ବଜାରକୁ ଆସିଗଲା କୁହୁଡି ପାଇଁ ଏଲଇଡି ; କାର୍, ବାଇକ୍ରେ ଲାଗି ପାରିବ ଏହି ଲାଇଟ୍,ଦାମ୍ ମାତ୍ର ଏତିକି..
ନୂଆଦିଲ୍ଲୀ : ଦେଶ ତଥା ରାଜ୍ୟରେ ପ୍ରବଳ ଶୀତ ସହ ଘନ କୁହୁଡି ଲାଗି ରହିଛି। ଘନ କୁହୁଡି କାରଣରୁ ରାସ୍ତା ଘାଟ ସଠିକ୍ ଭାବେ ଦେଖାନଯିବା କାରଣରୁ ଗାଡି ଚଳାଚଳରେ ବାଧାପ୍ରାପ୍ତ ହୋଇ ଦୁର୍ଘଟଣା ଘଟିଥାଏ । ଘନ କୁହୁଡିରେ ବାଇକ୍ ଚଲାଇବା ଖୁବ୍ କଷ୍ଟକର ମଧ୍ୟ । ଏଭଳି ଅନେକ ଲାଇଟ୍ ରହିଛି, ଯାହାକୁ ବ୍ୟବହାର କରି କୁହୁଡିରେ ଗାଡି ଚଳାଇବା ସମସ୍ୟାକୁ ଦୂର କରି ହେବ।
ଏବେ ଏହି ତାଲିକାରେ ଯୋଡି ହୋଇଛି Carzex High Power Blue Led Fog । ଏହାଏକ ପାୱାରଫୁଲ୍ ଏଲଇଡି ଲାଇଟ୍ । ବିଶେଷ କରି ବର୍ଷା ଓ କୁହୁଡ଼ିକୁ ଧ୍ୟାନକରେ ରଖି କମ୍ପାନୀ ଏହି ଲାଇଟ୍କୁ ତିଆରି କରିଛି । ଏହି ଲାଇଟ୍କୁ ୨୦ ହଜାର ଘଣ୍ଟା ବ୍ୟବହାର କରି ହେବ। ଏହାର ବଜାର ଦାମ୍ ୫୯୯ ଟଙ୍କା ।
Fabtech 36 LED Bar Light LED Fog Light
କାର୍ କିମ୍ବା ବାଇକ୍ ଚଲାଉଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ଏହି ଲାଇଟ୍ ଖୁବ୍ ଖାସ୍ । ଏହି ଲାଇଟ୍ ପ୍ରସ୍ତୁତ କରିଥିବା କମ୍ପାନୀ ଦାବି କରିଛି ଯେ, ଲାଇଟ୍ ୫୦୦ ପ୍ରତିଶତ ରାସ୍ତା ଦୃଶ୍ୟମାନ କରିବାର କ୍ଷମତା ରଖିଛି। ଶୀତ ଦିନରେ କାର୍ ଚାଳକଙ୍କ ପାଇଁ ଏହା ଗାର୍ଡ ଭଳି କାମ କରେ। ଏହାକୁ ଆପଣ କାର୍ରେ ଶୀର୍ଷରେ ତଥା ଉପର ଭାଗରେ କିମ୍ବା ତଳ ଭାଗରେ ବ୍ୟବହାର କରି ହେବ। ବଜାରରେ ଏହାର ଦାମ୍ ୫୮୯ ଟଙ୍କା।
Woschman- Fog Light for Car
କାର୍ରେ ବ୍ୟବହାର ହେଉଥିବା ଏହି ଲାଇଟ୍ର ଲମ୍ବ ୩.୫ ଇଞ୍ଚ । ଯାହାକୁ ସହଜରେ ବାଇକ୍ ଓ କାର୍ରେ ବ୍ୟବହାର କରାଯାଇପାରିବ। ମାର୍କେଟରେ ଏହାର ଦାମ୍ ୭୬୦ ଟଙ୍କା ।
Allextreme EX40WF24 LED Fog Light
କୁହୁଡି ପାଇଁ ବ୍ୟବହାର ହେଉଥିବା ଏହି ଲାଇଟ୍ ସବୁଠାରୁ ଉତ୍ତମ ବିକଳ୍ପ ବୋଲି କୁହାଯାଏ। କୁହୁଡିରେ ଏହାର ଦୃଶ୍ୟମାନ କ୍ଷମତା ଆଶ୍ଚର୍ଯ୍ୟଜନକ। ଏହା ଏକ ୱାଟରପ୍ରୁଫ୍ ଲାଇଟ୍ । ଫଳରେ ଏହାର ବ୍ୟବହାର ବର୍ଷା ଦିନରେ ମଧ୍ୟ କରି ପାରିବେ। ଉଭୟ ବାଇକ୍ ଓ କାର୍ରେ ଏହାକୁ ବ୍ୟବହାର କରି ପାରିବେ। ବଜାରରେ ଏହାର ମୂଲ୍ୟ ୧୭୯୯ ଟଙ୍କା।
୩୦ ବର୍ଷ ପରେ ମୀନ ରାଶିରେ ପ୍ରବେଶ କରିବେ ଶନିଦେବ : ଏହି ୩ ରାଶି ହେବେ ମାଲାମାଲ୍,ମିଳିବ ସୁଖମୟ ଦାମ୍ପତ୍ୟ ଜୀବନ
Comments are closed.