www.samajalive.in
Saturday, December 6, 2025
26.1 C
Bhubaneswar

ଶାହରୁଖ-ଗୌରୀଙ୍କ ରେଷ୍ଟୁରାଣ୍ଟରେ ନକଲି ପନିରକୁ ନେଇ ଚର୍ଚ୍ଚା

ସମାଜ ଡିଜିଟାଲ ଡେସ୍କ: ବଲିଉଡର ବାଦଶାହା ଭାବେ ପରିଚିତ ଶାହରୁଖ ଖାନଙ୍କ ପତ୍ନୀ ଗୌରୀ ଖାନଙ୍କର ମୁମ୍ବଇରେ ଟୋରି ନାମକ ଏକ ରେଷ୍ଟୁରାଣ୍ଟରେ ନକଲି ପନିର ଖାଇବାକୁ ଦିଆଯାଉଥିବା ନେଇ ଚର୍ଚ୍ଚା ଜୋର ଧରିଛି। ସାର୍ଥକ ସଚଦେବା ନାମକ ୟୁଟ୍ୟୁବ ଇନଫ୍ଲୁଏନ୍ସର ଏପରି ଦାବି କରିଛନ୍ତି। ରେଷ୍ଟୁରାଣ୍ଟରେ ତାଙ୍କୁ ନକଲି ପନିର ଦିଆଯାଇଥିବା ନେଇ ସେ ଅଭିଯୋଗ କରିବା ସହିତ ଏହାକୁ ତୁରନ୍ତ ପରୀକ୍ଷା କରି ଏହାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଶେୟାର କରିଛନ୍ତି।

ସାର୍ଥକ ତାଙ୍କୁ ଖାଦ୍ୟରେ ଦିଆଯାଇଥିବା ପନିରକୁ ପ୍ରଥମେ ଭଲ ଭାବରେ ଧୋଇ ଦେଇଥିଲେ। ପରେ ତାହାକୁ ଟେବୁଲ ଉପରେ ରଖି ସେଥିରେ ଆୟୋଡିନ ଯୁକ୍ତ ତରଳ ପଦାର୍ଥ ପକାଇଥିଲେ। ପନିରରେ ଷ୍ଟାର୍ଚ ରହିଥିବାରୁ ତାହା କଳା ଏବଂ ନୀଳ ପଡ଼ିଯାଇଥିଲା। ଏହାକୁ ସାର୍ଥନ ନକଲି ପନିର ବୋଲି କହିଛନ୍ତି। ଏହା ସହିତ ସେ ବିରାଟ କୋହଲି, ଶିଳ୍ପା ସେଟ୍ଟି ଏବଂ ବବି ଦେଓଲଙ୍କ ରେଷ୍ଟୁରାଣ୍ଟକୁ ଯାଇ ମଧ୍ୟ ଅନୁରୂପ ପରୀକ୍ଷଣ କରିଥିଲେ। କିନ୍ତୁ ସେଠାରେ ପନିରରେ କୌଣସି ପ୍ରକାର ଭେଜାଲ ହୋଇ ନ ଥିବା ସାର୍ଥକ କହିଛନ୍ତି।

- Advertisement -

ସାର୍ଥକଙ୍କ ପୋଷ୍ଟ ଉପରେ ଅନେକ ଲୋକ ନାନା ପ୍ରକାର ମନ୍ତବ୍ୟ ଦେଇଛନ୍ତି। ରେଷ୍ଟୁରାଣ୍ଟ ପକ୍ଷରୁ ମଧ୍ୟ ଏହାର ଜବାବ ଦିଆଯାଇଛି। ରେଷ୍ଟୁରାଣ୍ଟ ପକ୍ଷରୁ କୁହାଯାଇଛି ଯେ, ପନିରରେ ଷ୍ଟାର୍ଚ ଅଂଶ ରହିବା ଅର୍ଥ ତାହା ନକଲି ନୁହେଁ। ଖାଦ୍ୟରେ ଶୋୟାରେ ପ୍ରସ୍ତୁତ କିଛି ଉପାଦାନ ରହୁଥିବାରୁ ଏଭଳି ହେବା ସ୍ଵାଭାବିକ। ଆମ ଖାଦ୍ୟ ସମ୍ପୂର୍ଣ୍ଣ ସୁଦ୍ଧ ବୋଲି ରେଷ୍ଟୁରାଣ୍ଟ କହିଛି।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories