www.samajalive.in
Saturday, December 6, 2025
26.1 C
Bhubaneswar

ମହେନ୍ଦ୍ରଗିରି ପର୍ବତରେ ରାଜ୍ୟସ୍ତରୀୟ ଦୁଃସାହାସିକ ଶିବିର

ଗୋପାଳପୁର: ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଏନଏସଏସ ପକ୍ଷରୁ ଛଅ ଦିନ ଧରି ମହେନ୍ଦ୍ରଗିରି ପର୍ବତରେ ଚାଲିଥିବା ରାଜ୍ୟସ୍ତରୀୟ ପର୍ବତାରୋହଣ ଶିବିର ବୁଧବାର ଉଦଯାପିତ ହୋଇଯାଇଛି। ଓଡ଼ିଶାର ଦ୍ୱିତୀୟ ସର୍ବୋଚ୍ଚ ଶିଖର ମହେନ୍ଦ୍ରଗିରି ପର୍ବତର ୪୯୭୬ ଫୁଟ୍ ଉଚ୍ଚତା ଚଢି ରାଜ୍ୟସ୍ତରୀୟ ଦୁଃସାହସିକ ଶିବିର-୨୦୨୫ କୁ ସଫଳ କରିଛନ୍ତି ସ୍ବେଚ୍ଛାସେବୀମାନେ । ସ୍ବେଚ୍ଛାସେବୀମାନେ ୧୮ କିଲୋମିଟର ପର୍ବତାରୋହଣ କରି ମହେନ୍ଦ୍ରଗିରି ଶିଖରରେ ପହଞ୍ଚିଥିଲେ।

ଉଦଯାପନୀ ଦିବସରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶ ଯୋଗଦେଇ ସ୍ବେଚ୍ଛାସେବୀଙ୍କ ଏହି ଦୁଃସାହାସିକ ପର୍ବତାରୋହଣ ସଫଳତାର ସହ ସମାପନ କରିଥିବାରୁ ଉଚ୍ଚ ପ୍ରଶଂସା କରିବା ସହ ଯୁବ ନେତୃତ୍ବ ବିକାଶରେ ଏହି ଶିବିର ସହାୟକ ହେବ ବୋଲି କହିଥିଲେ। ଜାତୀୟ ସେବା ଯୋଜନାର ଆଞ୍ଚଳିକ ନିର୍ଦ୍ଦେଶିକା ସରିତା ପଟେଲ ଏବଂ ରାଜ୍ୟ ଏନ ଏସ ଏସ ଅଧିକାରୀ ତଥା ଉଚ୍ଚ ଶିକ୍ଷା ବିଭାଗର ଉପସଚିବ ଡ଼. ରମେଶ ଚନ୍ଦ୍ର ବେହେରା ସ୍ବେଚ୍ଛାସେବୀଙ୍କ ଏହି ସଫଳତା ପାଇଁ ଅଭିନନ୍ଦନ ଜଣାଇବା ସହ ମହେନ୍ଦ୍ରଗିରି ପର୍ବତାରୋହଣ ଅଭିଯାନ ଓଡ଼ିଶାର ଯୁବପିଢ଼ିକୁ ଅନୁପ୍ରାଣିତ କରିବ ବୋଲି କହିଥିଲେ।

- Advertisement -

ଏନଏସଏସ ବ୍ୟୁରୋ ସଂଯୋଜକ ଡ଼. ଜୟନ୍ତ କୁମାର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଶିବିରର ଆୟୋଜନ କରାଯାଇଥିବା ବେଳେ ଏଥିରେ ବିଶ୍ବବିଦ୍ୟଳୟର ଛାତ୍ର କଲ୍ୟାଣ ନିର୍ଦ୍ଦେଶକ ପ୍ରଫେସର ଗଣେଷ ସେଠୀ, ଗଜପତି ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର ସନ୍ୟାସୀ ବେହେରା, ଗଞ୍ଜାମ ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଗଣେଷ ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories