www.samajalive.in
Sunday, December 7, 2025
16.1 C
Bhubaneswar

ଦୁର୍ଗେଶ ପାଠକଙ୍କ ଘରେ ସିବିଆଇ ଚଢ଼ାଉ

ସମାଜ ଡିଜିଟାଲ ଡେସ୍କ: ଆମ ଆଦମୀ ପାର୍ଟି(ଆପ୍‌)ର ପୂର୍ବତନ ବିଧାୟକ ଦୁର୍ଗେଶ ପାଠକଙ୍କ ଘରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ପକ୍ଷରୁ ଗୁରୁବାର ଚଢ଼ାଉ କରାଯାଇଛି। ଦୁର୍ଗେଶ ୨୦୨୭ ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଆପ୍‌ର ପ୍ରଭାରୀ ଭାବେ ନିଯୁକ୍ତ ହୋଇଛନ୍ତି। ଫରେନ କଣ୍ଟ୍ରିବ୍ୟୁସନ ରେଗୁଲେସନ ଆକ୍ଟ(ଏଫସିଆରଏ) ଅଧୀନରେ ରୁଜୁ ହୋଇଥିବା ଏକ ମାମଲାରେ ସିବିଆଇ ପକ୍ଷରୁ ଦୁର୍ଗେଶଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ ଚାଲିଥିବା ସୂଚନା ମିଳିଛି।

ଗତ ମାସରେ ଆପ୍‌ ପକ୍ଷରୁ ବରିଷ୍ଠ ନେତା ଦୁର୍ଗେଶ ଏବଂ ଗୋପାଳ ରାଏଙ୍କୁ ୨୦୨୭ରେ ଗୁଜରାଟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଲାଗି ପ୍ରଭାରୀ ଦାୟିତ୍ଵରେ ନିଯୁକ୍ତ କରାଯାଇଛି। ବିଜେପି ଶାସିତ ଏହି ରାଜ୍ୟରେ ଆପ୍‌ ଏହାର ଶକ୍ତି ବୃଦ୍ଧି କରିବା ଲାଗି ଏହି ଦୁଇ ନେତାଙ୍କ ଉପରେ ଦାୟିତ୍ଵ ନ୍ୟସ୍ତ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ନିଜ ରାଜ୍ୟ ଗୁଜରାଟ ହୋଇଥିବାରୁ ଆପ୍ ପାଇଁ ଏଠାରେ ଦଳୀୟ ସ୍ଥିତିକୁ ମଜଭୁତ କରିବା ଗୁରୁତ୍ଵପୂର୍ଣ୍ଣ ହୋଇପଡ଼ିଛି। କିନ୍ତୁ ଏହା ମଧ୍ୟରେ ପାଠକଙ୍କ ଘରେ ସିବିଆଇ ଚଢ଼ାଉ ପରେ ଆପ ବିଜେପିକୁ ଟାର୍ଗେଟ କରିଛି। ବିଜେପି ତଦନ୍ତକାରୀ ସଂସ୍ଥାର ଅପବ୍ୟବହାର କରୁଥିବା ଆପ୍‌ ଅଭିଯୋଗ କରିଛି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories