ଗରିବ ପରିବାର ପାଇଁ ନାହିଁ ସାହାରା; ଜେଜେମା ଭରସାରେ ସୋନାଲି
କଲମପୁର: ନାହିଁ ଯାହାର ମା’ ତାର କିଏ ବା ଅଛି ସାହା । ଏହି ଫଟୋରେ ଦେଖୁଥିବା ଅସହାୟ ଝିଅଟି ହେଉଛନ୍ତି ସୋନାଲି ଦଳାଇ । ବୟସ ୧୫ ବର୍ଷ । ଘରର ସୁନାଝିଅ ସାଜିଥିବା ସୋନାଲି ୪ ବର୍ଷ ତଳେ ଜନ୍ମକଲା ମା’ କୁ ହାରାଇଛନ୍ତି । ଆଉ ମା’ ଗଲା ପରେ ସୁନାଝିଅ ଭାଗ୍ୟରେ ଘୋଟିଯାଇଛି କଳାର ବାଦଲ ।
ଛିଡ଼ା ହେବା ପାଇଁ ସାମର୍ଥ୍ୟ ନାହିଁ । ନିଜ କାମ ବି ଠିକ୍ ସେ କରିପାରୁନାହାନ୍ତି ସୋନାଲି । ମା’ ଛେଉଣ୍ଡ ହେବା ପରେ ବାପା ଦ୍ୱିତୀୟ ବିବାହ କଲେ । ହେଲେ ମିଳିଲାନି ନିଜ ମା’ ପରି ମା’ ଟିଏ । ହଠାତ୍ ଦିନେ ଏକ ଗାତରେ ସୋନଲି ପଡ଼ିଯିବାରୁ ତାଙ୍କ ଗୋଡ଼ ଭାଙ୍ଗିଯିବା ସହ ମେରୁଦଣ୍ଡ ହାଡ଼ରେ ଗଭୀର ଆଘାତ ଲାଗିଥିଲା । ପରେ ପରିବାର ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସୋନାଲିଙ୍କୁ ଭର୍ତ୍ତି କରାଯାଇଥିଲା । ହେଲେ କିଛି ସୁଫଳ ମିଳିନଥିଲା । ଚିକିତ୍ସା ପାଇଁ ଅଧିକ ଟଙ୍କାର ଆବଶ୍ୟକ ଥିବା କହିଥିଲେ ଡାକ୍ତର । ହେଲେ ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନଥିବାରୁ ସୋନାଲିଙ୍କ ଚିକିତ୍ସା ସଠିକ୍ ଭାବେ ହୋଇପାରିନଥିଲା ।
ବର୍ତ୍ତମାନ ସୋନାଲି ନିଜ ଗୋଡ଼ରେ ଛିଡ଼ା ହୋଇପାରୁ ନାହାନ୍ତି । ନିଜର ନିତ୍ୟକର୍ମ ମଧ୍ୟ ନିଜେ କରିପାରୁନାହାନ୍ତି । ବୁଦ୍ଧ ଜେଜେମା’ଙ୍କ ସହାରାରେ କଟୁଛି ସୋନାଲିଙ୍କ ଜୀବନ । ସରକାରୀ ଯୋଜନା କହିଲେ ଜେଜେମା’ଙ୍କୁ ମିଳୁଥିବା ୫ଶହ ଟଙ୍କା ଭତ୍ତା ଆଉ ୫ କିଲୋ ଚାଉଳ । ଘର ଖଣ୍ଡିଏ ବି ମିଳିନାହିଁ । ତେବେ ଏପରି ପରିସ୍ଥିତିରେ ପ୍ରଶାସନ ଯଦି ଏହି ଦୁଇ ଅଭାଗିନୀଙ୍କ ଉପରେ ନଜର ଦିଅନ୍ତା । ତାହେଲେ ସରକାରୀ ଯୋଜନାରେ ଘର ଖଣ୍ଡିଏ ସହ ସୋନାଲିଙ୍କ ଚିକିତ୍ସା ହୋଇପାନ୍ତା ।
Comments are closed.