www.samajalive.in
Saturday, December 6, 2025
23.1 C
Bhubaneswar

ଆଠମଲ୍ଲିକ ସହକାରୀ ନିର୍ବାହୀ ଯନ୍ତ୍ରୀ ରାମଚନ୍ଦ୍ର ଶତପଥୀ ଗିରଫ

ଢେଙ୍କାନାଳ ସଦର/ଆଠମଲ୍ଲିକ : ଗିରଫ ହେଲେ କୋଟିପତି ଯନ୍ତ୍ରୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅନୁଗୁଳ ଆଠମଲ୍ଲିକ ସହକାରୀ ନିର୍ବାହୀ ଯନ୍ତ୍ରୀ ରାମଚନ୍ଦ୍ର ଶତପଥୀଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରିଛି। ଗତକାଲି ସହକାରୀ ନିର୍ବାହୀ ଯନ୍ତ୍ରୀ ରାମଚନ୍ଦ୍ର ଶତପଥୀଙ୍କ ଘର ଓ କାର୍ଯ୍ୟାଳୟ ସହ ଏକକାଳୀନ ୯ ସ୍ଥାନରେ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଥିଲା । ରାମଚନ୍ଦ୍ରଙ୍କ ଢେଙ୍କାନାଳ ଗାୟତ୍ରୀ ନଗର ବାସଭବନରୁ ଭିଜିଲାନ୍ସ ଦଳ ୨୧ଟି ଦାମୀ ପ୍ଲଟ, ୧ କୋଟି ୬ ଲକ୍ଷ ୬୬ ହଜାର ଟଙ୍କାର ବ୍ୟାଙ୍କ ଜମା, ୩୫୦ ଗ୍ରାମ ସୁନା ଗହଣା ଓ ଜୁନାଗଡ଼ସ୍ଥିତ ତାଙ୍କ ଜ୍ୱାଇଁଙ୍କ ବାସଭବନରୁ ନଗଦ ୨୩ ଲକ୍ଷ ୯୫ହଜାର ଟଙ୍କା ଠାବ କରିଛନ୍ତି। ଢେଙ୍କାନାଳ ସହରର ୧୫ ନମ୍ବର ୱାର୍ଡ ଗାୟତ୍ରୀନଗର ସ୍ଥିତ ପ୍ଲଟ ନଂ. ୧୨ରେ ତାଙ୍କର ଏକ ଦୁଇମହଲା ବିଶିଷ୍ଟ ୫ହଜାର ବର୍ଗଫୁଟର ଅଟ୍ଟାଳିକା ରହିଥିବା ଭିଜିଲାନ୍ସ ବିଭାଗ ସୂଚନା ଦେଇଛି। ଏଥିସହିତ ତାଙ୍କ ନାମରେ କଟକ ଜିଲା ବାରଙ୍ଗରେ ଗୋଟିଏ ଏବଂ ଢେଙ୍କାନାଳ ଟାଉନ ଓ ଏହାର ଆଖପାଖ ଅଞ୍ଚଳରେ ୨୦ଟି ପ୍ଲଟ ରହିଛି। ଠାବ ହୋଇଥିବା ପ୍ଲଟଗୁଡିକର ଆନୁମାନିକ ମୂଲ୍ୟ ୬୦ ଲକ୍ଷ ୮୫ ହଜାର ଟଙ୍କା ହେବ ବୋଲି
ଆକଳନ କରାଯାଇଛି। ଗାୟତ୍ରୀ ନଗର ବାସଭବନରୁ ୩୫୦ ଗ୍ରାମରୁ ସୁନା ଅଳଙ୍କାର ଠାବ ହୋଇଥିବା ବେଳେ କଳାହାଣ୍ଡି ଜିଲାର ଜୁନାଗଡ଼଼ ଠାରେ ଥିବା ତାଙ୍କ ଜ୍ୱାଇଁ ପ୍ରସୂତୀ ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ତପନ କୁମାର ତ୍ରିପାଠୀଙ୍କ ଘରୁ ୨୩ ଲକ୍ଷ ୯୫ହଜାର ଟଙ୍କାର ନଗଦ ଅର୍ଥ ଜବତ ହୋଇଛି। ଏହି ଅର୍ଥ କେଉଁ ସୂତ୍ରରୁ ଆସିଛି, ସେ ନେଇ ଭିଜିଲାନ୍ସ ଦଳ ଉଭୟଙ୍କୁ ପଚରାଉଚରା ଜାରି ରଖିଛି। ଏଥିସହିତ ରାମଚନ୍ଦ୍ର ଶତପଥୀଙ୍କ ନାମରେ ଗୋଟିଏ ଚାରିଚକିଆ ହୋଣ୍ଡା ଜାଜ୍, ଜ୍ୱାଇଁଙ୍କ ନାମରେ ଗୋଟିଏ ହୁଣ୍ଡାଇ ଆଇ-୨୦ ଚାରିଚକିଆ ଯାନ ସହ ୨ଟି ଦୁଇଚକିଆ ଯାନ ଥିବା ଜଣାପଡ଼ିଛି। ଭିଜିଲାନ୍ସ ବିଭାଗ ପକ୍ଷରୁ ଗାୟତ୍ରୀନଗର ଭାସଭବନ ସହ ପୈତୃକ ଗ୍ରାମ ବଣସିଂହ, ଆଠମଲ୍ଲିକ ବ୍ଲକ କାର୍ଯ୍ୟାଳୟ ଓ ବାସଭବନ, ଜ୍ୱାଇଁଙ୍କ ଜୁନାଗଡ଼଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କାର୍ଯ୍ୟାଳୟ ଏବଂ ବାସଭବନ ସମେତ ପୈତୃକ ବାସଭବନ ଗଁଦିଆ ବ୍ଲକ ଅନ୍ତର୍ଗତ ଗୋପାଳପୁର ଗ୍ରାମରେ ଚଢ଼ଉ ଜାରି ରହିଛି। ତାଙ୍କୁ ଭିଜିଲାନ୍ସ ଦଳ ଆଠମଲ୍ଲିକ ନେଇ ପଚରାଉଚରା ଚଳାଇଛି। କଟକସ୍ଥିତ ଭିଜିଲାନ୍ସ ସ୍ବତନ୍ତ୍ର ବିଚାରପତିଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ୭ ଜଣ ଡିଏସପି, ୧୫ଜଣ ନିରୀକ୍ଷକଙ୍କୁ ନେଇ ଗଠିତ ୮ଟି ଦଳ ଚଢଉରେ ସାମିଲ ହୋଇଥିଲେ। ୧୯୮୯ ମସିହାରେ ରାମଚନ୍ଦ୍ର ଜଣେ କନିଷ୍ଠ ଯନ୍ତ୍ରୀ ଭାବେ ଚାକିରି ଜୀବନ ମାଲକାନଗିରିରୁ ଆରମ୍ଭ କରିଥିଲେ। ସେ କେନ୍ଦ୍ରାପଡା, ତାଳଚେର, ଅନୁଗୋଳ ଓ ଦେବଗଡ ଜିଲାରେ କାମ କରିବା ପରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବେ ଆଠମଲ୍ଲିକରେ କାର୍ଯ୍ୟରତ ଅଛନ୍ତି।

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories