ଧ୍ରୁପଦ ହିନ୍ଦୁସ୍ତାନୀ ଓ ତବଲା ବାଦ୍ୟରେ ମୁଖରିତ ହେଲା ରାଜାରାଣୀ ମୁକ୍ତାକାଶ ରଙ୍ଗମଞ୍ଚ

ଭୁବନେଶ୍ୱର: ଆଜି ରାଜାରାଣୀ ସଂଗୀତ ଉତ୍ସବର ତୃତୀୟ ସନ୍ଧ୍ୟାରେ ମୁକ୍ତାକାଶ ମଞ୍ଚରେ ପରିବେଷଣ କରାଯାଇଛି ଧ୍ରୁପଦ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଂଗୀତ। ମୁକୁନ୍ଦ ଦେବ ଓ ଗ୍ରୁପଙ୍କ ଦ୍ୱାରା ପରିବେଷଣ କରାଯାଇଥିବା ଏହି ଧ୍ରୁପଦ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଂଗୀତର ନାଦରେ ସମସ୍ତ ଦର୍ଶକ ବିମୋହିତ ହୋଇଥିଲେ। ଏଥିସହିତ ବିଶିଷ୍ଟ ତବଲା ଶିଳ୍ପୀ ଓଜସ ଅଢ଼ିଆ ଏବଂ ଗ୍ରୁପର ତବଲା, ବଂଶୀ ଓ ବେହେଲା ବାଦ୍ୟରେ ରାଜାରାଣୀର ସାଂସ୍କୃତିକ ପରିବେଶ ଉତ୍ସବ ମୁଖର ହୋଇଉଠିଥିଲା। ଆଜିର କାର୍ଯ୍ୟକ୍ରମରେ ବିଶିଷ୍ଟ କଣ୍ଠଶିଳ୍ପୀ ପଦ୍ମଶ୍ରୀ ଡ. ଶ୍ୟାମାମଣୀ ଦେବୀ, ସାରସ୍ୱତ ସାଧକ ଓ ଲେଖକ ଡ. ଦାଶ ବେନହୁର, ସଂଗୀତ ନାଟକ ଏକାଡେମୀର ସଚିବ ଡ. ଭାଗ୍ୟଲିପି ମଲ୍ଲ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.