାଳେ ଚା’ ବା କଫି ପିଇବା ଦ୍ବାରା ଲିଭର ଉପରେ ଚାପ ପଡିଥାଏ । ଆପଣ ଏହା ବଦଳରେ ଗ୍ରୀନ୍ ଟି ବା ହର୍ବାଲ ଟି ସେବନ କରିପାରିବେ । ଏହା ଯକୃତକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ ।

prayash

୩. ସକାଳ ସମୟରେ ଯୋଗ ବା ହାଲୁକା ପରିଶ୍ରମକୁ ଦୈନନ୍ଦିନ ରୁଟିନରେ ଯୋଡନ୍ତୁ । ଏହା ଓଜନକୁ ନିୟନ୍ତ୍ରଣ କରିବା ସହ ଯକୃତରେ ଜମିଥିବା ଅତିରିକ୍ତ ଚର୍ବିକୁ ମଧ୍ୟ କମ୍ କରିଥାଏ ।

୪. ସକାଳ ଜଳଖିଆରେ ଫାଇବରରେ ଭରପୁର ଖାଦ୍ୟ ଯଥା ଦଲିଆ, ଫଳ ଓ ନଟ୍ସ ସାମିଲ କରନ୍ତୁ । ଏହା ପାଚନ କ୍ରିୟାକୁ ଉତ୍ତମ କରିବା ସହ ଯକୃତ ଚର୍ବିକୁ କମାଇବାରେ ସାହାଯ୍ୟ କରେ ।

୫. ସକାଳ ଜଳଖିଆରେ ଅଧିକ ଚିନି ଯୁକ୍ତ ଖାଦ୍ୟ ବଦଳରେ ଫଳ ମୂଳ ଚୟନ କରନ୍ତୁ । ଏହା ଯକୃତରେ ଚର୍ବି ବଢିବାରୁ ଅନେକ ପରିମାଣରେ ରୋକିଥାଏ ।

ଯଦି ଆପଣ ଏ ସମ୍ପର୍କରେ ଅଧିକ ତଥ୍ୟ ଜାଣିବାକୁ ଚାହୁଁଛନ୍ତି ତେବେ ଡାକ୍ତରଙ୍କ ସହ ପରାମର୍ଶ କରିପାରିବେ ।

kalyan agarbati

Comments are closed.