www.samajalive.in
Thursday, December 11, 2025
27.1 C
Bhubaneswar

ସିନ୍ଦୁରଗୌରୀ ତୀର୍ଥରେ ମକର ମହୋତ୍ସବ ଓ ଟୁସୁ ମେଳା

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ମିରିଗିଖୋଜି ପଞ୍ଚାୟତ ଅସନବାହାଳି ଗ୍ରାମ ସିନ୍ଦୁରଗୌରୀ ଯୁବକ ସଂଘ ଦ୍ୱାରା ୫ମ ବାର୍ଷିକ ମକର ମହୋତ୍ସବରେ ସିନ୍ଦୁରଗୌରୀ ତୀର୍ଥଠାରେ ଟୁସୁ ମେଳା ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି। ଏହି ଟୁସୁ ମେଳାରେ ବିଭିନ୍ନ ସ୍ଥାନରୁ ୬ଟି ଟୁସୁ ମେଢ଼ ଯୋଗ ଦେଇଥିଲେ। ଆୟୋଜିତ ଟୁସୁ ପ୍ରତିଯୋଗିତାରେ ପ୍ରଥମ ସ୍ଥାନରେ ତାଳପଦା, ଦ୍ଵିତୀୟ ସ୍ଥାନ ଅସନବାହାଳି, ତୃତୀୟ ସ୍ଥାନ ସରସ୍ୱତୀପଡା ମେଢ଼ ପୁରସ୍କୃତ ହୋଇ ଯଥାକ୍ରମେ ପ୍ରଥମ ପୁରସ୍କାର ୬ ହଜାର, ଦ୍ଵିତୀୟ ପୁରସ୍କାର ୫ ହଜାର ଓ ତୃତୀୟ ପୁରସ୍କାର ୪ ହଜାର ଟଙ୍କା ଅତିଥିମାନଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା। ନିରଞ୍ଜନ ମହାନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡୁମୁରିଆ ସରପଞ୍ଚ ଗୌରହରି ନାଏକ, ମୁଖ୍ୟ ବକ୍ତା ଭାବେ ଅଵସର ପ୍ରାପ୍ତ ବାୟୁସେନା ଅଧିକାରୀ ଭୁବନ ମହାନ୍ତ, ସମ୍ମାନୀତ ଅତିଥି ଭାବେ ମିରିଗିଖୋଜି ସରପଞ୍ଚ ମନମୋହନ ବେହେରା, ସାହାରପଡା ଫାଣ୍ଡି ଅଧିକାରୀ ଭବାନୀ ଶଙ୍କର ବାଦି, ମିରିଗିଖୋଜି ସମିତି ସଭ୍ୟା ଦ୍ରୌପଦୀ ମହାନ୍ତ ଯୋଗ ଦେଇ ମକର ମହୋତ୍ସବ ଓ ଟୁସୁ ପର୍ବର ମହତ୍ତ୍ବ ଉପରେ ଉଦବୋଧନ ଦେଇଥିଲେ। ଏହି ଟୁସୁ ମେଳାରେ କୁଡୁମୀ ସମ୍ପ୍ରଦାୟର ଯୁବକ ଯୁବତୀ ମାନେ ସୁନ୍ଦର ଝୁମର ନୃତ୍ୟ ପରିବେଷଣ କରିଥିଲେ। ସଂଘର ସଦସ୍ୟ ଭୁତ ମହାନ୍ତ,ଉମେଶ ମହାନ୍ତ, ରାଜନ ମହାନ୍ତ, ବାବୁଲା ମହାନ୍ତ,ମୋହନ ମହାରଣା, ଲୋକନାଥ ମହାନ୍ତ, ସୁଶାନ୍ତ ମହାନ୍ତ, ବିଜୁ ମୁଣ୍ଡା,ଶୁକ୍ରା ମହାନ୍ତ,ସନ୍ତୋଷ ମହାନ୍ତ, କୁନା ମହାନ୍ତ, ରବୀନ୍ଦ୍ର ମହାନ୍ତ ଗଗନ ମହାନ୍ତ,ଭୁଟି ମହାନ୍ତ,ପ୍ରଦୀପ ମହାନ୍ତ ଙ୍କ ସହିତ ଅନ୍ୟ ସମସ୍ତ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିବାର ସହଯୋଗ କରିଥିଲେ।

Hot this week

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

Related Articles

Popular Categories