www.samajalive.in
Sunday, December 7, 2025
23.1 C
Bhubaneswar

୨ ହଜାର ନୂତନ ଟ୍ରାଫିକ୍‌ ପଦବୀ ସୃଷ୍ଟି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର : ରାଜ୍ୟରେ ଟ୍ରାଫିକ୍‌ ଓ ସଡକ ସୁରକ୍ଷା ବ୍ୟବସ୍ଥା ହେବ ଆହୁରି ସୁଦୃଢ। ବଢୁଥିବା ଟ୍ରାଫିକ୍‌ ସମସ୍ୟାକୁ ଦୂର କରିବା ପାଇଁ ଓ ଲୋକଙ୍କୁ ଆହୁରି ସୁବିଧା ପ୍ରଦାନ କରିବା ପାଇଁ ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨ ହଜାର ନୂତନ ପଦବୀ ସୃଷ୍ଟି ଲାଗି ଗୁରୁବାର ଘୋଷଣା କରିଛନ୍ତି।

ରାଜ୍ୟରେ ଟ୍ରାଫିକ୍ ଏବଂ ସଡ଼କ ସୁରକ୍ଷା ବ୍ୟବସ୍ଥାକୁ ଶୃଙ୍ଖଳିତ ଓ ସୃଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ୍ୟର ଟ୍ରାଫିକ୍ ଶାଖାରେ ୨ ହଜାର ନୂତନ ପଦବୀ ସୃଷ୍ଟି କରିବା ପାଇଁ ଅନୁମୋଦନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ ରାଜ୍ୟସ୍ତରୀୟ ଟ୍ରାଫିକ୍ ବ୍ୟବସ୍ଥାରେ ୭୦ ଓ ଜିଲାସ୍ତରରେ ୧୯୩୦ ପଦବୀ ସୃଷ୍ଟି ହେବ।

- Advertisement -

ଏଡିଜିପି/ଆଇଜିପି ଗୋଟିଏ ପଦବୀ, ଡିଆଇଜି (ପୁଲିସ) ଗୋଟିଏ ପଦବୀ, ଏସପି ୨ଟି ପଦବୀ, ଡିଏସପି ୪ଟି, ଇନ୍ସପେକ୍ଟର ୬ଟି, ଏସଆଇ ୮ଟି, ଏଏସଆଇ ୮ଟି, କନେଷ୍ଟବଳ ୨୨ଟି, ଚାଳକ ୧୦ଟି, ଏଷ୍ଟାବ୍ଲିସମେଣ୍ଟ ଅଫିସର ଗୋଟିଏ, ସେକ୍ସନ ଅଫିସର ଗୋଟିଏ, ଏ.ଏସ୍.ଓ ୩ ଟି ଓ ଜୁନିଅର ଆସିଷ୍ଟାଣ୍ଟ ପାଇଁ ୩ଟି ପଦବୀ ସୃଷ୍ଟି ହୋଇଛି। ସମୁଦାୟ ୭୦ଟି ପଦବୀ ସୃଷ୍ଟି ହୋଇଛି।

ଡିଏସ୍‍ପି ୫ଟି ପଦବୀ, ଇନ୍ସପେକ୍ଟର ୪୧ଟି ପଦବୀ, ସବ୍‍- ଇନ୍ସପେକ୍ଟର ୮୩ଟି ପଦବୀ, ଏଏସ୍‍ଆଇ ୮୩ଟି ପଦବୀ, ହାବିଲ୍‌ଦାର ୩୧୦ ଓ କନେଷ୍ଟବଳ ପାଇଁ ୧୪୦୮ଟି ପଦବୀ ସୃଷ୍ଟି କରାଯାଇଛି। ସମୁଦାୟ ୧୯୩୦ଟି ପଦବୀ ସୃଷ୍ଟି ହୋଇଛି।

୧୨ ବର୍ଷ ପରେ ସୂର୍ଯ୍ୟ-ବୃହସ୍ପତି ହେବେ ଏକାଠି ; ଏହି ରାଶି ହେବେ ଭାଗ୍ୟଶାଳୀ, ହଠାତ୍‌ ମିଳିବ ଧନ, ହେବ ବିବାହ

ମାସେ ଚିନି ନଖାଇଲେ, ମିଳିବ ଏସବୁ ଲାଭ, ହେବେ ଆଶ୍ଚର୍ଯ୍ୟ..

୧୧ ବର୍ଷର ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ; ଗୁରୁତର ଅବସ୍ଥାରେ ବିଲରୁ ଉଦ୍ଧାର, ଅଭିଯୁକ୍ତ ଗିରଫ

ପୁଣି ବଢିଲା ; ଲକ୍ଷେ ମୁହାଁ ସୁନା ଦାମ୍‌

Hot this week

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

Related Articles

Popular Categories