www.samajalive.in
Monday, December 15, 2025
15.1 C
Bhubaneswar

ପରିତ୍ୟକ୍ତ ସୁନା ଖଣିରୁ ୭୮ ମୃତ ଓ ୧୬୦ ଜୀବିତ ଶ୍ରମିକ ଉଦ୍ଧାର

ଡେସ୍କ: ଦକ୍ଷିଣ ଆଫ୍ରିକାର ଏକ ପରିତ୍ୟକ୍ତ ସୁନା ଖଣିରୁ ଉଦ୍ଧାରକାରୀ ଓ ସ୍ୱେଚ୍ଛାସେବୀମାନେ ୭୮ ମୃତ ଖଣି ଶ୍ରମିକ ଏବଂ ୧୬୦ରୁ ଅଧିକ ବଞ୍ଚିଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରିଛନ୍ତି। ସେମାନେ ବେଆଇନ ଭାବେ ଖଣି ଖନନ କରୁଥିବାରୁ ପୁଲିସ ନିକଟରେ ଆତ୍ମସମର୍ପଣ କରିବାକୁ ଦାବି କରି କର୍ତ୍ତୃପକ୍ଷଙ୍କ ସହ ଦୁଇ ମାସରୁ ଅଧିକ ସମୟ ଧରି ଅଟକି ରହିଛନ୍ତି।

ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୁନ୍ ସୁକ୍ ୟୁଲ ଗିରଫ

- Advertisement -

ବୁଧବାର ମଧ୍ୟ ଶତାଧିକ ଲୋକ ଫସି ରହିଥିବା ଅନୁମାନ କରାଯାଉଛି। ସେଠାକାର ସରକାର ସେମାନଙ୍କ ପାଇଁ ଖାଦ୍ୟ ଏବଂ ଅନ୍ୟାନ୍ୟ ଯୋଗାଣ ବନ୍ଦ କରି ଖଣି ଭିତରକୁ ଧୂଆଁ ଛାଡିବା ନିଷ୍ପତ୍ତିକୁ ସମାଲୋଚନା କରାଯାଇଛି। ସରକାର ସପ୍ତାହେ ଧରି ଉଦ୍ଧାର କରିବାକୁ ମନା କରିବା ଫଳରେ ଅନେକ ଖଣି ଶ୍ରମିକ ଅନାହାର ଓ ରୋଗରେ ପ୍ରାଣ ହରାଇଛନ୍ତି। ଅଦାଲତଙ୍କ ନିର୍ଦ୍ଦେଶ ପରେ ଏବେ ଉଦ୍ଧାର କାର୍ଯ୍ୟ ଜାରି ରହିଛି, କିନ୍ତୁ ଗୋଟିଏ ସମୟରେ ମାତ୍ର କିଛି ଖଣି ଶ୍ରମିକଙ୍କୁ ଉଦ୍ଧାର କରାଯାଇ ପାରିବ ଏବଂ ଏଥିପାଇଁ ପ୍ରାୟ ୧୦ ଦିନରୁ ଅଧିକ ସମୟ ଲାଗିପାରେ।

ଜଣେ ଖଣି ଶ୍ରମିକଙ୍କ ସମ୍ପର୍କୀୟଙ୍କ ଅନୁରୋଧ କ୍ରମେ ଗତ ସପ୍ତାହରେ ଏକ ଅଦାଲତ ଉଦ୍ଧାର କାର୍ଯ୍ୟ ପାଇଁ ନିର୍ଦ୍ଦେଶ ଦେଇଥିଲେ, ଯାହା ସୋମବାରଠାରୁ ଆରମ୍ଭ ହୋଇଥିଲା। ଏକ ବିଶେଷଜ୍ଞ ଖଣି ଉଦ୍ଧାରକାରୀ କମ୍ପାନୀ ବଞ୍ଚିଥିବା ଏବଂ ମୃତଦେହ ଉଦ୍ଧାର କରିବା ପାଇଁ ଖଣି ଭିତରକୁ ହଜାର ହଜାର ମିଟର ପର୍ଯ୍ୟନ୍ତ ଏକ ଛୋଟ ପିଞ୍ଜରା ପକାଇ ଦେଉଛନ୍ତି। କିନ୍ତୁ କମ୍ପାନିର କୌଣସି କର୍ମଚାରୀ ଶାଫ୍ଟ ଭିତରକୁ ପ୍ରବେଶ କରୁନାହାନୀ କାରଣ ସେମାନେ ଏହାକୁ ଅତ୍ୟନ୍ତ ବିପଜ୍ଜନକ ମନେ କରୁଛନ୍ତି।

ଉଦ୍ଧାର ହେଉଥିବା ଜୀବିତ ଲୋକଙ୍କୁ ଗିରଫ କରାଯାଇଛି ବୋଲି କର୍ତ୍ତୃପକ୍ଷ କହିଛନ୍ତି। ଗତକାଲି ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ମୋଜାମ୍ବିକର ୬୭ ଜଣ, ଲେସୋଥୋର ୨୬ ଜଣ ଓ ଜିମ୍ବାୱେର ୧୧ ଜଣ ନାଗରିକଙ୍କ ବ୍ୟତୀତ ଦୁଇ ଜଣ ଦକ୍ଷିଣ ଆଫ୍ରିକା ନାଗରିକ ଅଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories