www.samajalive.in
Sunday, December 7, 2025
26.1 C
Bhubaneswar

୧ ଲକ୍ଷ ଟଙ୍କାରେ ଲଞ୍ଚ୍‌ ହେବ ଏହି ଇଲେକ୍ଟ୍ରିକ କାର ! ନିଆରା ଡିଜାଇନ୍‌ ସହ ଆକର୍ଷଣୀୟ ଫିଚର

ସମାଜ ଡିଜିଟାଲ ଡେସ୍କ: ଆଗାମୀ ବର୍ଷମାନଙ୍କରେ ଭାରତରେ ଶସ୍ତା ଇଲେକ୍ଟ୍ରିକ୍ କାରଗୁଡ଼ିକର ଭିଡ଼ ଦେଖିବାକୁ ମିଳିପାରେ ଏବଂ ଦେଶ ବିଦେଶର କମ୍ପାନୀମାନେ ଏହି ପ୍ରୟାସରେ ନିୟୋଜିତ ଅଛନ୍ତି। ନିକଟରେ ଭାରତରେ ଲିଗିୟର ମିନି ଇଭିର ପରୀକ୍ଷଣ ନେଇ ଖବର ଆସିଛି, ଯାହା ଶସ୍ତାରେ କାର କିଣିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଏକ ବଡ଼ ଖବର। ଯଦି ଏହି ମିନି କାର ଭାରତକୁ ଆସେ ତେବେ ଏହା ୧ ଲକ୍ଷ ଟଙ୍କା ମୂଲ୍ୟରେ ଲଞ୍ଚ୍ ହୋଇପାରେ। ୟୁରୋପୀୟ ମଡେଲ ଉପରେ ଆଧାରିତ ଏହି ୨ ସିଟର୍‌ ମିନି ଇଭିରେ ଭିନ୍ନ ଭିନ୍ନ ବ୍ୟାଟେରୀ ପ୍ୟାକ୍ ବିକଳ୍ପ ରହିପାରେ, ଯାହାକୁ ଥରେ ଚାର୍ଜ କଲେ ୬୩ କିମିରୁ ୧୯୨ କିମି ପର୍ଯ୍ୟନ୍ତ ଯାତ୍ରା କରିପାରେ।

ଆକର୍ଷଣୀୟ ଲୁକ୍‌ ଓ ନିଆରା ଡିଜାଇନ୍‌:

- Advertisement -

Ligier Mini EVର ଲୁକ୍ ଏବଂ ଡିଜାଇନ୍ ବିଷୟରେ କହିବାକୁ ଗଲେ, ଏହି ଛୋଟ ଇଲେକ୍ଟ୍ରିକ୍ ମୋପେଡ୍‌ର ଡିଜାଇନ୍ ବେଶ୍‌ ନିଆରା। ଏହି ଇଭିର ଲମ୍ବ ୨୯୫୮ ମିଲିମିଟର, ଚଉଡ଼ା ୧୪୯୯ ମିମି ଏବଂ ଉଚ୍ଚତା ୧୫୪୧ ମିମି। ୟୁରୋପୀୟ ମଡେଲ ଉପରେ ଆଧାରିତ ଏହି ଇଭିରେ ଦୁଇଟି ଡୋର୍‌ ରହିଛି। ଏହାବ୍ୟତୀତ ଏହାର ଚକଗୁଡିକ ମଧ୍ୟ ଷ୍ଟାଇଲିସ୍ ଏବଂ ଆକର୍ଷଣୀୟ। ଚକର ଆକାର ୧୩ରୁ ୧୬ ଇଞ୍ଚ ମଧ୍ୟରେ ହୋଇପାରେ। ଏହାର ଆଗରେ ଏକ ପତଳା ଗ୍ରୀଲ୍ ସହ ଗୋଲାକାର ହେଡଲ୍ୟାମ୍ପ ଏବଂ ପଛରେ ଏକ ବଡ଼ ଗ୍ଲାସ୍ ଟେଲ୍‌ଗେଟ୍‌ ଏବଂ ଗୋଲାକାର ଏଲଇଡି ଟେଲ୍‌ଲ୍ୟାମ୍ପ ଅଛି। ଏଥିରେ ଏଲଇଡି ଡିଆରଏଲ ମଧ୍ୟ ଅଛି, ଯାହା ଏହାକୁ ଏକ ସ୍ପୋର୍ଟି ଲୁକ୍‌ ଦେଇଥାଏ। ସେହିପରି ସାଇଡ୍‌ରେ ହ୍ବିଲ୍‌ ଆର୍ଚ ଏବଂ ସାଇଡ୍‌ ବଡି କ୍ଲେଡିଙ୍ଗ୍‌ ଏହାକୁ ଏକ ଜବରଦସ୍ତ ଲୁକ୍ ଦେଇଥାଏ।

ଉତ୍ତମ ଆଧୁନିକ ଫିଚର:

ଫିଚରଗୁଡ଼ିକ ବିଷୟରେ କହିବାକୁ ଗଲେ, ଲିଗିୟର ମିନି ଇଭିର ଭିତର ମଧ୍ୟ ବେଶ୍‌ ବିଳାସପୂର୍ଣ୍ଣ।  ଏଥିରେ ୧୦ ଇଞ୍ଚର ଟଚ୍ ସ୍କ୍ରିନ୍ ଇନଫୋଟେନମେଣ୍ଟ ସିଷ୍ଟମ୍, ଆପଲ୍ କାର୍ ପ୍ଲେ ଏବଂ ଆଣ୍ଡ୍ରଏଡ୍ ଅଟୋ ସପୋର୍ଟ, ପାୱାର ଷ୍ଟିଅରିଂ, ଅଟୋମେଟିକ୍ କ୍ଲାଇମେଟ୍‌ କଂଟ୍ରୋଲ, ହିଟେଡ୍‌ ଡ୍ରାଇଭର ସିଟ୍ ଏବଂ କର୍ଣ୍ଣର ଏସି ଭେଣ୍ଟ ସମେତ ଅନେକ ଆଧୁନିକ ଫିଚର ରହିଛି।

ଭାରିଏଣ୍ଟ ଏବଂ ବ୍ୟାଟେରୀ ପ୍ୟାକ୍‌ ବିକଳ୍ପ:

ଲିଗିୟର ମିନି ଇଭିକୁ ଭାରତୀୟ ବଜାରରେ G.OOD, I.DEAL, E.PIC  ଏବଂ R.EBEL ଭଳି ୪ ପ୍ରକାର ଭାରିଏଣ୍ଟରେ ଲଞ୍ଚ୍‌ କରାଯାଇପାରେ ଏବଂ ଏଥିରେ ୪.୧୪ କେଡବ୍ଲ୍ୟୁଏଚ, ୮.୨ କେଡବ୍ଲ୍ୟୁଏଚ ଏବଂ ୧୨.୪୨ କେଡବ୍ଲ୍ୟୁଏଚ ଭଳି ୩ଟି ବ୍ୟାଟେରୀ ପ୍ୟାକ୍‌ ଅପ୍ସନ ମିଳିପାରେ। ଏହାର ବ୍ୟାଟେରୀ କ୍ଷମତା ବିଷୟରେ କହିବାକୁ ଗଲେ, ଥରେ ସମ୍ପୂର୍ଣ୍ଣ ଚାର୍ଜ ହୋଇଗଲେ ଏହା ୬୩ କିଲୋମିଟର, ୧୨୩ କିଲୋମିଟର ଏବଂ ୧୯୨ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିବାରେ ସକ୍ଷମ ହେବ। ତେବେ ଏଠାରେ ସୂଚନାଯୋଗ୍ୟ ଯେ, ଭାରତରେ ଏହାର ଲଞ୍ଚିଙ୍ଗ୍‌ ନେଇ ଏପର୍ଯ୍ୟନ୍ତ କୌଣସି ଠୋସ୍ ସୂଚନା ମିଳିନାହିଁ। ଆଗାମୀ ସମୟରେ କୌଣସି ବିଧିବଦ୍ଧ ସୂଚନା ଆସିବା ପରେ ହିଁ ଏହା ଜଣାପଡ଼ିବ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories