www.samajalive.in
Saturday, December 6, 2025
26.1 C
Bhubaneswar

ଖାଦ୍ୟ ପାଇଁ ଜନବସତି ମୁହାଁ ଜଙ୍ଗଲୀ ଜନ୍ତୁ; ଧାନମଣ୍ଡିରେ ଭାଲୁ

କଲମପୁର: ଦିନକୁ ଦିନ ନଷ୍ଟ ହେଉଛି ଜଙ୍ଗଲ। କାଠ ମାଫିଆଙ୍କ ଯୋଗୁଁଁ ଜଙ୍ଗଲ ଏବେ ପଦା ହେବାକୁ ବସିଲାଣି। ଅନେକ ସ୍ଥାନରେ ଜଙ୍ଗଲ ସୃଷ୍ଟି ବଦଳରେ ସୃଷ୍ଟି ହେଉଛି କଂକ୍ରିଟ ଜଙ୍ଗଲ। ବିକାଶ ନାଁରେ ଖଣି ଖନନ ଯୋଗୁଁଁ ପ୍ରଭାବିତ ହେଉଛି ଜଙ୍ଗଲ ସମ୍ପଦ। ଜଙ୍ଗଲରେ ଖାଦ୍ୟ ଅଭାବ। ଏଭଳି ସ୍ଥିତିରେ ଜଙ୍ଗଲୀ ଜନ୍ତୁ ଜନବସତି ମୁହାଁ ହେଉଛନ୍ତି। କିଛି ଜଙ୍ଗଲୀ ଜନ୍ତୁ ଶିକାରୀ ହାବୁଡ଼ରେ ପଡ଼ିଯାଉଛନ୍ତି ତ ଆଉ କିଛି ଜଙ୍ଗଲୀ ଜନ୍ତୁ ମଣିଷ ସମାଜକୁ କ୍ଷତି ପହଞ୍ଚାଉଛନ୍ତି। ନିକଟରେ ଭବାନୀପାଟଣା ସହରରେ ମାଙ୍କଡ ଏବଂ ବର୍ଷେ ପୂର୍ବେ ଜଙ୍ଗଲୀ ଭାଲୁର ଆତଙ୍କ ଏହାର ଏକ ଉଦାହରଣ। ଏଭଳି ସ୍ଥିତିରେ ସୋମବାର ଭୋର ସମୟରେ ଜୟପାଟଣା ଖଲିଆଭଟା ଧାନ ମଣ୍ଡିଠାରେ ଜଙ୍ଗଲୀ ଭାଲୁପଲ ଥିବା ଦେଖି ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି। ପୂର୍ବରୁ ମଧ୍ୟ ଏହି ଅଞ୍ଚଳରେ ଭାଲୁ ଆତଙ୍କ ଦେଖା ଦେଇଥିଲା। ଏହି ଭାଲୁ ପଲରେ ଏକ ଛୁଆ ଭାଲୁ ସମେତ ୩ରୁ ଅଧିକ ଭାଲୁ ଥିବା ଲୋକେ ସୂଚନା ଦେଇଛନ୍ତି। ଏହା ପୂର୍ବରୁ ମୁଖିଗୁଡାଠାରେ ଏକ ଭାଲୁ ଦେଖିବାକୁ ମିଳିଥିଲା। ବର୍ତମାନ ଜୟପାଟଣା ସହରକୁ ଲାଗି ରହିଥିବା ଖଲିଆଭଟା ଅଞ୍ଚଳରେ ଭାଲୁ ଯୋଗୁଁଁ ଆଗାମୀ ଦିନରେ ଭାଲୁ ଜୟପାଟଣା ସହରମୁହାଁ ହେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ। ଚାଷୀମାନେ ମଣ୍ଡିରେ ଧାନ ରଖି ଶୋଇଥିବାବେଳେ ଭାଲୁପଲ ମଣ୍ଡି ଭିତରକୁ ଚାଲି ଆସିବା ଯୋଗୁଁଁ ଚାଷୀମାନେ ଭୟଭୀତ ହୋଇ ପଡ଼ିଛନ୍ତି। ଏହାସହ ଆଗାମୀ ଦିନରେ ଭାଲୁ ଆକ୍ରମଣର ଶିକାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ। ଏନେଇ ଜୟପାଟଣା ବନ ବିଭାଗକୁ ସୂଚନା ଦିଆଯାଇଛି। ବର୍ତ୍ତମାନ ଭାଲୁ ପଲ ନିକଟସ୍ଥ ମନାରୀ ପଟକୁ ଚାଲିଯାଇଥିବା ସୂଚନା ମିଳିଛି। ପୁଣି ସଂଧ୍ୟା ସମୟରେ ଭାଲୁ ଜନବସତି ମୁହାଁ ହେବାର ଆଶଙ୍କା କରାଯାଉଛି। ଅନ୍ୟପଟେ ବନ ବିଭାଗ ଏହି ଭାଲୁ ପଲକୁ ସିଙ୍ଗାରୀ ଜଙ୍ଗଲ ମୁହାଁ କରାଇବାରେ କେତେ ଦୂର ସଫଳ ହେବେ ତାହା ସମୟ କହିବ।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories