www.samajalive.in
Sunday, December 7, 2025
13.1 C
Bhubaneswar

ସଫଳ ହେଲା ଇସ୍ରୋର ସ୍ପେଡେକ୍ସ ମିଶନ, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ)ର ସ୍ପେଶ୍‌ ଡକିଂ ଏକ୍ସପେରିମେଣ୍ଟ (ସ୍ପେଡେକ୍ସ) ମିଶନ ସଫଳ ହୋଇଛି। ମହାକାଶରେ ଭାରତ ପ୍ରଥମ ଥର ଲାଗି ଦୁଇଟି ସାଟେଲାଇଟ ବା ଉପଗ୍ରହକୁ ଡକିଂ କରାଇବାରେ ସଫଳତା ହାସଲ କରିଛି। ଏହି ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇସ୍ରୋକୁ ଶୁଭେଚ୍ଛା ଜଣାଇଛନ୍ତି।

ଇସ୍ରୋ ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ କରି ଲେଖିଛି ଯେ, ଇସ୍ରୋ ଏହାର ସ୍ପେଡେକ୍ସ ମିଶନ ଜରିଆରେ ମହାକାଶରେ ଦୁଇଟି ଉପଗ୍ରହର ଡକିଂ କରାଇ ଐତିହାସିକ ସଫଳତା ହାସଲ କରିଛି। ଏହି ମୁହୂର୍ତ୍ତକୁ ନେଇ ଗର୍ବ ଅନୁଭବ ହେଉଛି।

- Advertisement -

ଗତ ଜାନୁୟାରୀ ୧୨ରେ ଇସ୍ରୋ ଦୁଇଟି ମହାକାଶ ଯାନକୁ ମହାକାଶରେ ୩ ମିଟର ଦୂରତା ମଧ୍ୟରେ ରଖିବାରେ ସମର୍ଥ ହୋଇଥିଲା। ଏହା ପରେ ଦୁଇଟି ଉପଗ୍ରହକୁ ଡକ୍‌ କରିବା ଲାଗି ନିଜର ପରୀକ୍ଷଣ ଆରମ୍ଭ କରିଥିଲା ଏବଂ ମହାକାଶ ଯାନ ଦୁଇଟିକୁ ସୁରକ୍ଷିତ ଦୂରତାକୁ ଫେରାଇ ନେଇଥିଲା। ଗତ ଡିସେମ୍ବର ୩୦ରେ ସ୍ପେଡେକ୍ସ ମିଶନର ଶୁଭାରମ୍ଭ ହୋଇଥିଲା।

ସ୍ପେଡେକ୍ସ ମିଶନର ଚେଜର ସାଟେଲାଇଟ (SDX01)ରେ ୪.୫ କିଲୋଗ୍ରାମର ପୋପେଲାଣ୍ଟ ବା ଇନ୍ଧନ ରହିଛି। ଏହି ଇନ୍ଧନ ଜରିଆରେ ଦୁଇଥର ଡକିଂ ଏବଂ ଅନଡକିଂ କରାଯାଇପାରିବ। ତେବେ ବର୍ତ୍ତମାନ ଅପରେସନାଲ ୱିଣ୍ଡୋ ଜାନୁୟାରୀ ୨୦ରେ ବନ୍ଦ ହୋଇଯିବ। ଏହା ପରେ ଆଗାମୀ ଉପଯୁକ୍ତ ଡକିଂ ୱିଣ୍ଡୋ ମାର୍ଚ୍ଚ ୨୫ରେ ଖୋଲିବ, ଯାହାକୁ ଆହୁରି ୬୫ ଦିନ ବାକି ରହିଛି।

ସ୍ପେଡେକ୍ସ ମିଶନ ଭାରତ ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ। ଏହାଦ୍ବାରା ଭାରତ ମହାକାଶରେ ଉପଗ୍ରହମାନଙ୍କର ନିର୍ଦ୍ଦିଷ୍ଟ ମିଳନସ୍ଥାନ ଏବଂ ଡକିଂ ପାଇଁ ଦରକାର ପଡୁଥିବା ବୈଷୟିକ ଜ୍ଞାନକୌଶଳକୁ ବିକଶିତ କରିପାରିବ। ଏହି ଜ୍ଞାନକୌଶଳ ଆଗାମୀ ଭବିଷ୍ୟତରେ ହେବାକୁ ଥିବା ମହାକାଶ ଅଭିଯାନ ଯେପରିକି ଚନ୍ଦ୍ରଯାନ ଏବଂ ଅନ୍ୟାନ୍ୟ ଅଭିଯାନଗୁଡ଼ିକ ଲାଗି ନିତାନ୍ତ ଆବଶ୍ୟକ। ଏହି ମିଶନର ସଫଳତା ପରେ ଭାରତ ଏ କ୍ଷେତ୍ରରେ ଆମେରିକା, ରୁଷ ଏବଂ ଚୀନ ସମକକ୍ଷ ହୋଇପାରିଛି।

ସ୍ପେଡେକ୍ସ ମିଶନ ସଫଳ ହେବା ପରେ ଭାରତ ୨୦୨୮ ସୁଦ୍ଧା ଚନ୍ଦ୍ରର ଦକ୍ଷିଣ ମେରୁରୁ ନମୁନା ସଂଗ୍ରହ କରି ଫେରିବା ମିଶନ ସମ୍ପନ୍ନ କରିବ। ଏହା ସହିତ ୨୦୪୦ ସୁଦ୍ଧା ଚନ୍ଦ୍ରର କକ୍ଷପଥରେ କ୍ରୁ ସ୍ପେଶ ଷ୍ଟେସନ ସ୍ଥାପନ କରିବାକୁ ଭାରତ ଲକ୍ଷ୍ୟ ରଖିଛି। ସେଥିଲାଗି ଏହି ଜ୍ଞାନକୌଶଳର ଆବଶ୍ୟକତା ରହିଛି ବୋଲି କୁହାଯାଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories