ପାଟଣା : ଘଟଗାଁ ବ୍ଲକ ଅନ୍ତର୍ଗତ ଚିକିଣିଆ ସ୍ଥିତ ଜିଲ୍ଲା ପାର୍କ ଉନ୍ନୟନ ସମିତିର ପ୍ରଥମ ବାର୍ଷିକ ଟୁସୁ ମେଳା ଚିକିଣିଆ ଜିଲ୍ଲା ପାର୍କରେ ଗତକାଲି ଅନୁଷ୍ଠିତ ହୋଇଯାଇଛି। ସଭାରେ ବରେଣ୍ୟ ଅତିଥି ଭାବେ ସମାଜ ସେବୀ ହୃଷୀକେଶ ମହାନ୍ତ ମୁଖ୍ୟ ବକ୍ତା ଭାବେ ଜିଲ୍ଲା ପରିଷଦ ସଭ୍ୟା ଯାଜ୍ଞସେନି ମହାନ୍ତ , ମୁଖ୍ୟ ଅତିଥି ଭାବେ ପୂର୍ବତନ ସରପଞ୍ଚ ଗଣେଶ୍ୱର ନାଏକ, ଯଶୋବନ୍ତ ମହାନ୍ତ, ସମାଜସେବୀ ଭରତ ଚନ୍ଦ୍ର ମହାନ୍ତ, ଭିକାରୀ ନାଏକ, ପୂର୍ବତନ ସମିତି ସଭ୍ୟା ମିନତି ମହାନ୍ତ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। କମିଟିର ସଭାପତି ବାପୁଜୀ ନାଏକ ସଭା ପରିଚାଳନା କରିବା ସହିତ ତରଣି ସେନ ବେହେରା, ତପନ ମହାନ୍ତ, ଅଭୟ ବେହେରା, ଭରତ ନାଏକ, ମନୋଜ କୁମାର ମହାନ୍ତ, ବ୍ରଜ ମୋହନ ମହାନ୍ତ , ବବିତା ରାଣୀ ମହାନ୍ତ ପ୍ରମୁଖଙ୍କ ସହ ଗ୍ରାମବାସୀ କାର୍ଯ୍ୟକ୍ରମ ଆୟୋଜନର ପ୍ରମୁଖ ଦାୟିତ୍ଵ ବହନ କରିଥିଲେ। ଏଠାରେ ଟୁସୁ ପ୍ରତିଯୋଗିତା ସହ କୁଡ଼ୁମି ସମ୍ପ୍ରଦାୟର ପାରମ୍ପରିକ ନୃତ୍ୟ ସଙ୍ଗୀତ ବିଳମ୍ବିତ ସନ୍ଧ୍ୟା ଯାଏଁ ଚାଲିଥିଲା।
Popular Categories



