ମୁମ୍ବାଇ : ବଲିଉଡ୍ ଅଭିନେତା ସୈଫ୍ ଅଲ୍ଲୀ ଖାନ୍ଙ୍କ ଉପରେ ଗତ ବିଳମ୍ବିତ ରାତିରେ ଆକ୍ରମଣ ହୋଇଛି। ଦୁର୍ବୃତ୍ତ ଘର ଭିତରକୁ ପଶିବା ପରେ ସୈଫ୍ଙ୍କ ଉପରେ ଛୁରୀରେ ଆକ୍ରମଣ କରିଛନ୍ତି। ମୁମ୍ବଇର ବାନ୍ଦ୍ରାସ୍ଥିତ ବାସଭବନରେ ଥିବାବେଳେ ଦୁର୍ବୃତ୍ତ ଘରେ ପଶି ତାଙ୍କୁ ଆକ୍ରମଣ କରିଛି। ଅଭିନେତାଙ୍କୁ ଉଦ୍ଧାର କରାଯାଇ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କ ଚିକିତ୍ସା ଜାରି ରହିଛି। ସୈଫଙ୍କ ଉପରେ ୬ ଥର ଛୁରୀରେ ଆକ୍ରମଣ କରାଇଥିବା ବେଳେ ହାତ, ବେକ, ପିଠି ଆଦି ସ୍ଥାନରେ କ୍ଷତ ହୋଇଛି।
ମୁମ୍ବାଇ ପୁଲିସ କହିଛି ଯେ, ଅଭିନେତାଙ୍କ ଘରେ ବିଳମ୍ବିତ ରାତିରେ ଅଜଣା ଦୁର୍ବୃତ୍ତ ଆକ୍ରମଣ କରିଛି । ଦୁର୍ବୃତ୍ତ ଘରର ସହାୟିକା ସହ ଯୁକ୍ତିତର୍କ ହେଉଥିବା ସମୟରେ ସୈଫଙ୍କ ଉପରେ ଆକ୍ରମଣ କରାଯାଇଥିଲା। ସୈଫ ସେହି ସମୟରେ ଆସି ଉଭୟଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ମାତ୍ର ଦୁର୍ବୃତ୍ତ ସୈଫଙ୍କ ଉପରେ ହିଁ ଆକ୍ରମଣ କରିଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାପରେ ଦୁର୍ବୃତ୍ତମାନେ ସେଠାରୁ ଖସି ପଳାଇଥିଲେ। ସୈଫଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
୩୦ ବର୍ଷ ପରେ ମୀନ ରାଶିରେ ପ୍ରବେଶ କରିବେ ଶନିଦେବ : ଏହି ୩ ରାଶି ହେବେ ମାଲାମାଲ୍,ମିଳିବ ସୁଖମୟ ଦାମ୍ପତ୍ୟ ଜୀବନ
ଏହି ଘଟଣା ସମୟରେ ସୈଫଙ୍କ ପତ୍ନୀ ତଥା ଅଭିନେତ୍ରୀ କରୀନା କପୁର ଓ ତାଙ୍କ ୨ ପୁଅ ଘରେ ଥିଲେ। ସୈଫ ନିଜ ପରିବାରକୁ ରକ୍ଷା କରିବାକୁ ଦୁର୍ବୃତ୍ତଙ୍କ ସହ ମୁକାବିଲା କରିଥିଲେ।
କରୀନା କପୁର ପୁଲିସ ଟିମ୍କୁ ସୂଚନା ଦେଇ କହିଛନ୍ତି, ତାଙ୍କ ଘରେ ଚୋରି କରିବାକୁ ଦୁର୍ବୃତ୍ତ ଚେଷ୍ଟା କରିଥିଲେ। ସେହି ସମୟରେ ସୈଫଙ୍କ ଉପରେ ଆକ୍ରମଣ ହୋଇଥିଲା। ହସ୍ପିଟାଲରେ ତାଙ୍କ ଚିିକିତ୍ସା କରାଯାଉଛି। ପରିବାର ଅନ୍ୟ ସଦସ୍ୟ ସୁରକ୍ଷିତ ଅଛନ୍ତି। ଗଣ ମାଧ୍ୟମକୁ ଧୈର୍ଯ୍ୟ ରଖିବାକୁ ସେ କହିଛନ୍ତି। ସୈଫ୍ଙ୍କ ଉପରେ ତାଙ୍କ ପିଲାମାନଙ୍କ କକ୍ଷରେ ଆକ୍ରମଣ ହୋଇଛି। ଦୁର୍ବୃତ୍ତ କେମିତି ଘରେ ପ୍ରବେଶ କରିଥିଲେ, ଏହା ପଛରେ ଲୁଟ୍ ନା ଆଉ କିଛି କାରଣ ରହିଛି, ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।



