www.samajalive.in
Monday, December 15, 2025
16.1 C
Bhubaneswar

ମୁକ୍ତେଶ୍ୱର ନୃତ୍ୟ ଉତ୍ସବ : ତୃତୀୟ ସନ୍ଧ୍ୟାରେ ଦର୍ଶକଙ୍କ ମନ ମୋହିଲା ମୋହିନୀୟାଟ୍ଟମ୍

ଭୁବନେଶ୍ୱର : ରାଜଧାନୀର ମୁକ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହେଉଛି ମୁକ୍ତେଶ୍ୱର ନୃତ୍ୟ ମହୋତ୍ସବ। ଘୁଙ୍ଗୁରର ତାଳେତାଳେ ପ୍ରକମ୍ପିତ ହୋଇ ଉଠୁଛି ମୁକ୍ତେଶ୍ୱର ମୁକ୍ତାକାଶ ରଙ୍ଗମଞ୍ଚ। ଆଜି ତୃତୀୟ ସନ୍ଧ୍ୟାରେ ସମସ୍ତ ଦର୍ଶକଙ୍କ ମନ ମୋହିଛି ଦିବ୍ୟା ୱାରୀର ଏବଂ ବିଦ୍ୟା ପ୍ରଦୀପଙ୍କ ଦ୍ୱାରା ପରିବେଷଣ କରାଯାଇଥିବା ମୋହିନୀୟାଟ୍ଟମ୍ ଶାସ୍ତ୍ରୀୟ ନୃତ୍ୟ।

ଆଜିର ସାଂସ୍କୃତିକ ସନ୍ଧ୍ୟାରେ ନୃତ୍ୟଶିଳ୍ପୀ ସସ୍ମିତା ପଣ୍ଡା ଏକକ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ।ଏଥିସହିତ ସ୍ୱୟଂପ୍ରଜ୍ଞା ସାହୁ ଏବଂ ଗ୍ରୁପଙ୍କ ଦ୍ୱାରା ଦଳଗତ ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା।ଗୁରୁ ସୁରେନ୍ଦ୍ର କୁମାର ତ୍ରିପାଠୀ ଏବଂ ଗ୍ରୁପ ଶ୍ରୀ ଶିବବନ୍ଦନାର ପରିବେଷଣ ମାଧ୍ୟମରେ ମହାଦେବଙ୍କର ଆରାଧନା କରିଥିଲେ।

- Advertisement -

ଆଜିର କାର୍ଯ୍ୟକ୍ରମରେ ବିଶିଷ୍ଟ ଭାଷାତତ୍ତ୍ୱବିତ୍ ପଦ୍ମଶ୍ରୀ ଡ. ଦେବୀ ପ୍ରସନ୍ନ ପଟ୍ଟନାୟକ, ବିଶିଷ୍ଟ ଚଳଚିତ୍ର ଅଭିନେତ୍ରୀ ତଥା ଶିକ୍ଷାବିତ୍ ମାଳାବିକା ରାୟ,ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ଗୁରୁ ଦୁର୍ଗାଚରଣ ରଣବୀର, ସଙ୍ଗୀତ ନାଟକ ଏକାଡ଼େମୀର ସଚିବ ଡ. ଭାଗ୍ୟଲିପି ମଲ୍ଲ ଓ ବିଶିଷ୍ଟ ସାହିତ୍ୟିକ ଡ. ମିହିର କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories