ଡେସ୍କ: ରାଜ୍ୟରେ କାର୍ଯ୍ୟରତ ଅଙ୍ଗନବାଡ଼ି କର୍ମୀଙ୍କ ଦରମା ବୃଦ୍ଧି ପାଇବା ସମ୍ଭାବନା ରହିଛି। ରାଜସ୍ଥାନର ଉଦୟପୁରଠାରେ ଆୟୋଜିତ ଚିନ୍ତନ ଶିବିର କାର୍ଯ୍ୟକ୍ରମରେ ଓଡିଶା ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି। କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ନିକଟରେ ସେ ଏହି ଦାବି ଉପସ୍ଥାପନ କରିଥିବା ଜଣାପଡିଛି।
ଶ୍ରୀମତୀ ପରିଡା ମଧ୍ୟ କର୍ମଜୀବୀ ମହିଳାଙ୍କ ପାଇଁ ହଷ୍ଟେଲ ସୁବିଧା କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ବର୍ତ୍ତମାନ ଏହି ପ୍ରସ୍ତାବଗୁଡ଼ିକ ଉପରେ ବିଚାର କରୁଛି। ସେ କହିଛନ୍ତି ଯେ, ରାଜ୍ୟ ସରକାର ଅଙ୍ଗନବାଡି କେନ୍ଦ୍ର ଗୁଡିକର ଦକ୍ଷତା ବୃଦ୍ଧି ପାଇଁ ଲକ୍ଷ୍ୟ ରଖିଛନ୍ତି।
ସୂଚନାଯୋଗ୍ୟ, ୨୦୨୪ ଫେବୃଆରୀ ମାସରେ ରାଜ୍ୟରେ ଲୋକସଭା ଓ ବିଧାନସଭା ନିର୍ବାଚନ ପୂର୍ବରୁ ଅଙ୍ଗନବାଡ଼ି କର୍ମୀ ଓ ସେମାନଙ୍କ ସହାୟକଙ୍କ ମାସିକ ଦରମା ଓ ଅନ୍ୟାନ୍ୟ ସାମାଜିକ ସୁରକ୍ଷା ସୁବିଧା ବୃଦ୍ଧି ପାଇଁ ପୂର୍ବ ସରକାର ଘୋଷଣା କରିଥିଲେ। ଏହାପରେ ଅଙ୍ଗନବାଡି କର୍ମୀଙ୍କ ମାସିକ ଦରମା ୭୫୦୦ ଟଙ୍କାରୁ ୧୦ ହଜାର ଟଙ୍କା, ମିନି ଅଙ୍ଗନବାଡ଼ି କର୍ମୀଙ୍କ ମାସିକ ଦରମା ୫୩୭୮ ଟଙ୍କାରୁ ୭୨୫୦ ଟଙ୍କା ଏବଂ ଅଙ୍ଗନୱାଡି ସହାୟିକାଙ୍କ ମାସିକ ଦରମା ୩୭୫୦ ଟଙ୍କାରୁ ୫୦ ଟଙ୍କାକୁ ବୃଦ୍ଧି କରାଯାଇଥିଲା।



