www.samajalive.in
Sunday, December 14, 2025
17.1 C
Bhubaneswar

ମହେନ୍ଦ୍ରଗିରି ପର୍ବତରେ ରାଜ୍ୟସ୍ତରୀୟ ଦୁଃସାହାସିକ ଶିବିର

ଗୋପାଳପୁର: ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଏନଏସଏସ ପକ୍ଷରୁ ଛଅ ଦିନ ଧରି ମହେନ୍ଦ୍ରଗିରି ପର୍ବତରେ ଚାଲିଥିବା ରାଜ୍ୟସ୍ତରୀୟ ପର୍ବତାରୋହଣ ଶିବିର ବୁଧବାର ଉଦଯାପିତ ହୋଇଯାଇଛି। ଓଡ଼ିଶାର ଦ୍ୱିତୀୟ ସର୍ବୋଚ୍ଚ ଶିଖର ମହେନ୍ଦ୍ରଗିରି ପର୍ବତର ୪୯୭୬ ଫୁଟ୍ ଉଚ୍ଚତା ଚଢି ରାଜ୍ୟସ୍ତରୀୟ ଦୁଃସାହସିକ ଶିବିର-୨୦୨୫ କୁ ସଫଳ କରିଛନ୍ତି ସ୍ବେଚ୍ଛାସେବୀମାନେ । ସ୍ବେଚ୍ଛାସେବୀମାନେ ୧୮ କିଲୋମିଟର ପର୍ବତାରୋହଣ କରି ମହେନ୍ଦ୍ରଗିରି ଶିଖରରେ ପହଞ୍ଚିଥିଲେ।

ଉଦଯାପନୀ ଦିବସରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶ ଯୋଗଦେଇ ସ୍ବେଚ୍ଛାସେବୀଙ୍କ ଏହି ଦୁଃସାହାସିକ ପର୍ବତାରୋହଣ ସଫଳତାର ସହ ସମାପନ କରିଥିବାରୁ ଉଚ୍ଚ ପ୍ରଶଂସା କରିବା ସହ ଯୁବ ନେତୃତ୍ବ ବିକାଶରେ ଏହି ଶିବିର ସହାୟକ ହେବ ବୋଲି କହିଥିଲେ। ଜାତୀୟ ସେବା ଯୋଜନାର ଆଞ୍ଚଳିକ ନିର୍ଦ୍ଦେଶିକା ସରିତା ପଟେଲ ଏବଂ ରାଜ୍ୟ ଏନ ଏସ ଏସ ଅଧିକାରୀ ତଥା ଉଚ୍ଚ ଶିକ୍ଷା ବିଭାଗର ଉପସଚିବ ଡ଼. ରମେଶ ଚନ୍ଦ୍ର ବେହେରା ସ୍ବେଚ୍ଛାସେବୀଙ୍କ ଏହି ସଫଳତା ପାଇଁ ଅଭିନନ୍ଦନ ଜଣାଇବା ସହ ମହେନ୍ଦ୍ରଗିରି ପର୍ବତାରୋହଣ ଅଭିଯାନ ଓଡ଼ିଶାର ଯୁବପିଢ଼ିକୁ ଅନୁପ୍ରାଣିତ କରିବ ବୋଲି କହିଥିଲେ।

- Advertisement -

ଏନଏସଏସ ବ୍ୟୁରୋ ସଂଯୋଜକ ଡ଼. ଜୟନ୍ତ କୁମାର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଶିବିରର ଆୟୋଜନ କରାଯାଇଥିବା ବେଳେ ଏଥିରେ ବିଶ୍ବବିଦ୍ୟଳୟର ଛାତ୍ର କଲ୍ୟାଣ ନିର୍ଦ୍ଦେଶକ ପ୍ରଫେସର ଗଣେଷ ସେଠୀ, ଗଜପତି ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର ସନ୍ୟାସୀ ବେହେରା, ଗଞ୍ଜାମ ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଗଣେଷ ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories