ଡେସ୍କ: ମହାଭିଯୋଗର ସମ୍ମୁଖୀନ ହୋଇଥିବା ଦକ୍ଷିଣ କୋରିଆର ରାଷ୍ଟ୍ରପତି ୟୁନ୍ ସୁକ୍ ୟୁଲଙ୍କୁ ବୁଧବାର ଗିରଫ କରାଯାଇଛି। ପୁଲିସ ତାଙ୍କୁ ଗିରଫ କରିବା ପରେ ଏକ ହେପାଜତ (ଡିଟେନସନ୍) କେନ୍ଦ୍ରକୁ ନେଇଛି। ସାମରିକ ଆଇନ ଲାଗୁ କରିବା ପ୍ରସଙ୍ଗରେ ଆସନ୍ତାକାଲି ତାଙ୍କୁ ଅଧିକ ପଚରାଉଚରା କରାଯିବ ତେଣୁ ଆଜି ରାତି ସେ ଡିଟେନସନ୍ କେନ୍ଦ୍ରରେ ରହିବେ। ଗଣମାଧ୍ୟମ ସୂଚନା ଅନୁଯାୟୀ, ୨୦୨୪ ଡିସେମ୍ବର ୩ ତାରିଖରେ ସାମରିକ ଆଇନ ଘୋଷଣା ସମ୍ପର୍କିତ ପ୍ରଶ୍ନର ଉତ୍ତର ଦେବାକୁ ୟୁନ୍ ମନା କରିଦେଇଥିଲେ। ଆସନ୍ତାକାଲି ତାଙ୍କୁ ଅଟକ ରଖାଯିବାର ୪୮ ଘଣ୍ଟା ମଧ୍ୟରେ ଆନୁଷ୍ଠାନିକ ଭାବେ ଗିରଫ କରିବା ପାଇଁ ତଦନ୍ତକାରୀମାନେ ୱାରେଣ୍ଟ ଦାଖଲ କରିବା ପୂର୍ବରୁ ତାଙ୍କୁ ଅଧିକ ପଚରାଉଚରା କରାଯିବ।
Popular Categories



