www.samajalive.in
Saturday, December 13, 2025
21.1 C
Bhubaneswar

ଗଜରାଜ ପିଠିରେ ମଥୁରା ଭ୍ରମଣ କଲେ କଂସ ମହାରାଜ

ସମ୍ବଲପୁର: ସମ୍ବଲପୁରୀ ଧନୁଯାତ୍ରାର ଶୁଭାରମ୍ଭ ବୁଧବାର ହୋଇ ସାରିଥିବା ବେଳେ ଦ୍ୱିତୀୟ ଦିବସରେ ଗୁରୁବାର ଗଜରାଜ ପିଠିରେ ସବାର ହୋଇ କଂସ ମହାରାଜ ମଥୁରା ନଗରୀ (ସମ୍ବଲପୁର) ଭ୍ରମଣ କରିଛନ୍ତି। ଏହି ଅବସରରେ ବୀମା ଅଭିଭୋକ୍ତାଙ୍କୁ ନ୍ୟାୟ ପ୍ରଦାନ ପାଇଁ ଏଲଆଇସିର ଏସଡିଏମଙ୍କୁ କଂସ ମହାରାଜ ତାଗିଦ କରି ତାଙ୍କର ଦରବାରରେ ହାଜିର ହେବାକୁ କଡା ନିର୍ଦ୍ଦେଶ ଦେଇଥିଲେ।

ସେହିଭଳି ରାସ୍ତାରେଟ୍ରାଫିକ ଜାମ ହେଉଥିବାରୁ ଦୋକାନୀମାନଙ୍କୁ ରାସ୍ତା ଖାଲି କରିବାକୁ ତାଗିଦ କରିବା ସହ କଂସ ମହାରାଜ ବିଭିନ୍ନ ମଲମାନରେ ପାର୍କିଂ ସୁବିଧା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ମଥୁରା ନଗରୀର ଭ୍ରମଣ ସମୟରେ କଂସ ମହାରାଜ ରାଜ୍ୟବାସୀ ଓ ପ୍ରଜାମାନଙ୍କର ସୁବିଧା ଅସୁବିଧା ପଚାରି ବୁଝିଥିଲେ।

- Advertisement -

ସକାଳ ୧୦ଟାରୁ ଅଇଁଠାପାଲିର ପିଏସଡି ପଡ଼ିଆରୁ ବାହାରି ବୁଢ଼ାରଜା, ଫାଟକ, ଜିଏମ କଲେଜ ଛକ, ଧୁଚୁରାପଡା, ଲକ୍ଷ୍ମୀ ଟକିଜ ଛକ, ଗୋଲବଜାର ଛକ ଓ ଶକ୍ତି ସଂଘ ଛକ ଦେଇ ଗଙ୍ଗାଧର ମଣ୍ଡପ ଠାରେ ପହଞ୍ଚିଥିଲେ କଂସ ମହାରାଜ। ମହାରାଜ କଂସଙ୍କ ମଥୁରା ରାଜ୍ୟ ଭ୍ରମଣ ସମୟରେ ଏଭଳି ଜନ କଲ୍ୟାଣ ମୂଳକ ସଚେତନତା ପାଇଁ ପ୍ରଜାମାନେ ଖୁସି ପ୍ରକାଶ କରିଥିଲେ। ଏହି ଅବସରରେ ମହାରାଜଙ୍କ ସହିତ ମନ୍ତ୍ରୀ ପରିଷଦ ମଧ୍ୟ ଉପସ୍ଥିତ ରହି ଆବଶ୍ୟକ ସ୍ଥଳରେ ଜରିମାନା ମଧ୍ୟ ଆଦାୟ କରିଥିଲେ ବୋଲି ଆୟୋଜନ କମିଟିର ସଭାପତି ସଞ୍ଜୟ ବାବୁ ସୂଚନା ଦେଇଛନ୍ତି।

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories