www.samajalive.in
Saturday, December 13, 2025
21.1 C
Bhubaneswar

ସମ୍ପତ୍ତି ତାଲିକା ଦେବେ ଶ୍ରୀମନ୍ଦିର କର୍ମଚାରୀ, ଶୁକ୍ରବାର ପିନ୍ଧିବେ ହସ୍ତତନ୍ତ ଲୁଗା

ପୁରୀ: ଶ୍ରୀମନ୍ଦିର କର୍ମଚାରୀ ଓ ଅଧିକାରୀଙ୍କ ପାଇଁ ୫ ସୂତ୍ରୀ କାର୍ଯ୍ୟାବଳୀ ଜାରି ହୋଇଛି। ୫ ସୂତ୍ରୀ କାର୍ଯ୍ୟବଳୀ ଅନୁପାଳନ ପାଇଁ ମୁଖ୍ୟ ପ୍ରଶାସକ ପରାମର୍ଶ ଦେଇଛନ୍ତି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଜାରି କରିଥିବା ୫ ସୂତ୍ରୀ କାର୍ଯ୍ୟବଳୀ ଅନୁଯାୟୀ ଡ୍ୟୁଟି ସମୟରେ ଗୁଟଖା, ପାନ ଓ ମାଦକ ଦ୍ରବ୍ୟ ସେବନ କରିବେ ନାହିଁ।

ପ୍ରତି ମାସର ତୃତୀୟ ଶୁକ୍ରବାରରେ ବରିଷ୍ଠ ଅଧିକାରୀଙ୍କ ସ୍ତରରେ କାର୍ଯ୍ୟ ସମୀକ୍ଷା କରାଯିବ। ଜାନୁଆରୀ ୩୧ ସୁଦ୍ଧା ନିଜ ସମ୍ପତ୍ତିର ତାଲିକା ଦାଖଲ କରିବେ। ସମ୍ପତ୍ତି ତାଲିକା ଦାଖଲ ନ କଲେ ଇନକ୍ରିମେଣ୍ଟ, ପଦୋନ୍ନତି ଓ ପ୍ରୋତ୍ସାହନ ରାଶି ମିଳିବ ନାହିଁ। ପ୍ରତ୍ୟେକ ଶୁକ୍ରବାର ସମସ୍ତେ ହସ୍ତତନ୍ତ ଲୁଗା ପିନ୍ଧି କାର୍ଯ୍ୟାଳୟ ଆସିବେ।

- Advertisement -

ୟୁନିଫର୍ମ ପୋଷାକଧାରୀଙ୍କ ପାଇଁ ଏହା ଲାଗୁ ହେବ ନାହିଁ। ଡ୍ୟୁଟି ସମୟରେ ମୋବାଇଲ ବ୍ୟବହାର ଉପରେ ମଧ୍ୟ କଟକଣା ଜାରି କରାଯାଇଥିବା ଜଣାପଡ଼ିଛି।

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories