www.samajalive.in
Sunday, December 7, 2025
26.1 C
Bhubaneswar

ସବୁଜ ଓଡ଼ିଶା ଲକ୍ଷ୍ୟ ପୂରଣ ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ

ଭୁବନେଶ୍ୱର : ଆଜି ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତିମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଆପୋଲ ଗ୍ରୀନ ଏନର୍ଜି ଲିମିଟେଡ଼ କମ୍ପାନୀ ଦ୍ୱାରା ଓଡ଼ିଶାରେ ସୌର ବିଦ୍ୟୁତ ପ୍ରକଳ୍ପ ସ୍ଥାପନ ନିମନ୍ତେ  ଆଜି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓଙ୍କୁ ଏକ ଉପସ୍ଥାପନା ପ୍ରଦର୍ଶନ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱଚ୍ଛ ଓ ସବୁଜ ଭାରତ ଲକ୍ଷ୍ୟକୁ ସାକାର କରିବା ଦିଗରେ ଓଡ଼ିଶା ସମ୍ପୂର୍ଣ୍ଣ ରୂପେ ପ୍ରତିଶ୍ରୁତିବଦ୍ଧ । ଓଡ଼ିଶାର ସବୁଜ ଶକ୍ତି ଲକ୍ଷ୍ୟ ହାସଲ କରିବା ନିମନ୍ତେ ସରକାରଙ୍କ ତରଫରୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ଉପମୁଖ୍ୟମନ୍ତ୍ରୀ ସିଂହଦେଓ କହିଛନ୍ତି ।

ଆପୋଲ ଗ୍ରୀନ ଏନର୍ଜି ସମ୍ପ୍ରତି ଓଡ଼ିଶାର ଗଂଜାମ ଜିଲ୍ଲାରେ ୫୪ମେଗାୱାଟ ବିଶିଷ୍ଟ ୧୫୧ କୋଟି ଟଙ୍କାର ସୌର ବିଦ୍ୟୁତ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଜାରି ରଖିଛି । ସେହିପରି ଓଡ଼ିଶାର ଅନ୍ୟ ଜାଗାରେ ମଧ୍ୟ ଗ୍ରୀନ ଏନର୍ଜି ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଆଗ୍ରହୀ । ସମୁଦାୟ ୧୦୦୦ ମେଗାୱାଟର ଗ୍ରୀନ ଏନର୍ଜି ପ୍ରକଳ୍ପ ନିମନ୍ତେ ୪୫୦୦ କୋଟି ଟଙ୍କା ପୁଞ୍ଜି ନିବେଶ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି । ଏହା ଦ୍ୱାରା ସୌରବିଦ୍ୟୁତ ଉତ୍ପାଦନ ହେବା ସଂଗେ ସଂଗେ ୩୦୦୦ ଲୋକ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ନିଯୁକ୍ତି ପାଇବେ । ଆବଶ୍ୟକ ଅନୁଯାୟୀ ବିଦ୍ୟୁତ ବ୍ୟବହାର ପରେ ବଳକା ବିଦ୍ୟୁତ ବ୍ୟାଟେରୀ ଦ୍ୱାରା ଷ୍ଟୋର କରି ରଖିବା ସୁବିଧା ମଧ୍ୟ ଏହି ପ୍ରକଳ୍ପରେ ଉପଲବ୍ଧ ହେବ । ଏଥିପାଇଁ ସରକାରଙ୍କ ଠାରୁ ଆବଶ୍ୟକ ସହଯୋଗ କାମନା କରିଥିଲେ ।

- Advertisement -

ବୈଠକରେ ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ, ଓପିଟିସିଏଲ ସିଏମଡି ଭାସ୍କର ଜ୍ୟୋତି ଶର୍ମା, ଗ୍ରୀଡକୋ ଏମଡ଼ି ତ୍ରିଲୋଚନ ପଣ୍ଡା, ଆପୋଲ ଗ୍ରୀନ ଏନର୍ଜି ଲିମିଟେଡ଼ ସିଇଓ ସଞ୍ଜୟ ଗୁପ୍ତା, ପ୍ରେସିଡେଣ୍ଟ ରାକେଶ ଗୁପ୍ତାଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ ।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories