www.samajalive.in
Sunday, December 7, 2025
26.1 C
Bhubaneswar

ନାରାୟଣୀ ବସ୍ ହେଲପରକୁ ଆକ୍ରମଣ ଘଟଣା, ୨ ଗିରଫ

ଗୋପାଳପୁର: କଟକରୁ ମେଘଝୋଳି ଯାତାୟାତ କରୁଥିବା ମା’ ନାରାୟଣୀ ବସର ହେଲପରକୁ ଗୋପାଳପୁର ଜଙ୍କସନ ଠାରେ ବଳିଆପଣ୍ଡା ବସର କଣ୍ଡକ୍ଟର ଓ ଅନ୍ୟ ଜଣେ ଆକ୍ରମଣ କରି ଟଙ୍କା ଲୁଟ ଘଟଣାରେ ପୁଲିସ ଏକମାସ ପରେ ସମ୍ପୃକ୍ତ ୨ ଅଭିଯୁକ୍ତକୁ ବ୍ରହ୍ମପୁର ବସଷ୍ଟାଣ୍ଡ ପରିସରରୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବ୍ରହ୍ମପୁର ବଡ଼ବଜାର ଅଞ୍ଚଳର ରାଜେଶ କୁମାର ପଣ୍ଡା ଓ କୋଟିନାଡ ଶଙ୍ଖଖୋର ଅକ୍ଷୟ କୁମାର ସେଠୀ ବୋଲି ପୁଲିସ ସୂଚନା ଦେଇଛି।

ଗତ ଡିସେମ୍ବର ୮ ତାରିଖରେ ମା’ ନାରାୟଣୀ ବସଟି କଟକରୁ ବ୍ରହ୍ମପୁର ଫେରୁଥିବା ବେଳେ ଗୋପାଳପୁର ଜଙ୍କସନ ନିକଟରେ ବସର ହେଲପର ତଥା ଦିଗପହଣ୍ଡି ଥାନା ଅନ୍ତର୍ଗତ ନିମଖଣ୍ଡି ପେଣ୍ଠର ରାଜେଶ ଆଚାର୍ଯ୍ୟ ବସର ସାମଗ୍ରୀ ଓହ୍ଲାଇବା ସମୟରେ ବଳିଆପଣ୍ଡା ବସର କଣ୍ଡକ୍ଟର ରାଜେଶ ଓ ଅକ୍ଷୟ ସେଠାରେ ପହଞ୍ଚି ତାଙ୍କୁ ଗାଳିଗୁଲଜ କରିଥିଲେ।

- Advertisement -

ଏହାସହ ରାଜେଶଙ୍କ ନିକଟରେ ଥିବା ୧୯, ୫୫୦ ଟଙ୍କା ଲୁଟ କରିନେବା ସହ ତାଙ୍କୁ ଧମକ ଦେଇଥିଲେ। ଏହା ପୂର୍ବରୁ ମଧ୍ୟ ରାଜେଶକୁ ଫୋନ ଯୋଗେ ଗାଳିଗୁଲଜ ସହ ହତ୍ୟା ଧମକ ଦେଇଥିଲେ। ଏହି ଅଭିଯୋଗକୁ ଭିତ୍ତି କରି ପୁଲିସ ପକ୍ଷରୁ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲେ। ଆଜି ଅଭିଯୁକ୍ତ ମାନେ ବ୍ରହ୍ମପୁର ବସଷ୍ଟାଣ୍ଡ ଠାରେ ଥିବା ଖବର ପାଇ ପୁଲିସ ସେମାନଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories