www.samajalive.in
Sunday, December 7, 2025
14.1 C
Bhubaneswar

ପାଟଣା ଜାଭିୟର ପବ୍ଲିକ ସ୍କୁଲର ସଫଳତା

ପାଟଣା : ପାଟଣା ବ୍ଲକ ମୁଖ୍ୟାଳୟ ରେ ସ୍ଥାପିତ ଘରୋଇ ଶିକ୍ଷାୟତନ ସେଣ୍ଟ ଜାଭିୟର ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀଙ୍କ କୃତିତ୍ୱ ବିଦ୍ୟାଳୟର ଗୌରବ ବୃଦ୍ଧି କରିଛି। ଏହି ବିଦ୍ୟାଳୟର ପଞ୍ଚମ ଶ୍ରେଣୀର ଯେଉଁ ଛାତ୍ରଛାତ୍ରୀ ମାନେ ନବୋଦୟ ବିଦ୍ୟାଳୟ, ଏକଲବ୍ୟ ବିଦ୍ୟାଳୟ ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ପଢ଼ିବା ପାଇଁ ପ୍ରବେଶିକା ପରୀକ୍ଷା ଦେଇଥିଲେ, ସେମାନଙ୍କ ମଧ୍ୟରୁ ଜଣେ ଛାତ୍ର ଭାବେ ଟାଙ୍ଗରପଡା ଗ୍ରାମର ସୁରେଶ କୁମାର ପୃଷ୍ଟି ଓ ମାତା ସୁନିତା ସାହୁଙ୍କ ପୁଅ ବିବେକାନନ୍ଦ ପୃଷ୍ଟି ଉଭୟ ଜବାହାର ନବୋଦୟ ବିଦ୍ୟାଳୟ ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ର ପ୍ରବେଶିକା ପରୀକ୍ଷାରେ ସଫଳତା ପାଇ ନବୋଦୟ ବିଦ୍ୟାଳୟରେ ନାମ ଲେଖାଇଛନ୍ତି। ସେହିପରି ଜାଭିୟର ପବ୍ଲିକ ସ୍କୁଲରୁ ଏକଲବ୍ୟ ବିଦ୍ୟାଳୟରେ ନାମ ଲେଖାଇବା ପାଇଁ ଛାତ୍ର ହେମମୟ ଖଣ୍ଡେଇ ଓ ଛାତ୍ରୀ ଗିରିଜା ରାଣୀ ନାଏକ, ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ନାମ ଲେଖାଇବା ପାଇଁ ବିବେକା ନନ୍ଦ ପୃଷ୍ଟି , ଅଂଶୁମାନ ରଣା , ଗିରିଜା ରାଣୀ ନାଏକ, ଦିବ୍ୟାଶୁ ଶେଖର ମହାନ୍ତ, ରତ୍ନାବତୀ ପାତ୍ର ଏବଂ ଏଲ ପି ପ୍ରୀୟାଂଶୁ ସେଠୀ ପ୍ରମୁଖ ଷଷ୍ଠ ଶ୍ରେଣୀରେ ନାମ ଲେଖାଇବା ପାଇଁ ସଫଳତା ପାଇଛନ୍ତି। ଅନ୍ୟ ପକ୍ଷରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀରେ ନାମ ଲେଖାଇବା ପାଇଁ ଜାଭିୟର ବିଦ୍ୟାଳୟର ସସ୍ମିତା ମୁଣ୍ଡା ଏବଂ ଆର ଏସ ସ୍ପନ୍ଦନ ଯୋଗ୍ୟତା ଅର୍ଜ୍ଜନ କରିଛନ୍ତି। ଏହି ସବୁ ଛାତ୍ରଛାତ୍ରୀଙ୍କ ସଫଳତା ସ୍ୱାମ ପାଟଣା ଜାଭିୟର ପବ୍ଲିକ ସ୍କୁଲ ପାଇଁ ଗୌରବର ବିଷୟ ହୋଇଥିବାରୁ ବିଦ୍ୟାଳୟର ପ୍ରତିଷ୍ଠାତା ଅଜୟ କୁମାର ଦାଶ ସମସ୍ତ କୃତି ଛାତ୍ରଛାତ୍ରୀଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି ।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories