ମକର ସଂକ୍ରାନ୍ତିରେ ଏହି ଦେବତାଙ୍କ ନିକଟରେ ଅର୍ପଣ କରନ୍ତୁ ଖେଚେଡି ଭୋଗ; ଚମକିବ ଭାଗ୍ୟ..
ସାରା ଦେଶରେ ବେଶ ହର୍ଷ ଉଲ୍ଲାସରେ ମକର ସଂକ୍ରାନ୍ତି ପର୍ବ ପାଳନ କରାଯାଏ । ଏହି ଦିନ ସୂର୍ଯ୍ୟ ଦେବତା ମକର ରାଶିରେ ପ୍ରବେଶ କରି ଥାନ୍ତି । ଏହି ଦିନ ପବିତ୍ର ନଦୀରେ ସ୍ନାନ ଓ ଦାନ କରିବା ଦ୍ୱାରା ଅତ୍ୟନ୍ତ ଶୁଭଫଳ ପ୍ରାପ୍ତି ହୋଇଥାଏ, ଖେଚେଡି ପ୍ରସ୍ତୁତ କରି ଭଗବାନଙ୍କ ନିକଟରେ ଭୋଗ କରିବା ସହ ଏହାକୁ ବାଣ୍ଟିଲେ ଅତ୍ୟନ୍ତ ଶୁଭଫଳ ଓ ମା’ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତି ହୋଇଥାଏ। ଫଳରେ ବର୍ଷଯାକ ଘରେ ଧନର ଆଗମନ ହୋଇଥାଏ । ଧନ ଅଭାବ ଦୂର ହୋଇଥାଏ । ଜୀବନରେ ସୁଖସମୃଦ୍ଧି ବୃଦ୍ଧି ସହ ସମସ୍ୟା ଦୂର ହୋଇଥାଏ । ଜାଣନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମକର ସଂକ୍ରାନ୍ତିରେ କେଉଁ ଦେବତାଙ୍କ ନିକଟରେ ଖେଚେଡି ଭୋଗ ଅର୍ପଣ କରିବା ଦ୍ୱାରା ଭାଗ୍ୟରେ ଶୁଭ ପରିବର୍ତ୍ତନ ହୋଇଥାଏ ।
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଭଗବାନ ବିଷ୍ଣୁଙ୍କୁ ଖେଚେଡି ଖୁବ୍ ପ୍ରିୟ । ମକର ସଂକ୍ରାନ୍ତିରେ ପୂଜାର୍ଚ୍ଚନା ପରେ ଖେଚେଡି ପ୍ରସ୍ତୁତ କରି ସର୍ବ ପ୍ରଥମେ ଭଗବାନ ବିଷ୍ଣୁ ଓ ମା’ଲକ୍ଷ୍ମୀଙ୍କୁ ଅର୍ପଣ କରନ୍ତୁ । ଏହାଦ୍ୱାରା ଭଗବାନ ବିଷ୍ଣୁଙ୍କ ଆଶୀର୍ବାଦ ମିଳିଥାଏ । ଜୀବନରେ ଉନ୍ନତି ହୋଇଥାଏ । ଧନର ଆଗମନ ହୋଇଥାଏ ।
ଶନି ଦେବତାଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଏ । ଶନି ଦେବ କର୍ମ ଅନୁଯାୟୀ ଫଳ ପ୍ରଦାନ କରିଥାନ୍ତି । ମକର ସଂକ୍ରାନ୍ତିରେ ଶନି ଦେବଙ୍କୁ ଖେଚେଡି ଅର୍ପଣ କରିବା ଦ୍ୱାରା ଜୀବନରେ ଥିବା ସମସ୍ତ ସମସ୍ୟା ଦୂର ହୋଇଥାଏ । ଆର୍ଥିକ ସ୍ଥିତି ମଜଭୁତ ହୋଇଥାଏ ।
ମକର ସଂକ୍ରାନ୍ତିରେ ସ୍ନାନ ଦାନ ପରେ ସୂର୍ଯ୍ୟଦେବଙ୍କୁ ପୂଜାର୍ଚ୍ଚନା ପରେ ଖେଚେଡି ଭୋଗ ଅର୍ପଣ କଲେ ଜାତକରେ ସୂର୍ଯ୍ୟଙ୍କ ସ୍ଥିତି ମଜଭୁତ ହୋଇଥାଏ । ଅଟକି ଥିବା କାମରେ ସଫଳତା ମିଳେ । ଶରୀର ନିରୋଗ ରହିଥାଏ ।
୩୦ ବର୍ଷ ପରେ ମକର ସଂକ୍ରାନ୍ତିରେ ଦୁର୍ଲ୍ଲଭ ସଂଯୋଗ ; ଏହି ରାଶିଙ୍କୁ ଭାଗ୍ୟଶାଳୀ, ମାଲାମାଲ୍ କରିବେ ଶନିଦେବ..
୬୦ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କଲା ‘ରଙ୍ଗଶୁର’, ସିନେପ୍ରେମୀ କହିଲେ ସୁପରହିଟ୍
କୁମ୍ଭ ମେଳାରେ ଚା’ବାବା; ୪୦ ବର୍ଷ ଧରି ମଉନ, ମାଗଣାରେ ଆଇଏଏସ ଆଶାୟୀଙ୍କୁ ଦିଅନ୍ତି ଶିକ୍ଷା
Comments are closed.