www.samajalive.in
Monday, December 15, 2025
14.1 C
Bhubaneswar

କାଳ ହେଲା ଝୁଲାପୋଲ ବୁଲିବା, ନାଗାବଳୀରେ ବୁଡି ଦୁଇ ଛାତ୍ର ମୃତ

ରାୟଗଡ଼଼ା: ନାଗାବଳୀ ନେଲା ୨ ଜୀବନ। କାଳ ହେଲା ଝୁଲା ପୋଲ ବୁଲିବା। ଆଜି ଅପରାହ୍ନରେ ଝୁଲା ପୋଲ ବୁଲିବାକୁ ଯାଇଥିବା ଦୁଇ ଜଣ ଛାତ୍ର ନାଗାବଳୀ ନଦୀରେ ବୁଡି ପ୍ରାଣ ହରାଇଛନ୍ତି। ଖେଳୁଥିବା ବେଳେ ନାଗାବଳୀ ନଦୀର ପ୍ରଖର ସ୍ରୋତରେ ଭାସିଗଲେ ଦୁଇ ସାଙ୍ଗ। ଜଣକୁ ଉଦ୍ଧାର କରିବାକୁ ଯାଇ ଅନ୍ୟ ଜଣେ ଛାତ୍ର ନଦୀରେ ବୁଡିଗଲା। ଦୁଇ ସାଙ୍ଗ ଆଖି ଆଗରେ ଦୁଇ ସାଙ୍ଗ ଚାଲିଗଲେ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡ଼଼ା ନିକଟସ୍ଥ ଧୂମାଗୁଡା ଗାଁ ନିକଟରେ ଥିବା ନାଗାବଳୀ ନଦୀ ତଟରେ।

ମିଳିଥିବା ସୂଚନା ପ୍ରକାରେ, ଆଜି ଅପରାହ୍ନରେ ରାୟଗଡ଼଼ା ସହରରେ ଥିବା ଘରୋଇ ସ୍କୁଲ ଦୀପ୍ତି କନଭେଂଟ ସ୍କୁଲର ୪ ଜଣ ଷଷ୍ଠ ଶ୍ରେଣୀର ଛାତ୍ର ମାରିଗୁଡା ଝୁଲା ପୋଲ ବୁଲିବାକୁ ଯାଇଥିଲେ। ସାଇପ୍ରିୟ ନଗରର ଶ୍ରୀନୁ କୁମାର ୟାଦବ ଓ ରାଣିଗୁଡା ଫାର୍ମର ସି.ଏଚ.ଭାର୍ଗବଙ୍କ ସହ ଆଉ ଦୁଇ ସାଙ୍ଗ ଜନ୍ମେଜୟ ସାଉଁଟା ଓ ଏନ.ଭବେଶ ମିଶି କରି ଝୁଲା ପୋଲ ଦେଖିବାକୁ ଯାଇଥିଲେ। ସେମାନେ ସେଠାରେ ବୁଲା ବୁଲି କରିବା ପରେ ଝୁଲାପୋଲ ତଳକୁ ଓଲ୍ଲାଇଥିଲେ।

- Advertisement -

ଜନ୍ମେଜୟ ଓ ଭବେଶ ପଥର ଉପରେ ବସିଥିବା ବେଳେ ଭାର୍ଗବ ଓ ଶ୍ରୀନୁ ପଥର ଏକ ବଲ ଆଣିବାକୁ ତଳକୁ ଓଲାଇଥିଲେ। ପଥରେ ଥିବା ଶିଉଳିରେ ଭାର୍ଗବର ଗୋଡ ଖସିଯାଇଥିଲା। ସେ ନାଗାବଳୀର ପ୍ରଖର ସ୍ରୋତରେ ଭାସି ଯାଇଥିଲା। ଏହା ଦେଖି ତାକୁ ଉଦ୍ଧାର କରିବାକୁ ଶ୍ରୀନୁ ତାର ସାଙ୍ଗକୁ ଉଦ୍ଧାର କରିବାକୁ ପାଣିକୁ ଓଲ୍ଲାଇଥିଲା। ସେ ମଧ୍ୟ ନଦୀର ସ୍ରୋତରେ ଭାସି ଯାଇଥିଲେ। ଏହା ଦେଖି ଅନ୍ୟ ଦୁଇ ସାଙ୍ଗ ଚିତ୍କାର କରିବା ସହ ଦୌଡି ଯାଇ ଗାଁ ଲୋକଙ୍କୁ ଜଣାଇଥିଲେ।

ସଙ୍ଗେ ସଙ୍ଗେ ଗ୍ରାମବାସୀ ଆସି ନଦୀ ଭିତରେ ଖୋଜା ଖୋଜି କରିବା ଏ ସମ୍ପର୍କରେ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଆସି ବହୁ ଖୋଜି ଖୋଜି ପରେ ପଥର ଖୋଲ ମଧ୍ୟରୁ ଦୁଇ ଜଣଙ୍କୁ ଉଦ୍ଧାର କରିଥିଲେ। ହେଲେ ସେତେ ବେଳକୁ ଦୁଇ ଜଣଙ୍କ ପ୍ରାଣ ବାୟୁ ଚାଲିଯାଇଥିଲା।

ଏହି ଖବର ପାଇବା ପରେ ନଦୀ କୂଳରେ ପରିବାର ବର୍ଗ ପହଞ୍ଚି ପିଲାମାନଙ୍କୁ ଚିହ୍ନଟ କରିଥିଲେ। ଅଗ୍ନିଶମ ବିଭାଗ ଠାରୁ ଖବର ପାଇ ରାୟଗଡ଼଼ା ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ମୃତ ଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ ରାୟଗଡ଼଼ା ଜିଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଛି। ଏହି ଝୁଲା ପୋଲକୁ ବିପଦ ପୂର୍ଣ୍ଣ ଦର୍ଶାଇ ପ୍ରଶାସନ ଖାଲି ସାଇନ ବୋର୍ଡ ଝୁଲାଇ ଦେଇ ଚୁପ୍‌‌ ବସିଛି।

ଝୁଲା ପୋଲ ରାସ୍ତାକୁ ଲୁହା ବାଡ ଦ୍ୱାରା ବନ୍ଦ କରାଯାଇଥିଲେ ମଧ୍ୟ ଲୋକେ ଏହି ପୋଲ ଦେଇ ବିପଦ ପୂର୍ଣ୍ଣ ଯାତ୍ରା କରୁଛନ୍ତି। ଏ ନେଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ ଜିଲା ପ୍ରଶାସନ କୌଣସି ପଦକ୍ଷେପ ନେଉନଥିବାରୁ ଆଜି ଦୁଇ ଛାତ୍ରଙ୍କ ଜୀବନ ଅକାଳରେ ଚାଲିଗଲା ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories