କଟକ: ମକର ସଂକ୍ରାନ୍ତି ସରିଛି , ହେଲେ ସରିନି ଗୁଡି ଉଡା। କଟକଣା ଏବଂ ତାଗିଦ୍ ସତ୍ବେ ଘର ଛାତକୁ ଯାଇ ମାଞ୍ଜା ସୂତାରେ ଗୁଡି ଉଡାଉଛନ୍ତି ଅମାନିଆ। ଆଉ ଏହାର ଦଣ୍ଡ ଭୋଗୁଛନ୍ତି ସାଧାରଣ ଲୋକେ । ଏହାରି ମଧ୍ୟରେ କଟକରେ ବଡ ଅଘଟଣ ସାମ୍ନାକୁ ଆସିଛି। ମାରାତ୍ମକ ମାଞ୍ଜା ସୂତା ଲାଗି ସମାଜ ସାମ୍ବାଦିକ ସନ୍ଦୀପ ପାଣି ଆହତ ହୋଇଛନ୍ତି। ତାଙ୍କ ନାକ ସହ ଦୁଇ ଆଖି କାଟି ହୋଇଯାଇଛି। ତାଙ୍କୁ ଉଦ୍ଧାର କରାଯାଇ ସିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସାମ୍ବାଦିକ ଶ୍ରୀ ପାଣି ବୁଧବାର କଳା ବିକାଶ କେନ୍ଦ୍ରରେ ଚାଲିଥିବା ଏକ କାର୍ଯ୍ୟକ୍ରମକୁ ଖବର ସଂଗ୍ରହ କରିବା ଲାଗି ଯାଉଥିଲେ। ସେ କେଶରପୁର-ମକରବାସାହି ଦେଇ ଯାଉଥିବାବେଳେ ମାଞ୍ଜା ସୂତା ତାଙ୍କ ଦେହରେ ଗୁଡାଇ ହୋଇଯାଇଥିଲା। ଫଳରେ ତାଙ୍କ ଦୁଇ ଆଖିର ପତାରେ ଆଘାତ ଲାଗିଥିଲା। ଫଳରେ ତୁରନ୍ତ ତାଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କ ନାକରେ ୩ଟି ଷ୍ଟିଜ୍ ପଡିଛି। ଆବଶ୍ୟକ ଚିକିତ୍ସା ପରେ ରାତିରେ ତାଙ୍କୁ ମେଡିକାଲରୁ ଡିସଚାର୍ଜ କରାଯାଇଛି।
Popular Categories



