www.samajalive.in
Sunday, December 7, 2025
23.1 C
Bhubaneswar

କୁମ୍ଭ ମେଳାରେ ଚା’ବାବା; ୪୦ ବର୍ଷ ଧରି ମଉନ, ମାଗଣାରେ ଆଇଏଏସ ଆଶାୟୀଙ୍କୁ ଦିଅନ୍ତି ଶିକ୍ଷା

ପ୍ରୟାଗରାଜ : ପ୍ରୟାଗରାଜରେ ମହାକୁମ୍ଭ ୨୦୨୫ର ମେଳା ୧୩ ଜାନୁଆରୀରୁ ଆରମ୍ଭ ହୋଇଛି। ପ୍ରଶାସନ ଏଠାରେ ସମାଗମ ହେଉଥିବା ସାଧୁସନ୍ଥ, ପର୍ଯ୍ୟଟକ, ତୀର୍ଥଯାତ୍ରୀଙ୍କ ସୁବିଧା ଓ ସୁରକ୍ଷାର ସମ୍ପୂର୍ଣ୍ଣ ବନ୍ଦୋବସ୍ତ କରିଛନ୍ତି । ସାରା ବିଶ୍ୱରେ ପ୍ରସିଦ୍ଧ ଏହି ମହାକୁମ୍ଭ ୨୦୨୫ ମେଳା ୪ଟି ପ୍ରମୁଖ ସହର ପ୍ରୟାଗରାଜ, ଉଜୈନ, ହରିଦ୍ୱାର ଓ ନାସିକରେ ଲାଗି ଥାଏ। ଦେଶ ଓ ସାରା ଦୁନିଆରେ ବର୍ତ୍ତମାନ ମହାକୁମ୍ଭ ପାଇଁ ଆଧ୍ୟାତ୍ମିକ ବାତାବରଣ ଲାଗି ରହିଛି। ଚଳିତ ବର୍ଷ ମହାକୁମ୍ଭରେ ପ୍ରତାପଗଡର ଜଣେ ବାବା ଖୁବ୍‌ ଚର୍ଚ୍ଚାରେ ରହିଛନ୍ତି । ଲୋକଙ୍କ ମଧ୍ୟରେ ସେ ଚା’ ବାବା ନାମରେ ଖୁବ୍‌ ପ୍ରସିଦ୍ଧ । ବାବା ମହାକୁମ୍ଭରେ ପହଞ୍ଚି ସାରିଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବାବା ପ୍ରାୟ ୪୦ ବର୍ଷ ହେବ ମଉନ ରହିଛନ୍ତି ଓ ଆଇଏଏସ ହେବାକୁ ସ୍ୱପ୍ନ ଦେଖୁଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟ ହ୍ୱାଟ୍ସଆପ୍‌ ଜରିଆରେ କୋଚିଂ ଦିଅନ୍ତି।

କୁହାଯାଉଛି, ପ୍ରତାପଗଡର ଚା’ ବାବା ପ୍ରାୟ ୪୦ ବର୍ଷ ଧରି ମଉନ ରହିଛନ୍ତି। ଅନ୍ୟ କୌଣସି ଖାଦ୍ୟ ନଖାଇ କେବଳ ଦିନକୁ ୧୦ ଥର ଚା’ ପିଇଥାନ୍ତି। ବାବାଙ୍କ ପ୍ରକୃତ ନାମ ଦିନେଶ ସ୍ୱରୁପ ବ୍ରହ୍ମଚାରୀ । ହ୍ୱାଟ୍ସଆପ୍‌ ଜରିଆରେ ବାବା ନିଜ ଜ୍ଞାନ ବିସ୍ତାର କରି ଥାନ୍ତି । ଆଇଏଏସ ପାଇଁ ପ୍ରସ୍ତୁତି କରୁଥିବା ଛାତ୍ରଛାତ୍ରୀଙ୍କୁ ହ୍ୱାଟ୍ସଆପ୍‌ ଜରିଆରେ ପାଠ ସହ ଜଡିତ ଅନେକ ତଥ୍ୟ ପ୍ରଦାନ କରାଇଥାନ୍ତି। ବାବାଙ୍କ କିଛି ଶିଷ୍ୟ ଏହା ବିଷୟରେ ସୂଚନା ଦେଇଛନ୍ତି। ବାବା ମାଗଣାରେ ପାଠ ସହ ଜଡିତ ତଥ୍ୟ ପ୍ରଦାନ କରାଇ ଥାନ୍ତି।

୧୪୪ ବର୍ଷ ପରେ ୧୩ ଜାନୁଆରୀ ପୌଷ ପୂର୍ଣ୍ଣିମାରେ ଦୁର୍ଲ୍ଲଭ ସଂଯୋଗ: ଆଜି ଠାରୁ ଏହି ରାଶି ହେବେ ମାଲାମାଲ୍‌,ମା’ଲକ୍ଷ୍ମୀ କରିବେ ଧନବର୍ଷା, ବଦଳିଯିବ ଭାଗ୍ୟ..

- Advertisement -

ବାବାଙ୍କ ଜଣେ ଶିଷ୍ୟ ଯେ କି ଆଇଏଏସ ପାଇଁ ପ୍ରସ୍ତୁତି କରୁଛନ୍ତି କହିଛନ୍ତି, ଦୀର୍ଘ ୫ ବର୍ଷ ହେବ ସେ ବାବାଙ୍କ ସହ ରହିଛନ୍ତି। ବାବା ଆଦୌ କଥା ହୁଅନ୍ତି ନାହିଁ । ମାତ୍ର ତାଙ୍କ ବାର୍ତ୍ତା ଆମ ନିକଟରେ ପହଞ୍ଚିଥାଏ। ଏହାସହ ପାଠ ସହ ଜଡିତ ଅନେକ ତଥ୍ୟ ଆମକୁ ଖୁବ୍‌ ସାହାଯ୍ୟ କରେ। ବାବାଙ୍କ ଉଦେଶ୍ୟ ତାଙ୍କର ଅଧିକାଂଶ ଶିଷ୍ୟଙ୍କୁ ଆଇଏଏସ କରିବା ସହ ସମାଜକୁ ଶିକ୍ଷିତ କରାଇବା।

ପ୍ରତି ୧୨ ବର୍ଷରେ ଥରେ ଭାରତରେ ମହାକୁମ୍ଭ ମେଳା ଅନୁଷ୍ଠିତ ହୁଏ। ଗଙ୍ଗା ସ୍ନାନ କରିବା ପାଇଁ ଦୂର ଦୂରାନ୍ତରୁ ଶ୍ରଦ୍ଧାଳୁମାନେ ଏଠାକୁ ଆସନ୍ତି। ପ୍ରୟାଗରାଜର ଗଙ୍ଗା, ଯମୁନା ଏବଂ ସରସ୍ୱତୀ ନଦୀର ମିଳନସ୍ଥଳରେ ତୀର୍ଥ ଯାତ୍ରୀମାନେ ଏଠାକୁ ବୁଡ଼ ପକାଇ ପାପ ଧୋଇବା ପାଇଁ ଆସନ୍ତି। ସେହିପରି, ଏଥର ମହାକୁମ୍ଭ ୨୦୨୫ରେ ଡୋମ୍ ସିଟି ଏବଂ କଟେଜ୍ ମଧ୍ୟ ନିର୍ମାଣ କରାଯାଇଛି, ଯେଉଁଠାରୁ ମହାକୁମ୍ଭ ଦୃଶ୍ୟମାନ ହେବ। ଡୋମ୍ ସିଟିରେ ରହିବା ପାଇଁ ପର୍ଯ୍ୟଟକମାନଙ୍କୁ ପ୍ରତି ରାତି ପାଇଁ ୧ ଲକ୍ଷ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଡିବ। ସେହିପରି, ଡୋମ୍ ସିଟି ତଳେ ଥିବା କଟେଜ୍ ଅଞ୍ଚଳରେ ଗୋଟିଏ ରାତି ରହିବା ପାଇଁ, ଜଣଙ୍କୁ ୮୧ ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଡିବ। ମହାକୁମ୍ଭ ୨୦୨୫ ଫେବୃଆରୀ ୨୬ ପର୍ଯ୍ୟନ୍ତ ଚାଲିବ।

Hot this week

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

Related Articles

Popular Categories